ମୋବାଇଲ ଲାଇଟ୍‌ରେ ଚିକିତ୍ସା

ବ୍ରହ୍ମପୁର ଅଫିସ,୧୫ା୯:ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର କ୍ୟାନସର ୱାର୍ଡ଼ ଆଉଟ୍‌ଡୋରରେ ମୋବାଇଲ ଲାଇଟ୍‌ରେ ରୋଗୀ ସେବା କରାଯାଇଛି। ମୋବାଇଲ ଫୋନ୍‌ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଲେଖିବା ସହ ବିଭିନ୍ନ ପରାମର୍ଶ ଦେବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଲଘୁଚାପଜନିତ ବର୍ଷା ପବନରେ ମେଡିକାଲ ପରିସରରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରରେ ଗଛଡାଳ ଲାଗି ଯାଇଥିଲା। ଉକ୍ତ ଡାଳ କାଟିବା ମଧ୍ୟାହ୍ନରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହି କ୍ୟାନସର ୱାର୍ଡ଼ ଆଉଟ୍‌ଡୋରରେ ରୋଗୀଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ଉକ୍ତ ବିଭାଗକୁ ଜେନେନେଟର୍‌ ସଂଯୋଗ ହୋଇ ନ ଥିବାରୁ ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟରେ ରୋଗୀ ଦେଖିଥିଲେ। ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେରସ ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ଗଛ ଡାଳ କାଟିବା ପାଇଁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ସମସ୍ତ ବିଭାଗକୁ ଜେନେନେଟର୍‌ ସଂଯୋଗ କରାଯାଇଥିବା ବେଳେ କ୍ୟାନସର୍‌ ୱାର୍ଡ଼କୁ ଜେନେନେଟର୍‌ ସଂଯୋଗ ହୋଇନାହିଁ। ନିକଟରେ ଥିବା ରେଡ଼ିଓ ଡାଇଗ୍ନୋଷ୍ଟିକ୍‌ ବିଭାଗର ଜେନେନେଟରରୁ ସଂଯୋଗ ଦେବା ପାଇଁ କୁହାଯାଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ସୁନ୍ଦରପୁର ରଜ ମହୋତ୍ସବ : ଜୁନିୟରରେ ପ୍ରିୟଙ୍କା, ସିନିୟରରେ ଗାୟତ୍ରୀ ରଜକୁଇନ

ଖଇରା, ୧୮।୬(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ସୁନ୍ଦରପୁରଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକ ବ୍ଲକସ୍ତରୀୟ ରଜ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଚଳିତବର୍ଷ ଜୁନିୟରରେ ପ୍ରିୟଙ୍କା ପ୍ରିୟଦର୍ଶନୀ...

ବଜ୍ରପାତରେ ଆହତ ଯୁବକଙ୍କ ମୃତ୍ୟୁ

ବଡ଼ଗାଁ,୩୦।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ଗ୍ରାମର ୪ ଜଣ ଯୁବକ ଗତ ରବିବାର ଏକମା ଗାଁରୁ ପାମରାକୁ ଚାଲିକି ଆସୁଥିବାବେଳେ...

ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ :  ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ...

ମୂଷାନଈ ସମ୍ପ୍ରସାରଣରେ ଯାଉଛି ଜଗନ୍ନାଥଙ୍କ ଜମି

ପୁରୀ ଅଫିସ,୨୩।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନିଜ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ କରି ବିକ୍ରି କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ନେଇ ପୁରୀ ଜିଲାପାଳ...

ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି : ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଆରଡି, ୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ମହାଳିକସାହି ଗାଁ ଦାଣ୍ଡରେ ଏବେ ଆଣ୍ଠୁଏ ପାଣି ଜମି ରହିଛି। ଦାଣ୍ଡ ଚାରିପଟେ ଥିବା...

କରୋନା କଟକଣା: ନୀତି କାନ୍ତିରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । କରୋନା ଲାଗି ପ୍ରଶାସନ ପକ୍ଷରୁ ଜାରି...

ଅବକାରୀ ବିଭାଗର ଚଢ଼ାଉ: ଦେଶି ମଦ ସହ ୨ ଗିରଫ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ୫୦୦ ଲିଟର ଦେଶି ମହୁଲି ମଦ ସହ ଏକ ଗାଡ଼ି ଜବତ...

ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ଅନେକ ଲୋକ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଗ୍ରାମର...

Advertisement


Archives

Model This Week