୧୫ ଲକ୍ଷରୁ ଅଧିକ ଆଫଗାନୀଙ୍କ ଗୁପ୍ତ ତଥ୍ୟ ଲିକ୍‌…

ନୂଆଦିଲ୍ଲୀ,୨୯।୮: ଲକ୍ଷ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ଗୁପ୍ତ ତଥ୍ୟ ଲିକ ହୋଇଛି। ଆମେରିକା ଏସବୁ ତଥ୍ୟକୁ ଗତ ୨୦ ବର୍ଷ ମଧ୍ୟରେ ଏକତ୍ରିତ କରିଥିଲା। ଏବେ ତାଲିବାନ ଏସବୁ ସୂଚନାକୁ ବ୍ୟବହାର କରୁଛି। ତାଲିବାନର ସ୍ବତନ୍ତ୍ର ୟୁନିଟ ଅଲ ଇଶା ଏନେଇ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛିି ବୋଲି ବ୍ରିଗେଡ କମାଣ୍ଡର ନୱାଜୁଦ୍ଦିନ ହକ୍କାନି ଏକ ନ୍ୟୁଜ ପୋର୍ଟାଲକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଛନ୍ତି। ୧୫ ଲକ୍ଷରୁ ଅଧିକ ଲୋକଙ୍କ ଗୁପ୍ତ ତଥ୍ୟ ଥିବା ବାୟୋମେଟ୍ରିକ ସ୍କାନରକୁ ଅଲ ଇଶା ବ୍ୟବହାର କରୁଛି। ପୂର୍ବରୁ ଆମେରିକାର ସୈନ୍ୟବାହିନୀ ଦ୍ୱାରା ଏହା ବ୍ୟବହୃତ ହେଉଥିଲା। ଏହା ମାଧ୍ୟମରେ ଆମେରିକାର ସେନା ଏବଂ ନାଟୋ ସହିତ କିଏ କାମ କରିଛନ୍ତି ତାହା ଜାଣିବାକୁ ତାଲିବାନ ଚେଷ୍ଟା କରୁଛି। ଯେଉଁମାନେ ୨୦ ବର୍ଷ ଧରି ଆମେରିକାର ସୈନ୍ୟବାହିନୀ ସହିତ କାର୍ଯ୍ୟ କରିଛନ୍ତି, ସେମାନଙ୍କ ଗୁପ୍ତ ସୂଚନା ଏବେ ତାଲିବାନ ହାତରେ। ଏସବୁ ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି।
ଗୁପ୍ତ ତଥ୍ୟ ସହିତ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ତାଲିବାନ ହାତରେ ଅଛି। ଫଳରେ ତାଲିବାନ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି, ଯାହା ଆଫଗାନିସ୍ତାନ ପାଇଁ ବିପଦ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ, ଜଣେ ଶିଶୁ ଆକ୍ରାନ୍ତ…

ବେଜିଂ, ୨୭।୪ : ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପକ୍ଷୀ, କୁକୁଡ଼ା ଏବଂ ପଶୁମାନଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ହେଉଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ...

ପ୍ରବଳ ବର୍ଷାରେ ବେହାଲ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର, ୩ ମୃତ, ବିମାନ ବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ

ୱେଲିଂଟନ,୨୯ ।୧: ନ୍ୟୁଜିଲାଣ୍ଡର ସବୁଠାରୁ ବଡ ସହର ଅକଲାଣ୍ଡ ସହରରେ ଲଗାତାର ମୁଷଳ ଧାରରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ...

ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ ରୁଷିଆ, ନିନ୍ଦା ପ୍ରସ୍ତାବକୁ ବାଇଡେନଙ୍କ ପ୍ରଶଂସା…

ଜେନେଭା/ଓ୍ବାଶିଂଟନ/ମସ୍କୋ,୧୩।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ରୁଷିଆ ବିରୋଧରେ ପାରିତ ହୋଇଥିବା ନିନ୍ଦା ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି।...

ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍‌ଭେ

ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ...

ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା...

ରାଷ୍ଟ୍ରପତି ହେବାପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଗୋଟବାୟା ରାଜପାକ୍‌ସେ

କଲମ୍ବୋ,୨୦।୧୧: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତକୁ ଆସିବେ ବୋଲି ଜଣାପଡିଛି। ଭାରତର ବର୍ହିିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର...

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି...

ବିକ୍ରମ ପଟେଲ ଏଚ୍‌ଏମ୍‌ଏସ୍‌ ଗ୍ଲୋବାଲ ହେଲ୍‌ଥ ଆଣ୍ଡ୍‌ ସୋସିଆଲ ମେଡିସିନ୍‌ ଅଧ୍ୟକ୍ଷ

ନ୍ୟୁୟର୍କ, ୬ା୬: ଭାରତ ଜନ୍ମିତ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକ୍ରମ ପଟେଲ ହାର୍ଭାର୍ଡ ମେଡିକାଲ ସ୍କୁଲ(ଏଚ୍‌ଏମ୍‌ଏସ୍‌)ର ଗ୍ଲୋବାଲ ହେଲ୍‌ଥ ଆଣ୍ଡ ସୋସିଆଲ ମେଡିସିନ ବିଭାଗର ପରବର୍ତ୍ତୀ ଅଧ୍ୟକ୍ଷ...

Advertisement
Archives

Model This Week