ତାଲିବାନ ନେଇ ଜାତିସଂଘ ସୁରକ୍ଷା ପରିଷଦର ୟୁ ଟର୍ନ…

ଜେନେଭା/ନୂଆଦିଲ୍ଲୀ,୨୯।୮: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ୟୁ ଟର୍ନ ନେଇଛି। ଏହା ଆତଙ୍କବାଦୀ ଷ୍ଟେଟ୍‌ମେଣ୍ଟ୍‌ରୁ ତାଲିବାନ ନାମକୁ ହଟାଇ ଦେଇଛି। ଆଫଗାନିସ୍ତାନରେ ଦୁଇ ଦଶନ୍ଧି ପରେ ଫେରିିଥିବା ତାଲିବାନ ନିୟମ ଉପରେ ୟୁଏନଏସସିର ବର୍ତ୍ତମାନର ଅଧ୍ୟକ୍ଷ ଥିବା ଭାରତର ବିବୃତ୍ତିକୁ ବଦଳାଇ ଦେଇଛି। ଆତଙ୍କବାଦକୁ କୌଣସି ପ୍ରକାରେ ସମର୍ଥନ ନ କରିବା ପାଇଁ ଭାରତ ତାଲିବାନ ବିଷୟରେ ଉଲ୍ଲେଖ କରିଥିଲା। ୟୁଏନଏସସି ଏହାର ଆଭିମୁଖ୍ୟ ବଦଳାଇ ତାଲିବାନର ନାମକୁ ବିବୃତ୍ତିରୁ ହଟାଇ ଦେଇଛି। ୟୁଏନଏସସିର ଦୃଷ୍ଟିକୋଣରେ ଏହି ନାଟକୀୟ ପରିବର୍ତ୍ତନକୁ ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରସଙ୍ଗ ସମ୍ପର୍କରେ ୟୁଏନଏସସି ଏବଂ ଭାରତ ଦେଇଥିବା ବିବୃତ୍ତିର ଏକ କପି ସେ ଟୁଇଟ କରିଛନ୍ତି।

ଏଥିରେ ୧୬ ଅଗଷ୍ଟରେ ଭାରତର ବିବୃତ୍ତିର ଏକ ନକଲ ରହିଛି। ଯେଉଁଥିରେ ତାଲିବାନ କୌଣସି ଦେଶରେ ଆତଙ୍କବାଦକୁ ସମର୍ଥନ କରିବ ନାହିଁ ବୋଲି ଅପିଲ୍‌ କରାଯାଇଥିଲା। ଅଗଷ୍ଟ ମାସରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଭାର ଗ୍ରହଣ କରିଛି। ଆଫଗାନିସ୍ତାନ ଏବଂ ତାଲିବାନ ବିଷୟରେ ଉଲ୍ଲେଖ କରାଯାଇଥିବା ବିବୃତ୍ତିରେ ଭାରତର ଦସ୍ତଖତ ମଧ୍ୟ ରହିଥିଲା। ଏହା ପରେ ଅଗଷ୍ଟ ୨୭ରେ ୟୁଏନଏସସି ଦ୍ୱାରା ଜାରି ବିବୃତ୍ତିର ନକଲରେ ତାଲିବାନର ନାମ ଉଲ୍ଲେଖ କରାଯାଇ ନାହିଁ। ଏଥିରୁ ସ୍ବତଃ ପ୍ରତିପାଦିତ ହେଉଛି ଯେ, ଆଫଗାନିସ୍ତାନରେ ତାଲିବାନ ଶାସନ ନେଇ ବିଶ୍ୱସ୍ତରରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ୟୁଏନଏସସି ଭଳି ସଂଗଠନର ମନୋଭାବରେ ପରିବର୍ତ୍ତନ ଆସିଛି। ପ୍ରାୟତଃ ଦେଖାଯାଇଥାଏ ଯେ, ଏହି ବିଶ୍ୱସ୍ତରୀୟ ସଂଗଠନର ଦୃଷ୍ଟିକୋଣ ପୃଥିବୀର କେତେକ ବୃହତ୍‌ ଦେଶର ସ୍ବାର୍ଥ ସହିତ ବଦଳିଥାଏ। ଏପରିସ୍ଥଳେ ପରିବର୍ତ୍ତନଶୀଳ ସମୟ ସହିତ ଯଦି ଭାରତ ଗଠନମୂଳକ ପରିବର୍ତ୍ତନ ଦାବି କରୁଛି, ତେବେ ଏହା ମଧ୍ୟ ଭୁଲ ନୁହେଁ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାଲିବାନ ପ୍ରତି ଚୀନ, ବ୍ରିଟେନ,ରୁଷିଆ ସମେତ ପାକିସ୍ତାନ ପ୍ରଥମେ କୋହଳ ଆଭିମୁଖ୍ୟ ଦେଖାଇଥିଲେ। ବର୍ତ୍ତମାନ ୟୁଏନଏସସିର ଏହି ନାଟକୀୟ ୟୁ-ଟର୍ନ ଦର୍ଶାଉଛି ଯେ ତାଲିବାନ ଶାସନ ଉପରେ ଅନ୍ତର୍ଜାତୀୟସ୍ତରରେ ଆଭିମୁଖ୍ୟ ବଦଳାଇବାର ଷଡ଼ଯନ୍ତ୍ର ହେଉଛି।

ସୂଚନାଯୋଗ୍ୟ, ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବର ଉଦ୍ଦିନ ଏହି ପରିବର୍ତ୍ତନ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ। ୟୁଏନଏସସି ବିବୃତ୍ତିର ପୂର୍ବ କପିର ବିବୃତିରେ ଥିବା ଶବ୍ଦକୁ ମାତ୍ର ୧୫ ଦିନ ମଧ୍ୟରେ ହଟାଇ ଦିଆଯାଇଛି। ତେବେ ୟୁଏନଏସସି ସୂତ୍ରରୁ ପ୍ରକାଶ ଯେ ବାସ୍ତବତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।  ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନରୁ ବିଦେଶୀମାନଙ୍କୁ ବାହାର କରିବାରେ ସାହାଯ୍ୟ କରୁଛି। ଏଭଳି ପରିସ୍ଥିତିରେ କୂଟନୈତିକ ଦୃଷ୍ଟିକୋଣରୁ ତାଲିବାନକୁ ସିଧାସଳଖ ଟାର୍ଗେଟ କରିବା ଠିକ ହେବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri