ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଚାଲିଗଲା ୩ ଜୀବନ, ୪ ନିଖୋଜ
ଡେରାଡୁନ୍,୧୯।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ବିଳମ୍ବିତ ରାତିରେ ବାଦଳଫଟା ବର୍ଷାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମାଣ୍ଡୋରେ ୨ ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ଜିଲା ଡାକ୍ତରଖାନାକୁ ଅଣାଯାଇଛି। ମାଣ୍ଡୋ ଗ୍ରାମରେ…
ଜଣେ କ୍ୟାଡର ମାଓବାଦୀ ଅଟକ
ବଲାଙ୍ଗୀର ଅଫିସ,୧୯ା୭: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ସୋମବାର ଜଣେ କ୍ୟାଡର ମାଓବାଦୀ ଅଟକ ରଖାଯାଇଥିବା ଜଣାପଡ଼ିଛି। ଖପ୍ରାପୋଲ ଯାଉଥିବା ସମୟରେ ବଲାଙ୍ଗୀର ପୋଲିସ ଦ୍ୱାରା କେକେବିଏନ୍ର ଏହି କ୍ୟାଡର ମାଓବାଦୀଙ୍କ ସହ ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଅଟକ ରଖାଯାଇଛି। ତଦନ୍ତ…
ତୃତୀୟ ଲହର ପୂର୍ବରୁ ଔଷଧ ମହଜୁଦ୍ ରଖୁଛନ୍ତି ସରକାର
ନୂଆଦିଲ୍ଲୀ,୧୯।୭: ଦେଶରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ୩୦ ଦିନିଆ ବଫର ଷ୍ଟକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୀବନ ରକ୍ଷାକାରୀ…
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ହଟ୍ଟଗୋଳ …
ନୂଆଦିଲ୍ଲୀ,୧୯।୭: ସଂସଦର ସୌମୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହେବା ସହିତ ହଙ୍ଗାମା କରାଯାଇଛି। କରୋନା ମହାମାରୀ ନିୟନ୍ତ୍ରଣ ଏବଂ ପେଟ୍ରୋଲ-ଡିଜେଲ-ଗ୍ୟାସ୍ ଦାମ ବୃଦ୍ଧି…
ଆଜିଠାରୁ କାର୍ଯ୍ୟାଳୟ ବୁଲିବ ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍
ଭୁବନେଶ୍ୱର,୧୯।୭(ବ୍ୟୁରୋ): ଏଣିକି ରାଜଧାନୀରେ ଥିବା ସମସ୍ତ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନୁଷ୍ଠାନରେ କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନ ହେବ। ନଚେତ୍ ଏନ୍ଫୋର୍ସମେଣ୍ଟ ଟିମ୍ ବୁଲି ବୁଲି ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ରାଜ୍ୟରେ ସଂକ୍ରଣ କମୁଥିବାବେଳେ ରାଜଧାନୀରେ ବୃଦ୍ଧି ପାଉଥିବାରୁ…
ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି
ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ…
ଶାସ୍ତ୍ରୀ-ଦ୍ରାଭିଡଙ୍କ କୋଚିଂରେ କ’ଣ ରହିଛି ପାର୍ଥକ୍ୟ: ଧାଓ୍ବନଙ୍କ କହିଲେ ଏମିତି
କଲମ୍ବୋ,୧୯।୭: ଭାରତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଭିନ୍ନ ଫର୍ମାଟ୍ ପାଇଁ ବିଭିନ୍ନ ଦେଶରେ ଦୁଇଟି ଦଳ ଉପସ୍ଥିତ ଅଛନ୍ତି। ଆଜିକାଲି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି…
ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …
ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୨ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ ବୋଲି…
ରାତି ଅଧରେ ଜେସିବି ଲଗାଇ ସ୍କୁଲ ଭାଙ୍ଗିଲେ
ଭୁବନେଶ୍ୱର,୧୯।୭(ବ୍ୟୁରୋ): ଲକ୍ଷ୍ମୀସାଗର ଥାନାଞ୍ଚଳରେ ଥିବା ଏକ ଘରୋଇ ସ୍କୁଲକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ସ୍କୁଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ କମ୍ପ୍ୟୁଟର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ରବିବାର ସ୍କୁଲର…
ଆଷାଢ଼ ସରିଲା, ବର୍ଷା ନାହିଁ: ଚିନ୍ତାରେ ଚାଷୀ
କଣାସ,୧୯ା୭(ସ୍ବ.ପ୍ର.): ଅକ୍ଷୟ ତୃତୀୟାଠାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଜମି ଚାଷ କରିବା ପରେ ବିହନ ବୁଣି ବର୍ଷାକୁ ଅପେକ୍ଷା କରିଥାଆନ୍ତି। ଆଷାଢ଼ ମାସରେ ବର୍ଷାଋତୁ ଆରମ୍ଭ ହେଉଥିବାରୁ ଚାଷୀମାନେ ବୁଣିଥିବା ଧାନ ଗଛହୋଇ ବଢିବାରେ ଲାଗେ। କିନ୍ତୁ ଚଳିତବର୍ଷ…
ଅବହେଳାର ଚରମ ସୀମାରେ ବିଜୁ ଷ୍ଟାଡିୟମ: ୧୩ ବର୍ଷରେ ଥରେ ହୋଇନି ଖେଳ
କେନ୍ଦ୍ରାପଡ଼ା ଅଫିସ,୧୯।୭: କେନ୍ଦ୍ରାପଡ଼ାର ଦୌଡ଼ରାଣୀ ଲିଜା ବେହେରା କରୋନା କଟକଣା ପାଇଁ କ୍ରୀଡ଼ା ଛାତ୍ରାବାସରୁ ଆସି ଘରେ ରହୁଛନ୍ତି। ପ୍ରାୟ ବର୍ଷେ ଧରି ଉପଯୁକ୍ତ ତାଲିମ ଅଭାବ ସହ ଦୌଡ଼ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି। ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତର…
ଦ୍ୱିତୀୟଥର ମା’ ହେବାକୁ ଯାଉନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି ନେହା। ପ୍ରଶଂସକଙ୍କ ତରଫର ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ…
Archives


