Posted inଜାତୀୟ

‘ଅବ୍ବା ଜାନ୍‌’ ମନ୍ତବ୍ୟ: ଯୋଗୀଙ୍କ ନାଁରେ ମାମଲା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫।୯: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାଜପାର ଧ୍ରୁବୀକରଣ ପ୍ରୟୋଗ ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବା ଜାନ୍‌’ ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି କରିଛି। ଇତିମଧ୍ୟରେ ବିହାରର ମୁଜାଫରପୁରସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ଙ୍କ କୋର୍ଟରେ ଏନେଇ ଏକ ମାମଲା ରୁଜୁ
ହୋଇଛି। ଏଭଳି ମନ୍ତବ୍ୟ ମୁସଲମାନ ସମୁଦାୟର ଧର୍ମୀୟ ଭାବାବେଗକୁ କୁଠାରାଘାତ କରିଥିବା ସ୍ଥାନୀୟ ସାମାଜିକ କର୍ମୀ ତମନ୍ନା ହାଶମି ଉକ୍ତ ପିଟିଶନରେ ଦର୍ଶାଇଛନ୍ତି।
ଆଦିତ୍ୟନାଥଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ ପାଳି ଶେଷ ହେବାକୁ ଯାଉଛି। ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଭଳି ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିବାଦରେ ରହିଆସିଥିବା ଗୋରଖପୁର ମହନ୍ତ ଯୋଗୀ ରବିବାର କୁଶିନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁସଲମାନ ସମୁଦାୟ ଓ ବିରୋଧୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ସରକାର ଏବେ ସମସ୍ତଙ୍କୁ ରିହାତି ମୂଲ୍ୟରେ ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି। କିନ୍ତୁ ୨୦୧୭ ପୂର୍ବରୁ କେବଳ ସେମାନଙ୍କୁ ‘ଅବ୍ବା ଜାନ୍‌’ କହୁଥିବା ଲୋକଙ୍କୁ ମିଳୁଥିଲା। ଲୋକେ ‘ଅବ୍ବା ଜାନ୍‌’ କହି ରାଶନ ସାମଗ୍ରୀଗୁଡ଼ିକୁ ହଜମ କରିଦେଉଥିଲେ। କୁଶିନଗରର ରାଶନ ନେପାଳ ଓ ବାଂଲାଦେଶକୁ ଚାଲାଣ ହୋଇଯାଉଥିଲା। ବର୍ତ୍ତମାନ ଯିଏ ବି ଲୋକଙ୍କ ରାଶନ ଗିଳିବାକୁ ଉଦ୍ୟମ କରିବେ ତାଙ୍କୁ ଜେଲକୁ ପଠାଇଦିଆଯିବ।
ଅବ୍ବା ଜାନ୍‌ ଏକ ଉର୍ଦ୍ଦୁ ଶବ୍ଦ, ଯାହାର ଅର୍ଥ ହେଉଛି ବାପା। ଉତ୍ତରପ୍ରଦେଶର ମୋଟ ଜନସଂଖ୍ୟାର ୧୯.୨୬% ହେଉଛନ୍ତି ମୁସଲମାନ। ତେଣୁ ରାଜ୍ୟର ମୁସଲମାନ ସମୁଦାୟକୁ ଟାର୍ଗେଟ କରି ଯୋଗୀ ଦେଇଥିବା ଉପରୋକ୍ତ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସମାଜବାଦୀ ପାର୍ଟି ମତରେ ଏଭଳି ଅସଂସଦୀୟ ଭାଷା ମୁଖ୍ୟମନ୍ତ୍ରୀଙ୍କୁ ଶୋଭା ପାଉନାହିଁ। ଯୋଗୀ କମ୍‌ ଶିକ୍ଷିତ ବୋଲି ଏଥିରୁ ବୁଝାପଡ଼ୁଛି। କଂଗ୍ରେସର ଅଭିଯୋଗ ହେଉଛି, ସମାଜ ବିଭାଜନ ପାଇଁ ଉଦ୍ଦିଷ୍ଟ ଯୋଗୀଙ୍କ ଭାଷା ଗଣତନ୍ତ୍ରକୁ ମଳିନ କରିଛି। ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଛନ୍ତି, ଏକ କାର୍ଯ୍ୟସୂଚୀ ନେଇ ନିର୍ବାଚନ ଲଢ଼ିବା ଭାଜପାର ଲକ୍ଷ୍ୟ ନୁହେଁ। ଏହି ଦଳ ସାମ୍ପ୍ରଦାୟିକତା ଓ ଘୃଣାଭାବ ସୃଷ୍ଟି କରି ମୁସଲମାନଙ୍କ ବିରୋଧରେ ବିଷାକ୍ତ ପରିବେଶ ସୃଷ୍ଟି କରୁଛି। ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ରାଶନକୁ ମୁସଲମାନମାନେ ଖାଇଗଲେ ବୋଲି ମୁଖ୍ୟମନ୍ତ୍ରୀ କହିବା ଦୁର୍ଭାଗ୍ୟଜନକ। ସଂଯୁକ୍ତ ଜନତା ଦଳ (ଜେଡିୟୁ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କହିଛନ୍ତି, ଏ ଦେଶ ସମସ୍ତଙ୍କର। ଏଠାରେ ‘ବିବିଧତାରେ ଏକତା’ ଭଳି ବାକ୍ୟର ବ୍ୟବହାର କରାଯାଏ। ଦେଶକୁ କ୍ଷତି କରିବା ଭଳି ମନ୍ତବ୍ୟ ଦେବା ଅନୁଚିତ। ସେହିପରି ଯୋଗୀଙ୍କ ଅବ୍ବା ଜାନ୍‌ ମନ୍ତବ୍ୟ ଅପମାନଜନକ ବୋଲି ବିଶିଷ୍ଟ ଅଭିନେତା ନାସିରୁଦ୍ଦିନ ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?