Posted inଖେଳ

୫ମ ବିଶ୍ୱକପ୍ ଜିତିଲା ଭାରତ

  1. ଆଣ୍ଟିଗୁଆ, ୬|୨: ପୁଣି ଥରେ ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା ଟୁର୍ନାମେଣ୍ଟ ଭଳି ଶନିବାର ଖେଳା ଯାଇଥିବା ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି ଭାରତ ନିୟନ୍ତ୍ରଣରେ ଥିଲା। ପ୍ରଥମେ ରାଜ ବାୱା ଓ ରବି କୁମାରଙ୍କ ଘାତକ ପେସ ବୋଲିଂ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ବିଗାଡି ଦେଇଥିଲା। ତା’ ପରେ ୧୯୦ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ବ୍ୟାଟର ହାସଲ କରି ନେଇଥିଲେ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରାଜ ବାୱା ଓ ରବି କୁମାରଙ୍କ ଘାତକ ପେସ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟର ଛିଡା ହୋଇପାରି ନ ଥିଲେ। ମାତ୍ର ୯୧ ରନ ମଧ୍ୟରେ ୭ ଉଇକେଟ୍ ପଡ଼ି ସାରିଥିଲା। ଲାଗୁଥିଲା ଖୁବ୍ ଶୀଘ୍ର ଇଂଲଣ୍ଡର ପାଳି ଶେଷ ହୋଇଯିବ। ମାତ୍ର ଜେମ୍ସ ରିଉ (୯୫ ରନ, ୧୨ ଚୌକା) ଏବଂ ଜେମ୍ସ ସେଲ୍ସ (୩୪*) ୮ମ ଉଇକେଟ୍ ୯୩ ରନ ଯୋଡ଼ିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ରିଉ ଛକା ମାରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଶଳ ତମ୍ବେଙ୍କ ଚମତ୍କାର କ୍ୟାଚ ସହ ଶେଷ ହୋଇଥିଲା ରିଉଙ୍କ ପାଳି। ସେ ଆଉଟ୍ ହେବାର ଦୁଇ ଓଭର ମଧ୍ୟରେ ଇଂଲଣ୍ଡ ୧୮୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଭାରତ ପାଇଁ ରବି ୫ ଉଇକେଟ୍ ସଫଳତା ହାସଲ କରିଥିବା ବେଳେ ବାୱା ୪ ଉଇକେଟ୍ ନେଇଥିଲେ।

ଭାରତ ପ୍ରଥମ ଓଭରରେ ହରାଇଥିଲା ଅଙ୍ଗକ୍ରିଶ ରଘୁବଂଶୀଙ୍କ ଉଇକେଟ୍। ଅନ୍ୟତମ ଓପନର ହାରନୁର ଖାନ (୨୧) ମଧ୍ୟ ବିଫଳ ହୋଇଥିଲେ। ତା’ ପରେ ଅଧିନାୟକ ୟଶ ଧୂଲ୍ (୧୭) ଓ ଶେଖ୍ ରଶିଦ୍ (୫୦ ରନ୍, ୬ ଚୌକା)ଙ୍କ ଯୋଡି ଦଳୀୟ ସ୍କୋରକୁ ୧୦୦ ପାଖକୁ ନେଇଥିଲା। ମାତ୍ର କ୍ରମାଗତ ବ୍ୟବଧାନରେ ପଡ଼ିଥିଲା ଦୁହିଁଙ୍କ ଉଇକେଟ୍। ନିଶାନ୍ତ ସିନ୍ଧୁ (୫୦ରନ,୫ ଚୌକା, ୧ ଛକା)ଏବଂ ବାୱା (୩୫ ରନ, ୫ ଚୌକା, ୧ ଛକା)ଙ୍କ ଉପଯୋଗୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୪୭.୪ ଓଭରରେ ୬ ଉଇକେଟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?