ଐତିହ୍ୟ କରିଡର, ଏକାମ୍ର ପ୍ରକଳ୍ପର ସମୀକ୍ଷା

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୨୨।୨(ଡି.ଏନ୍‌.ଏ.):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ମହାନିର୍ଦ୍ଦେଶକ (ଡିଜି) ଭି. ବିଦ୍ୟାବତୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ସୋମବାର ପୁରୀରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ମାଷ୍ଟର ପ୍ଲାନ୍‌ ସମ୍ପର୍କରେ ସମୀକ୍ଷା କରିବା ପରେ ଭୁବନେଶ୍ୱରରେ ଏକାମ୍ର ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି।
ଏଏସ୍‌ଆଇ ଡିଜି ପୁରୀରେ ପହଞ୍ଚତ୍ବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନଓ୍ବର ବିଶାଲ ସିଂଙ୍କ ସମେତ ଟାଟା ପାୱାର, ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକ୍‌ଶନ୍‌ କର୍ପୋରେଶନ (ଓବିସିସି), ପୁରୀ ପୌରପାଳିିକା ଏବଂ ଏଏସ୍‌ଆଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଏସ୍‌ଆଇ ଡିଜି ବିଦ୍ୟାବତୀ ଐତିହ୍ୟ କରିଡର ପ୍ରକଳ୍ପର ମାଷ୍ଟର ପ୍ଲାନ ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରକଳ୍ପରେ ରହିଥିବା କେତେକ ସମସ୍ୟା ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପଶ୍ଚିମଦ୍ୱାର ପରିବର୍ତ୍ତେ ପୂର୍ବଦ୍ୱାର ନିକଟରେ ଭଜନ ମଣ୍ଡପ କରାଯିବାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହୋଇଆସୁଛି। ସେହିପରି ଶ୍ରୀମନ୍ଦିର ଭିତରେ ପ୍ରକଳ୍ପକୁ ନେଇ ପରିଚାଳନା କମିଟି ସଦସ୍ୟମାନଙ୍କ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପୂର୍ବରୁ ପ୍ରକଳ୍ପ ସମ୍ପର୍କରେ ଓବିସିସି ପକ୍ଷରୁ ଏଏସ୍‌ଆଇ କର୍ତ୍ତପକ୍ଷଙ୍କୁ ଚିଠି ଲେଖାଯାଇଥିଲା। ତେଣୁ ଏଏସ୍‌ଆଇ ପକ୍ଷରୁ ଏହି ସମୀକ୍ଷା କରାଯାଇଥିବା ଜଣାପଡ଼ିଛି।
ପରେ ଅପରାହ୍ନ ୩ଟାରେ ଏଏସ୍‌ଆଇ ଡିଜି ଭୁବନେଶ୍ୱର ଗସ୍ତରେ ଆସି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ଏକାମ୍ର ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଯଥାଶୀଘ୍ର ଏହାକୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କିଛିଦିନ ପୂର୍ବରୁ ବିନ୍ଦୁସାଗର ପୋଖରୀ ତଥା ଭବାନୀ ମନ୍ଦିର ନିକଟରେ ଠାବ କରାଯାଇଥିବା ନୂତନ ମନ୍ଦିର ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ତେବେ ଲିଙ୍ଗ ଫାଟିବା ସହ ଧୀରେ ଧୀରେ ଏହା କ୍ଷୟ ହେଉଥିବା ଜାଣିବା ପରେ ସେ ଏହା ଉପରେ ଖୁବ୍‌ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ଦିର ବ୍ୟତୀତ ଏହାର ଆଖପାଖ ଡ୍ରେନ୍‌ ସମସ୍ୟାର ତଦାରଖ କରି ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଡିଜି ଭି. ବିଦ୍ୟାବତୀ ଦେବୀ ପାଦହରା ପୁଷ୍କରିଣୀ ସମେତ ମୁକ୍ତେଶ୍ୱର, କେଦାରଗୌରୀ ଆଦି ମନ୍ଦିର ପରିଦର୍ଶନ ମଧ୍ୟ କରିଥିଲେ। ତାଙ୍କ ସହିତ ବିଭାଗୀୟ ନିର୍ଦ୍ଦେଶକ ଏନ୍‌.କେ. ପାଠକ, ଏଏସ୍‌ଆଇ ଓଡ଼ିଶା ମୁଖ୍ୟ ଅରୁଣ କୁମାର ମଲ୍ଲିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ, ସ୍ମାର୍ଟ ସିଟି ଲିମିଟେଡ୍‌ର ଜେନେରାଲ ମ୍ୟାନେଜର କମଲ୍‌ଜିତ୍‌ ଦାସ, ବଡୁ ନିଯୋଗ ସଭାପତି ଅଞ୍ଚଳ ବଟୁ, ସମ୍ପାଦକ କମଳାକାନ୍ତ ବଟୁ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଲା ପଡିଛି ମହାନଦୀ

ବୌଦ୍ଧ,୧୦।୧: ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀରେ ଜଳସ୍ତର କମିବାରେ ଲାଗିଛି । ବିଶେଷ କରି ଖରାଦିନେ ମହାନଦୀ ଶୁଖିଲା...

ଟ୍ରକ୍‌ ଚାଳକ, ଅସହାୟଙ୍କୁ ରନ୍ଧା ଖାଦ୍ୟ ଦେବାବେଳେ ପୋଲିସ ବାବୁ ଦୁର୍ବ୍ୟବହାର କଲେ

ବରଗଡ଼ ଅଫିସ୍‌,୧।୫: ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ସଭ୍ୟମାନେ ସ୍ଥାନୀୟ ବିକାଶ ଛକରେ ଅସହାୟ, ଟ୍ରକ୍‌ ଚାଳକମାନଙ୍କୁ ରନ୍ଧାଖାଦ୍ୟ ବିତରଣ କରୁଥିବାବେଳେ ଶୁକ୍ରବାର ଜଣେ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ...

ଛାତ୍ରୀଛାତ୍ର ଗବେଷଣାତ୍ମକ ମନୋବୃତ୍ତି ନେଇ ଅଧ୍ୟୟନ କରନ୍ତୁ’

ଭୁବନେଶ୍ୱର,୧୬ା୧୧ (ବ୍ୟୁରୋ): ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାର ପାଇଁ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ, ନିଆଁର...

ନାଁକୁ ସହର, ନାହିଁ ସର୍ବନିମ୍ନ ସୁବିଧା

ଜଳେଶ୍ୱର,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡରେ ଥିବା ମଣିପାଟଣା ଗାଁରେ ନାହିଁ ସର୍ବନିମ୍ନ ସୁବିଧା। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଫଳରେ କୌଣସି...

୨୦୨୩ ଜାନୁୟାରୀ ସୁଦ୍ଧା ବାଲେଶ୍ୱରରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ବାଲେଶ୍ୱର ଅଫିସ, ୧୯।୧୦: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ର ଶ୍ରମନିଯୁକ୍ତି, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଭେଟି...

ୟୁଟ୍ୟୁବ୍‌ ଦେଖାଇଲା ରୋଜଗାର ବାଟ

ପିପିଲି,୨୩।୧(ଡି.ଏନ୍‌.ଏ.):ନିମାପଡ଼ା ଅଞ୍ଚଳର ଯୁବଚାଷୀ ପରେଶ ଗୁରୁ। ସେ ଜଣେ ଡ୍ରାଇଭର ହୋଇଥିବାବେଳ ୟୁଟ୍ୟୁବ ଦେଖି ଚାଷକୁ ପେସା ଭାବରେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେ...

ଅବନ୍ତୀଙ୍କ ପ୍ରଚାରରେ ନେତା, ମନ୍ତ୍ରୀ

ଧାମନଗର,୧୯।୧୦(ସ୍ବ.ପ୍ର.):  ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେଉଁଠି ନିର୍ବାଚନୀ ସଭା କରାଯାଉଛି ତ ଆଉ କେଉଁଠି ଦଳର ନେତା ବିଭିନ୍ନ ୱାର୍ଡରେ...

Advertisement
Archives

Model This Week