Home

ରାହାଣେଙ୍କୁ ଆଉ ଥରେ ସୁଯୋଗ ମିଳୁ, ଫେଲ୍‌ ହେଲେ ଦଳରୁ ବାହାର କରିଦିଆଯାଉ: ସେହ୍ବାଗ

ନୂଆଦିଲ୍ଲୀ,୧୫।୯: ଭାରତର ପୂର୍ବତନ ଓପନର୍‌ ବିରେନ୍ଦର ସେହ୍ବାଗ କହିଛନ୍ତି ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ଯଦି ସେ ବିଫଳ ହୁଅନ୍ତି ତେବେ ତାଙ୍କୁ ଟେଷ୍ଟ ଦଳରୁ ବାହାର କରିଦେବା ଉଚିତ ବୋଲି…

ଠକାମିର ଶିକାର ହେଲେ ଲାଲୁଙ୍କ ପୁଅ

ପାଟନା,୧୫।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ତେଜ ପ୍ରତାପ ଯାଦବ ଠକାମିର ଶିକାର ହୋଇଛନ୍ତି। ଏହି ଠକେଇ ଅନ୍ୟ କେହି ନୁହେଁ, ତେଜ ପ୍ରତାପଙ୍କ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା କରାଯାଇଛନ୍ତି। ଅଭିଯୋଗ ହୋଇଛି ଯେ କର୍ମଚାରୀ…

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ଦୈନିକ ସଂକ୍ରମଣ…

ମୋବାଇଲ ଲାଇଟ୍‌ରେ ଚିକିତ୍ସା

ବ୍ରହ୍ମପୁର ଅଫିସ,୧୫ା୯:ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର କ୍ୟାନସର ୱାର୍ଡ଼ ଆଉଟ୍‌ଡୋରରେ ମୋବାଇଲ ଲାଇଟ୍‌ରେ ରୋଗୀ ସେବା କରାଯାଇଛି। ମୋବାଇଲ ଫୋନ୍‌ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଲେଖିବା ସହ…

ମୂର୍ତ୍ତି ଉଚ୍ଚତା ବିବାଦ:ହାଇକୋର୍ଟରେ ମାମଲା

କଟକ ଅଫିସ,୧୫ା୯:୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କଟକ ବାଲୁବଜାର ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ବେହେରା ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତଥା ପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ମାମଲା…

ନଦୀ ଜଳଧାରଣ କ୍ଷମତା କମୁଛି

ଭୁବନେଶ୍ୱର, ୧୫।୯(ବ୍ୟୁରୋ):ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳପ୍ରବାହ ଗତ ୨୦ ବର୍ଷ ଭିତରେ ଯଥେଷ୍ଟ ହ୍ରାସ ପାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ ପ୍ରଭାବରେ ନଦୀଗୁଡ଼ିକୁ ଶୁଷ୍କ ହୋଇଯିବା ଆଶଙ୍କା ଦେଖାହେଲାଣି। ଚାଷକାର୍ଯ୍ୟ ତ ଦୂରର କଥା ଆଗକୁ ପିଇବା ପାଣି ମୁନ୍ଦାଏ…

ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ନିରାକାରପୁର,୧୫।୯ (ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ା ଗ୍ରାମରେ ଜଳସେଚନ ବିଭାଗ ରାଜୁଆ ସବ୍‌ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ ଶିଶିର କୁମାର ସାହୁଙ୍କୁ ଗ୍ରାମବାସୀ କାଦୁଅ ରାସ୍ତାରେ ଚଲାଇବା ସହ ଗାଳିଗୁଲଜ କରିଥିବା ନେଇ…

ବୋଲିଂ କରିବା ପୂର୍ବରୁ ବଲ୍‌କୁ ‘ଚୁମ୍ବନ’ ଦେଉଥିଲେ ମାଲିଙ୍ଗା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଲମ୍ବୋ,୧୫।୯: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଭେଟେରାନ ଫାଷ୍ଟ ବୋଲର ଲାସିଥ ମାଲିଙ୍ଗା ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଲାସିଥ ମାଲିଙ୍ଗା ୨୦୨୧ ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଶ୍ରୀଲଙ୍କା ଚୟନକର୍ତ୍ତା ତାଙ୍କୁ ଟୁର୍ନାମେଣ୍ଟ ପାଇଁ ଚୟନ…

ବେଦାନ୍ତକୁ ୨ କୋଟି ଜଳକର ଛାଡ଼

ସମ୍ବଲପୁର,୧୫ା୯(ବ୍ୟୁରୋ):ରାଜ୍ୟ ସରକାର କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଝାରସୁଗୁଡ଼ା ଜିଲାରେ ଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀକୁ ଚଞ୍ଚକତା କରି ଜଳକର ଛାଡ କରାଯାଇଥିବା ନେଇ ଆଉ ଏକ ଅଭିଯୋଗ ଏଥିରେ ଯୋଡିହୋଇଛି। ବେଦାନ୍ତ କମ୍ପାନୀ ଆରମ୍ଭରୁ…

ସୀମା ସାମି ଜାତିସଂଘ ମହିଳା ମୁଖ୍ୟ

ଜାତିସଂଘ, ୧୫ା୯: ଜୋର୍ଡାନର ସୀମା ସାମି ବାହୋସ୍‌ ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ପଦ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ତାଙ୍କ ନାମ ଘୋଷଣା କରିଛନ୍ତି। ୨୦୧୬ରୁ ଆମେରିକାରେ ଜୋର୍ଡାନର ସ୍ଥାୟୀ ରାଷ୍ଟ୍ରଦୂତ ଥିବା ବାହୋସ୍‌…

ଘର ଛାଡ଼ିବାକୁ କହୁଛି ତାଲିବାନ୍‌

କାନ୍ଦାହାର, ୧୫ା୯: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ଥିବା ଏକ ଆବାସିକ ଆର୍ମି କଲୋନିରେ ଲୋକଙ୍କୁ ଘର ଛାଡ଼ିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଏପରିକି ନିଜ ଘରୁ ସେମାନେ କୌଣସି ଜିନିଷପତ୍ର ନ ନେବାକୁ ମଧ୍ୟ ଧମକାଇଛି। ଏହାକୁ ବିରୋଧ…

‘ଅବ୍ବା ଜାନ୍‌’ ମନ୍ତବ୍ୟ: ଯୋଗୀଙ୍କ ନାଁରେ ମାମଲା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫।୯: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାଜପାର ଧ୍ରୁବୀକରଣ ପ୍ରୟୋଗ ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବା ଜାନ୍‌’ ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି କରିଛି। ଇତିମଧ୍ୟରେ ବିହାରର ମୁଜାଫରପୁରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?