Home

ଚଳଚଞ୍ଚଳ ହେଲାଣି ପକ୍ଷୀଙ୍କ ଭୂସ୍ବର୍ଗ

ଖୋର୍ଦ୍ଧା ଅଫିସ,୨୫ା୧୦: ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ଚଳିତ ବର୍ଷ ଅକ୍ଟୋବର ୨ୟ ସପ୍ତାହରୁ ଧୀରେ ଧୀରେ ପକ୍ଷୀ ଆସିବାରେ ଲାଗିଛନ୍ତି। କିଚିରି ମିଚିରି କଳରବରେ ଫାଟିପଡୁଛି ଚିଲିକା।…

ଅଘୋଷିତ ବିଦ୍ୟୁତ୍‌ କାଟ: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୨୫ା୧୦: ଜଗତ୍‌ସିଂହପୁର ଜିଲାରେ ବିଦ୍ୟୁତ୍‌ କାଟ ଚିନ୍ତାର କାରଣ ପାଲଟିଛି। ପ୍ରତ୍ୟହ ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ଜିଲା ମୁଖ୍ୟାଳୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଚାପା ଉତ୍ତେଜନା…

ନକଲି ଟିପିରେ ବଢୁଛି ବାଲି ଲୁଟ୍‌

ଯାଜପୁର ଅଫିସ/ପାଣିକୋଇଲି (ଡି.ଏନ.ଏ.), ୨୫ା୧୦: ନଦୀନାଳ ଭରା ଯାଜପୁର ଜିଲାରେ ବେଆଇନ ବାଲି ଉତ୍ତୋଳନ ଚାଲିଥିଲେ ହେଁ ରାଜସ୍ବ ବିଭାଗର ନଜର ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ…

ଲୋକେ ଆତଙ୍କିତ, ୭ ନଭେମ୍ବର ପର୍ଯ୍ୟନ୍ତ କାଫେ-ରେଷ୍ଟୁରାଣ୍ଟ-ଦୋକାନ ବନ୍ଦ…

ମସ୍କୋ,୨୫।୧୦: କରୋନା ମହାମାରୀ ପୁଣି ଥରେ ଫେରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆର ସେଣ୍ଟ୍‌ ପିଟର୍ସବର୍ଗରେ ୭ ନଭେମ୍ବର ପର୍ଯ୍ୟନ୍ତ କାଫେ, ରେଷ୍ଟୁରାଣ୍ଟ, ଦୋକାନ ଆଦିକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅପରପକ୍ଷରେ ଔଷଧ ଦୋକାନ ଏବଂ…

ଭାରତ ପରାଜୟର ୫ ମୁଖ୍ୟ କାରଣ

ଦୁବାଇ,୨୫।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଟିମ ଇଣ୍ଡିଆକୁ ୧୦ ଉଇକେଟରେ ପରାସ୍ତ କରିଛି। ଦିନିକିଆ ଏବଂ ଟି -୨୦ ବିଶ୍ୱକପର ୨୯ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତୀୟ ଦଳକୁ ପରାସ୍ତ କରିଛି। ମ୍ୟାଚ୍‌ରେ ଟିମ…

ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଧାନ ଫସଲରେ ମାଟିଆ ପୋକ, ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୫ା୧୦: ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚିନ୍ତାର କାରଣ ସାଜିଛି। ଧାନ ଫସଲରେ ମାଟିଆ ପୋକ ଯୋଗୁ ଗଛଗୁଡିକ ନଷ୍ଟ ହୋଇଯାଉଛି। ଫଳରେ ଜିଲାର ୮ ବ୍ଲକ ଅଞ୍ଚଳର ଖରିଫ…

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ,୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୪ ହଜାର ୩୦୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

ଭୋକିଲା ଲୋକଙ୍କ ଉପରେ ଗୁଳି ବର୍ଷା କଲା ପାକିସ୍ତାନ…

ଇସଲାମାବାଦ୍‌,୨୫।୧୦: ଆଫଗାନର ପସ୍ତୁନ ସମ୍ପ୍ରଦାୟଙ୍କ ବନ୍ଧୁ ବୋଲାଉଥିବା ପାକିସ୍ତାନର ବନ୍ଧୁ ଚେହେରା ପଦାରେ ପଡ଼ିଛି। ରବିବାର ଆଫଗାନିସ୍ତାନ ସୀମାରେ ଭୋକିଲା ଶୋଷିଲା ପାସ୍ତୁନଙ୍କ ଉପରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ଚଳାଇଛନ୍ତି। ଦୁଇଦେଶ ମଧ୍ୟରେ ଥିବା ଚମନ ସୀମା କ୍ରସିଂ ବାଟେ ପାକିସ୍ତାନରୁ…

ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ: ବିଜୟ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ରାଜନୈତିକ ଆନ୍ଦୋଳନ, ପ୍ରତିବାଦ ଏବଂ ବିକ୍ଷୋଭ ବନ୍ଦ ହେବାର ନାଁ ନେଉ ନାହିଁ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଭାଜପା ଓ କଂଗ୍ରେସ ବିରୋଧ ପ୍ରଦର୍ଶନ…

୫ମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଲଗାତର ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୧୦: ଗତ ସେପ୍ଟେମ୍ବର ୨୪ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬.୫୧ ଟଙ୍କା ଏବଂ ଡିଜେଲ ୮.୪୬ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର…

ମ୍ୟାଚ୍‌ ପରେ ଭୋ ଭୋ କାନ୍ଦିଲେ ଏହି କ୍ରିକେଟ୍‌ରଙ୍କ ବାପା: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୧୦: ଭାରତ ବିପକ୍ଷରେ ବିଜୟ ପରେ ସମଗ୍ର ପାକିସ୍ତାନ ଏହି ସମୟରେ ଉତ୍ସବରେ ବୁଡି ରହିଛି। ଅଧିନାୟକ ବାବର ଆଜମଙ୍କୁ ସବୁଠି ପ୍ରଶଂସା କରାଯାଉଛି। ସେ ଏପରି କାର୍ଯ୍ୟ କରିଥିଲେ, ଯାହା ଇମ୍ରାନ ଖାନଙ୍କ ପରି ଜଣେ କିମ୍ବଦନ୍ତୀ ଅଧିନାୟକ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri