ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ

ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ ଲୁହାସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ସହ ସୁରକ୍ଷା ଚୁକ୍ତିନାମା ମଧ୍ୟ କରିଛନ୍ତି । ଏହାସହ ପୁଟିନ ୟୁକ୍ରେନ ସେନାକୁ ଉକ୍ତ ଅଞ୍ଚଳରେ ଗୁଳି ଚାଳନା ନ କରିବାକୁ କହିଛନ୍ତି । ସେ କହିଛନ୍ତି ଚୁକ୍ତିନାମା ଅନୁଯାୟୀ, ଏବେ ଏହି ଅଞ୍ଚଳର ସୁରକ୍ଷାର ଦାୟିତ୍ୱ ରୁଷିଆର ।
ଦେଶକୁ ସମ୍ବୋଧନ ଦେବା ଅପସରରେ ପୁଟିନ କହିଛନ୍ତି ରୁଷିଆର ନିଜସ୍ୱ ସୁରକ୍ଷା ଅଧିକାର ରହିଛି ଓ ଏହା ସେ ସମ୍ଭାଳି ପାରିବେ । ପଶ୍ଚିମ ଦେଶ ନାଟୋକୁ ବିସ୍ତାର କରିବାକୁ ଲଗାତାର ଭାବେ ଚାପ ପ୍ରୟୋଗ ସହ ବ୍ଲାକମେଲ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ୟୁକ୍ରେନ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରୁଛି । ଏହା ରୁଷିଆ ପ୍ରତି ବିପଦ ବଢାଇବ । ରୁଷିଆ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ୨୦୦୦ ମସିହାରେ ଆମେରିକା ତତକାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସହ ରୁଷିଆର ନାଟୋରେ ଯୋଗଦେବାର ସମ୍ଭାବନା ବିଷୟରେ କଥାବାର୍ତ୍ତା ହୋଇଥିଲା । ହେଲେ ଶୀତଳ ଯୁଦ୍ଧର ମାନସିକତାରେ ପୀଡିତ ଆମେରିକା ଏହି ପ୍ରସ୍ତାବ ପ୍ରତି ଧ୍ୟାନ ଦେଇ ନ ଥିଲା । ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶକୁ ନାଟୋକୁ ନେବାକୁ ଆମେରିକା ପ୍ରସ୍ତୁତ ନ ଥିଲା । ଆମେରିକା ଛୋଟ ଓ ଦୁର୍ବଳ ଦେଶକୁ ଚାହୁଁଥିଲା । ହେଲେ ଏବେ ଆମର ସୁରକ୍ଷା ପାଇଁ ଆମକୁ ବିଶ୍ୱାସ ଦରକାର । ଆମକୁ ଏକ ସ୍ପଷ୍ଟ ନିଶ୍ଚିତତା ଦରକାର ଯେ ନାଟୋ ବିସ୍ତାର ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

‘ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ’ – ଆମେରିକା ଧମକର ଜବାବ ଦେଇଛି ଇରାନ; ଜାଣନ୍ତୁ ହର୍ମୁଜ ବିଷୟରେ କ’ଣ କହିଛି

ତେହରାନ,୧୨।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି।…

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

Crude Oil Price : ହର୍ମୁଜ ବନ୍ଦ, ଇରାନ ଉପରେ ଆମେରିକାର ଆକ୍ରମଣ ଆରମ୍ଭ ଅଶୋଧିତ ତୈଳ ମୂଲ୍ୟ ଉପରେ କ’ଣ ପଡ଼ିଲା ପ୍ରଭାବ? ଜାଣନ୍ତୁ…

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ଅଶୋଧିତ ତୈଳ ବଜାରରେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଇରାନ ଉପରେ ଆମେରିକାର ଆକ୍ରମଣ…

ତାଜ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଦନ୍ତ ଆରମ୍ଭ କରିଛି ପୋଲିସ

ମୁମ୍ବାଇ,୧୨।୭: ମୁମ୍ବାଇର ତାଜ ହୋଟେଲକୁ ଉଡାଇ ଦେବାକୁ ବୋମା ଧମକ ଦିଆଯାଇଛି। ରବିବାର (୧୨ ଜୁଲାଇ) ମଧ୍ୟରାତ୍ରିରେ କଣ୍ଟ୍ରୋଲ ରୁମକୁ ଏହି ହୋଟେଲ ସମ୍ପର୍କରେ ବୋମା ଧମକ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri