ତାଲିବାନ ନେଇ ଜାତିସଂଘ ସୁରକ୍ଷା ପରିଷଦର ୟୁ ଟର୍ନ…

ଜେନେଭା/ନୂଆଦିଲ୍ଲୀ,୨୯।୮: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ୟୁ ଟର୍ନ ନେଇଛି। ଏହା ଆତଙ୍କବାଦୀ ଷ୍ଟେଟ୍‌ମେଣ୍ଟ୍‌ରୁ ତାଲିବାନ ନାମକୁ ହଟାଇ ଦେଇଛି। ଆଫଗାନିସ୍ତାନରେ ଦୁଇ ଦଶନ୍ଧି ପରେ ଫେରିିଥିବା ତାଲିବାନ ନିୟମ ଉପରେ ୟୁଏନଏସସିର ବର୍ତ୍ତମାନର ଅଧ୍ୟକ୍ଷ ଥିବା ଭାରତର ବିବୃତ୍ତିକୁ ବଦଳାଇ ଦେଇଛି। ଆତଙ୍କବାଦକୁ କୌଣସି ପ୍ରକାରେ ସମର୍ଥନ ନ କରିବା ପାଇଁ ଭାରତ ତାଲିବାନ ବିଷୟରେ ଉଲ୍ଲେଖ କରିଥିଲା। ୟୁଏନଏସସି ଏହାର ଆଭିମୁଖ୍ୟ ବଦଳାଇ ତାଲିବାନର ନାମକୁ ବିବୃତ୍ତିରୁ ହଟାଇ ଦେଇଛି। ୟୁଏନଏସସିର ଦୃଷ୍ଟିକୋଣରେ ଏହି ନାଟକୀୟ ପରିବର୍ତ୍ତନକୁ ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରସଙ୍ଗ ସମ୍ପର୍କରେ ୟୁଏନଏସସି ଏବଂ ଭାରତ ଦେଇଥିବା ବିବୃତ୍ତିର ଏକ କପି ସେ ଟୁଇଟ କରିଛନ୍ତି।

ଏଥିରେ ୧୬ ଅଗଷ୍ଟରେ ଭାରତର ବିବୃତ୍ତିର ଏକ ନକଲ ରହିଛି। ଯେଉଁଥିରେ ତାଲିବାନ କୌଣସି ଦେଶରେ ଆତଙ୍କବାଦକୁ ସମର୍ଥନ କରିବ ନାହିଁ ବୋଲି ଅପିଲ୍‌ କରାଯାଇଥିଲା। ଅଗଷ୍ଟ ମାସରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଭାର ଗ୍ରହଣ କରିଛି। ଆଫଗାନିସ୍ତାନ ଏବଂ ତାଲିବାନ ବିଷୟରେ ଉଲ୍ଲେଖ କରାଯାଇଥିବା ବିବୃତ୍ତିରେ ଭାରତର ଦସ୍ତଖତ ମଧ୍ୟ ରହିଥିଲା। ଏହା ପରେ ଅଗଷ୍ଟ ୨୭ରେ ୟୁଏନଏସସି ଦ୍ୱାରା ଜାରି ବିବୃତ୍ତିର ନକଲରେ ତାଲିବାନର ନାମ ଉଲ୍ଲେଖ କରାଯାଇ ନାହିଁ। ଏଥିରୁ ସ୍ବତଃ ପ୍ରତିପାଦିତ ହେଉଛି ଯେ, ଆଫଗାନିସ୍ତାନରେ ତାଲିବାନ ଶାସନ ନେଇ ବିଶ୍ୱସ୍ତରରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ୟୁଏନଏସସି ଭଳି ସଂଗଠନର ମନୋଭାବରେ ପରିବର୍ତ୍ତନ ଆସିଛି। ପ୍ରାୟତଃ ଦେଖାଯାଇଥାଏ ଯେ, ଏହି ବିଶ୍ୱସ୍ତରୀୟ ସଂଗଠନର ଦୃଷ୍ଟିକୋଣ ପୃଥିବୀର କେତେକ ବୃହତ୍‌ ଦେଶର ସ୍ବାର୍ଥ ସହିତ ବଦଳିଥାଏ। ଏପରିସ୍ଥଳେ ପରିବର୍ତ୍ତନଶୀଳ ସମୟ ସହିତ ଯଦି ଭାରତ ଗଠନମୂଳକ ପରିବର୍ତ୍ତନ ଦାବି କରୁଛି, ତେବେ ଏହା ମଧ୍ୟ ଭୁଲ ନୁହେଁ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାଲିବାନ ପ୍ରତି ଚୀନ, ବ୍ରିଟେନ,ରୁଷିଆ ସମେତ ପାକିସ୍ତାନ ପ୍ରଥମେ କୋହଳ ଆଭିମୁଖ୍ୟ ଦେଖାଇଥିଲେ। ବର୍ତ୍ତମାନ ୟୁଏନଏସସିର ଏହି ନାଟକୀୟ ୟୁ-ଟର୍ନ ଦର୍ଶାଉଛି ଯେ ତାଲିବାନ ଶାସନ ଉପରେ ଅନ୍ତର୍ଜାତୀୟସ୍ତରରେ ଆଭିମୁଖ୍ୟ ବଦଳାଇବାର ଷଡ଼ଯନ୍ତ୍ର ହେଉଛି।

ସୂଚନାଯୋଗ୍ୟ, ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବର ଉଦ୍ଦିନ ଏହି ପରିବର୍ତ୍ତନ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ। ୟୁଏନଏସସି ବିବୃତ୍ତିର ପୂର୍ବ କପିର ବିବୃତିରେ ଥିବା ଶବ୍ଦକୁ ମାତ୍ର ୧୫ ଦିନ ମଧ୍ୟରେ ହଟାଇ ଦିଆଯାଇଛି। ତେବେ ୟୁଏନଏସସି ସୂତ୍ରରୁ ପ୍ରକାଶ ଯେ ବାସ୍ତବତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।  ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନରୁ ବିଦେଶୀମାନଙ୍କୁ ବାହାର କରିବାରେ ସାହାଯ୍ୟ କରୁଛି। ଏଭଳି ପରିସ୍ଥିତିରେ କୂଟନୈତିକ ଦୃଷ୍ଟିକୋଣରୁ ତାଲିବାନକୁ ସିଧାସଳଖ ଟାର୍ଗେଟ କରିବା ଠିକ ହେବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?