Home

ଐତିହ୍ୟ କରିଡର, ଏକାମ୍ର ପ୍ରକଳ୍ପର ସମୀକ୍ଷା

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୨୨।୨(ଡି.ଏନ୍‌.ଏ.):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ମହାନିର୍ଦ୍ଦେଶକ (ଡିଜି) ଭି. ବିଦ୍ୟାବତୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ସୋମବାର ପୁରୀରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ମାଷ୍ଟର ପ୍ଲାନ୍‌ ସମ୍ପର୍କରେ ସମୀକ୍ଷା…

ଇଭିଏମ୍‌ରେ ରହିବ ‘ନୋଟା’

ଭୁବନେଶ୍ୱର,୨୨ା୨(ବ୍ୟୁରୋ):ଆଗାମୀ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କେବଳ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ପଞ୍ଚାୟତ ନିବର୍ର୍ାଚନ ଶେଷ ହେବା ପରେ ଅର୍ଥାତ୍‌ ମାର୍ଚ୍ଚ ପ୍ରଥମ ସପ୍ତାହରେ ପୌର ନିର୍ବାଚନ ଘୋଷଣା ହେବ ବୋଲି ଜଣାପଡ଼ିଛି।…

୧୭ ଅପରାଧ ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

କଟକ ଅଫିସ,୨୨ା୨: ବିଭିନ୍ନ ଜିଲାରେ ଘଟିଥିବା ୧୭ଟି ହତ୍ୟା ଓ ଶିଶୁଚୋରି ଘଟଣାରେ ନ୍ୟାୟ ପାଇଁ ବଞ୍ଚିତ ୧୭ ପରିବାର ମିଳିତ ଭାବେ ସୋମବାର ହାଇକୋର୍ଟରେ ଏକ ରିଟ୍‌ ପିଟିଶନ୍‌ ଦାଖଲ କରିଛନ୍ତି। ଏସବୁ ଘଟଣା ମଧ୍ୟରେ ଜଗତ୍‌ସିଂହପୁର ଜିଲା କୁଜଙ୍ଗର…

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼

କଟକ ଅଫିସ,୨୨ା୨:ଏସ୍‌ସିବି ମେଡିକାଲରେ ଆଶାକର୍ମୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଶିଝିରିଆ ଗ୍ରାମର ସମ୍ପୃକ୍ତ ଆଶାକର୍ମୀ ସୋମବାର ଏସ୍‌ସିବି ମେଡିକାଲ ପରିସରସ୍ଥ ଫାଣ୍ଡିରେ ଏ ନେଇ ଏତଲା…

ବହୁ ଜୀବନ ନେଇଛନ୍ତି ନକଲି ଡାକ୍ତର

ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ଟଙ୍କା ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଦିନକୁ ଦିନ ଠକେଇର ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। କମିଶନରେଟ ପୋଲିସ…

ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ

ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ ଲୁହାସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ସହ ସୁରକ୍ଷା ଚୁକ୍ତିନାମା ମଧ୍ୟ କରିଛନ୍ତି ।…

ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନ୍ତର୍ଜାତୀୟ ଅପରାଧ ଓ ମାନବାଧିକାର ଆଇନଜୀବୀମାନଙ୍କର ସ୍ବତନ୍ତ୍ର ସଂଗଠନ ଗୁଏର୍ନିକା…

ପୁଣି ଆସୁଛି ପଶ୍ଚିମା ଝଡ଼, ୨୪ରୁ ବର୍ଷା

ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଓଡ଼ିଶା ଆଡ଼କୁ ଆସୁଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ରେ ବର୍ଷା ହେବାକୁ ଥିବାବେଳେ ୨୫ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି…

ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ ଅରବପତି ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ…

କଠୋର ଦଣ୍ଡ ବ୍ୟବସ୍ଥା ଲୋଡ଼ା

ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ରାଜ୍ୟରେ ଅନ୍ଧବିଶ୍ୱାସ ଜନିତ ହତ୍ୟା ଏବଂ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ବିଶେଷ କରି ମହିଳାଙ୍କ ବିରୋଧରେ ଏହି ଅପରାଧ ଅଧିକ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, ଗଜପତି, ଗଞ୍ଜାମ ଭଳି ଜିଲାରେ ଏଭଳି ଘଟଣା ଅଧିକାଂଶ ଘଟୁଥିବା ଓଡ଼ିଶା…

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଖିଳେଶଙ୍କ ନାଁରେ ମାମଲା

ଲକ୍ଷ୍ନୌ,୨୧।୨: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସମାଜବାଦୀ ପାର୍ଟି(ଏସ୍‌ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏସ୍‌ପି ମୁଖ୍ୟ ତାଙ୍କ ନିର୍ବାଚନମଣ୍ଡଳୀ ଇଟାଓ୍ବା ଜିଲାର ସୈଇଫଇରେ ଖବରଦାତାଙ୍କ ସହ କଥା…

ପୌର ନିର୍ବାଚନରେ ହେବ ଇଭିଏମ୍‌ ଭୋଟିଂ: ଦୃଷ୍ଟିହୀନଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଭୋଟ ଗ୍ରହଣ ସମୟରେ ସମସ୍ତ ପ୍ରକାରର ବିଭ୍ରାଟକୁ ଏଡ଼ାଇବା ସହ ସ୍ବଚ୍ଛ, ନିରପେକ୍ଷ ଓ ସମୟ ସାପେକ୍ଷ ଭୋଟ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ପୌରସଂସ୍ଥା ନିର୍ବାଚନରେ ଇଭିଏମ୍‌ ବ୍ୟବହାର ହେବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?