ରାୟଗଡ଼ା ଜିଲାରେ ଛତିଶଗଡ଼ ମନ୍ତ୍ରୀଙ୍କ ମାରାଥନ ପ୍ରଚାର

ବିଷମକଟକ/ମୁନିଗୁଡ଼ା/କୋଲନରା,୧୨ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଲା। ରାଜ୍ୟ ସରକାର ପ୍ରଚାର କଟକଣା କୋହଳ କରିବା ପରେ ଏବେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଜୋର୍‌ଦାର ଚାଲିଛି। ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପାଇଁ ହେଭିଓ୍ବେଟ୍‌ ନେତା ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି। ଦୁଇଦିନ ତଳେ ଭାଜପା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାୟଗଡ଼ା ଜିଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଫେରିଥିବାବେଳେ ଶୁକ୍ରବାର ଛତିଶଗଡ଼ର ଶିଳ୍ପ ଓ ବାଣିଜି୍ୟକ ଟିକସ(ଅବକାରୀ) କ୍ୟାବିନେଟ ମନ୍ତ୍ରୀ କଓ୍ବାସି ଲଖମା ପ୍ରଚାର ପାଇଁ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି। ସେ କଂଗ୍ରେସର ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷମକଟକ, ମୁନିଗୁଡ଼ା ଏବଂ କୋଲନରା ବ୍ଲକର ବିଭିନ୍ନ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିଛନ୍ତି।
ଅପରାହ୍ନରେ କଓ୍ବାସି ବିଷମକଟକଠାରେ ରୋଡ୍‌ ଶୋ’କରି ‘କ’ ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ସୁଶ୍ରୀ ଗୀତା କୃଷିକା, ‘ଖ’ ଜୋନ୍‌ର କୃଷ୍ଣ ନାଣକାଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଚାର ସମୟରେ କର୍ମୀଙ୍କ ସହିତ ନୃତ୍ୟ ମଧ୍ୟ କରିଥିଲେ। ମନ୍ତ୍ରୀଙ୍କ ସହ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ଜିଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ଓ ଦଳୀୟ ପ୍ରାର୍ଥୀ ରହିଥିଲେ। ପ୍ରଚାର ପୂର୍ବରୁ ମନ୍ତ୍ରୀ ସ୍ଥାନୀୟ ମାଁ ମାର୍କମା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ମନ୍ତ୍ରୀ ଓ ଏମ୍‌ପି ମୁନିଗୁଡ଼ା ବ୍ଲକ ‘କ’ ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ଦକ୍ଷ କରକରିଆ ଏବଂ ‘ଖ’ ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ସୁକୁମାରୀ ନାଗଙ୍କ ପାଇଁ ଭୋଟ ମାଗିଥିଲେ। କୋଲନରା ବ୍ଲକରେ ‘କ’ ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ରାଓ ଏବଂ ଜେକେପୁର ‘ଗ’ ଜୋନ୍‌ ପ୍ରାର୍ଥୀ କାବ୍ୟ କୁଲେସିକାଙ୍କ ନିମନ୍ତେ ମଧ୍ୟ ପ୍ରଚାର କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖି ଶାସନରେ ଲୋକେ ଅତିଷ୍ଠ। ତେଣୁ କଂଗ୍ରେସ ପୁଣି ଫେରିବ ବୋଲି ଏଠାରେ ମନ୍ତ୍ରୀ ଲଖମା କହିଛନ୍ତି। ସେହିପରି ଜିଲାର ୨୨ ଜୋନ୍‌ରୁ ୧୭ରୁ ଊର୍ଦ୍ଧ୍ୱ ଜିଲା ପରିଷଦ ଆସନରେ କଂଗ୍ରେସ ଜିତିବ ବୋଲି ସପ୍ତଗିରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଟେକ୍‌ ସର୍ଭେରୁ ବଞ୍ଚିତ ଦର୍ପଣ ତହସିଲ

ଚଣ୍ଡିଖୋଲ,୧୦ା୬(ଡି.ଏନ.ଏ.): ରାଜ୍ୟ ସରକାର ଜମିଜମା ସଂଶୋଧନ ପାଇଁ ବନ୍ଦୋବସ୍ତ, ଚକବନ୍ଦୀ ଆଦି ପ୍ରଚଳନ କରି ସଂଶୋଧନ ପ୍ରକ୍ରିୟା କରିଥିଲେ। ହେଲେ ଇଂରେଜ ସରକାର ଅମଳରେ ହୋଇଥିବା...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଏସ୍‌ପି

ସୋରଡା,୬ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୨୨୦୮ ଜଣ ପ୍ରବାସୀ ରହୁଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ବ୍ଲକରେ ପହଞ୍ଚତ୍ ସଙ୍ଗରୋଧ କେନ୍ଦ୍ରର...

କୃତୀ ଛାତ୍ରୀଛାତ୍ରଙ୍କୁ ଗଛ ଉପହାର

ସିମୁଳିଆ, ୧୫।୧୨(ଡି.ଏନ.ଏ.)-ସିମୁଳିଆ ବ୍ଲକ ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ...

ଓଲଟିଲା ପୋଲିସ ଭ୍ୟାନ୍‌, ୫ ଆହତ

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବୁଧବାର ପୂର୍ବାହ୍ନରେ ଏକ ପୋଲିସ ପାଟ୍ରୋଲିଂ...

ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା

ପରଜଙ୍ଗ, ୧୭।୧(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ୍‌ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ବିଟ୍‌ ଅନ୍ତର୍ଗତ ଖେସରା ଜଙ୍ଗଲରେ ଅସୁସ୍ଥ ହୋଇ ବିଚରଣ କରୁଥିବା ଏକ...

ସହକାରୀ ଯନ୍ତ୍ରୀଙ୍କ ୨୮ ପ୍ଲଟ୍‌, ୩ କୋଠା ଠାବ

ଢେଙ୍କାନାଳ ଅଫିସ,୧୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍‌ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ...

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ

ଜଗତ୍‌ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ...

ହଳଦିଆ ବାହାଳରେ ହାତୀ ଆତଙ୍କ

ଓଡ଼ାପଡ଼ା,୧୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ସେକ୍ସନ ଅଞ୍ଚଳରେ ୬୦ ହାତୀ ଉପଦ୍ରବ ଚଳାଇଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବୁଧବାର ପ୍ରାୟ...

Advertisement
Archives

Model This Week