Home

ଲଖିମପୁର ଖେରି ହିଂସା, ଚାଷୀ ସଂଗଠନ ପକ୍ଷରୁ ୬ ଘଣ୍ଟିଆ ରେଳ ରୋକୋ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ସୋମବାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳ ରୋକୋ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।…

ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ ମାମଲାରେ ହୋଇଛି। ଗିରଫ ହେବାର କିଛି ସମୟ ପରେ ଯୁବରାଜ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ…

ଆଜି ହୋଇପାରେ ପ୍ରଶାନ୍ତଙ୍କ ଜାମିନ ଶୁଣାଣି

ଖୋର୍ଦ୍ଧା ଅଫିସ,୧୮ା୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ଆକ୍ରମଣ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ୧୮ (ସୋମବାର) କିମ୍ବା ୨୧ ତାରିଖରେ ହୋଇପାରେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ…

ଆଜି ରାଜ୍ୟରୁ ୩୪୦ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ଶିଶୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୩୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୪୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯୯ ଜଣ ଚିହ୍ନଟ ହୋଇଥିବା…

୮ ମାସ ପରେ ୧୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ ଦୈନିକ ସଂକ୍ରମଣ ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

‘ଦିଲ୍ଲୀ ପ୍ରଦୂଷଣ ପାଇଁ ପଡ଼ୋଶୀ ଦାୟୀ’

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବାବେଳେ ଏଥିପାଇଁ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଉପରେ ଦୋଷ ଲଦିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏହି ୩ ରାଜ୍ୟରେ ବହୁଳ ଭାବେ ନଡ଼ାମୂଳି ପୋଡ଼ାଯାଉଥିବାରୁ ଦିଲ୍ଲୀର…

ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ସକାଳ ପ୍ରାୟ ୭ଟାରୁ ଏକକାଳୀନ ପ୍ରଦୀପଙ୍କ ଭୁବନେଶ୍ୱରସ୍ଥିତ…

ମନମୋହନଙ୍କୁ ଭେଟିବାକୁ ଫଟୋଗ୍ରାଫର ଧରି ଯାଇଥିଲେ ମାଣ୍ଡବ୍ୟ

ନୂଆଦିଲ୍ଲୀ,୧୮।୧୦: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଭିନ୍ନ କାର୍ଯ୍ୟକୁ ନେଇ ସମାଲୋଚିତ ହୋଇଆସୁଛନ୍ତି। ସେ କେତେବେଳେ ଟିକାକରଣକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ତ ପୁଣି କେବେ ବିରୋଧୀ ତାଙ୍କ ଇଂଲିଶ ଭାଷା ଜ୍ଞାନ ଉପରେ…

ପ୍ରିୟଙ୍କା ଧରିବେ କଂଗ୍ରେସ ପ୍ରଚାର ମଙ୍ଗ

ନୂଆଦିଲ୍ଲୀ,୧୮।୧୦: ଉତ୍ତର ପ୍ରଦେଶରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ନିର୍ବାଚନ ହେବ। ଏଥିଲାଗି ତାରିଖ ଘୋଷଣାକୁ ଅନେକ ଦିନ ବାକି ଥିବାବେଳେ ସବୁ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ଏହିକ୍ରମରେ ନିସ୍ତେଜ ଅବସ୍ଥାରେ ପଡ଼ିରହିଥିବା କଂଗ୍ରେସ ପାଇଁ ଲଖିମପୁର…

ଆଜି ଦେଶବ୍ୟାପୀ ରେଳରୋକୋ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ସାରାଦେଶରେ ୬ ଘଣ୍ଟିଆ ରେଳରୋକୋ ହେବ। ପୂର୍ବାହ୍ନ ୧୦ରୁ ରେଳରୋକୋ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ। କୃଷକ ଗଣହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ…

କେରଳରେ ବର୍ଷା ନେଲାଣି ୨୬ ଜୀବନ

ନୂଆଦିଲ୍ଲୀ, ୧୮।୧୦: କେରଳରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରେ ୩ ଶିଶୁଙ୍କ ସମେତ ୨୬ ଜଣଙ୍କ ଜୀବନ ଗଲାଣି। କେବଳ କୋଟ୍ଟାୟାମ ଜିଲାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇଡୁକିରେ ୯ ଏବଂ ଆଲାପୁଝା ଜିଲାରେ ୪…

ଏକାଦଶ ଶ୍ରେଣୀ ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏ ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri