Home

ୟୁକ୍ରେନବାସୀଙ୍କୁ ଘର ଖାଲି କରିବାକୁ ଚେତାବନୀ ଦେଲା ରୁଷିଆ; ଆଜି ରାତିରେ କ୍ୱିଭ୍‌ରେ ଧ୍ୱଂସଲୀଳା

କ୍ୱିଭ୍‌, ୧ା୩: ୬ଷ୍ଠ ଦିନରେ ବି ଜାରି ରହିଛି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷିଆ ମଙ୍ଗଳବାର ମଧ୍ୟ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କ୍ୱିଭ୍‌ ଏବଂ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭକୁ କବ୍‌ଜା କରିବାକୁ ରୁଷିଆ…

ହଂକଂରେ କରୋନା ଅଣାୟତ୍ତ, ପୁଣି ଲକ୍‌ଡାଉନ୍‌ ଆଶଙ୍କା, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ହଂକଂ,୧।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ସଙ୍କଟ ସୃଷ୍ଟି କରିଛି। ମୃତ ଦେହଗୁଡ଼ିକୁ ରଖିବା ପାଇଁ ଶବାଗାରରେ ସ୍ଥାନର ଅଭାବ ଦେଖାଦେଇଛି। ହଂକଂର ବହୁ ଲୋକ କରୋନା ଟିକା…

ରୁଷିଆ ସହ ଲଢ଼ି ଶକ୍ତିର ପ୍ରମାଣ ଦେଇଛୁ: ଜେଲେନ୍‌ସ୍କି

କ୍ୱିଭ୍‌, ୧ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ସୋମବାର ଉଭୟ ପକ୍ଷ ମଧ୍ୟରେ ବେଲାରୁଷ ସୀମାରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା ନିମନ୍ତେ ବୈଠକ ବସିଥିଲେ ବି ସେଥିରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ରୁଷିଆର ଦାବିକୁ ଗ୍ରହଣ…

୧୦୦ତମ ଟେଷ୍ଟରେ ଶତକ ମାରନ୍ତୁ ବୋଲି ପ୍ରାର୍ଥନା

ନୂଆଦିଲ୍ଲୀ,୧।୩: ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌। ବିରାଟଙ୍କ ବ୍ୟତିତ ତାଙ୍କ ପ୍ରଶଂସକମାନେ…

ଟାର୍ଗେଟ୍‌ ଆକ୍ରମଣ ଯୋଜନା କରୁଛି ରୁଷିଆ, ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ…

କ୍ୱିଭ୍‌,୧।୩ : ରୁଷିଆ ଏବେ ୟୁକ୍ରେନ୍‌ରେ ଟାର୍ଗେଟ୍‌ ଆକ୍ରମଣର ଯୋଜନା କରୁଥିବା ଅଭିଯୋଗ ହୋଇଛି। କ୍ୱିଭ୍‌ର ବହୁ ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ ଦେଖିବାକୁ ମିଳିଛି। ତେବେ ଏଭଳି ଚିହ୍ନ କିଏ କାହିଁକି କରିଛି ତାହା ମଧ୍ୟ ସମ୍ପୃକ୍ତ ଘର…

ଆମେରିକା ହିଁ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଦାୟୀ, ଇରାନ୍‌ ସୁପ୍ରିମ୍‌ ଲିଡରଙ୍କ ଆକ୍ଷେପ…

ତେହେରାନ,୧।୩ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ନେଇ ଇରାନ୍‌ର ସୁପ୍ରିମ୍‌ ଲିଡର ଆୟତୁଲା ଅଲ୍ଲୀ ଖାମନେଇ ଆମେରିକା ଉପରେ ଦୋଷ ବୋଳିଛନ୍ତି। ସେ କହିଛନ୍ତି ଯେ, ଆମେରିକା ମାଫିଆ ଭଳି କାର୍ଯ୍ୟ କରୁଛି। ଆମେରିକା ଜାଣିଶୁଣି ଯୁଦ୍ଧ ସ୍ଥିତି ସୃଷ୍ଟି…

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଲେ ଇୟୁ ସଦସ୍ୟ

କ୍ୱିଭ୍‌,୧।୩: ଲଗାତାର ୬ ଦିନ ଧରି ରୁଷିଆର ଘନଘନ ଆକ୍ରମଣ ସତ୍ତ୍ୱେ ପଛକୁ ହଟିବାକୁ ନାରାଜ ୟୁକ୍ରେନ୍‌। ଉଭୟ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ରୁଷିଆର ବିରୋଧ ସତ୍ତ୍ୱେ ଭୋଲୋଡିମିରି ଜେଲେନ୍‌ସ୍କି ୟୁରୋପୀୟ ସଂଘ(ଇୟୁ)ର ସଦସ୍ୟତା ପାଇଁ ଆବେଦନ କରିଛନ୍ତି।…

ଖାଦ୍ୟ କିଣିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ନବୀନ, ହଠାତ୍‌ ହୋଇଥିଲା ବୋମାମାଡ଼

କ୍ୱିଭ୍‌,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ଲାଗି ଗୋଟିଏ ପଟେ ଭାରତ ସରକାର ଅଭିଯାନ ଜାରି ରଖିଥିବା ବେଳେ ଆସିଛି ଦୁଃଖଦ ଖବର। ଖାର୍କିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା(୨୧)ଙ୍କ ମୃତ୍ୟୁ ଘଟିଛି। ଏନେଇ ବୈଦେଶିକ…

ଜାତିସଂଘରେ ଏକୁଟିଆ ରୁଷିଆ,ସଦସ୍ୟ ରାଷ୍ଟ୍ର କଲେ ଗୃହତ୍ୟାଗ…

ଜେନେଭା,୧।୩ : ୟୁକ୍ରେନ୍‌ ଉପରେ ଆକ୍ରମଣ କରି ରୁଷିଆ ଏବେ ଚାରିପଟୁ ବିରୋଧର ସମ୍ମୁଖୀନ ହେବାରେ ଲାଗିଛି। ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ବିରୋଧାଭାସର ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରେଜ ରାଓ୍ବରୋଓ୍ବ କହିବାକୁ ଆରମ୍ଭ…

ଦୁଃଖ ବଖାଣି ଭାବବିହ୍ବଳ ହେଲେ ଶ୍ରେୟାସ; ଦିଲ୍ଲୀର ଅଧିନାୟକ ପଦରୁ ହଟାଇବାକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୩: ଭାବବିହ୍ବଳ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର। ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ଆୟର ଆଗାମୀ ସିଜନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବ। ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ ଟିମ୍‌କୁ ଫାଇନାଲକୁ ପଠାଇଥିଲେ ଆୟାର।…

ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ

ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ବଲ୍‌ର ଶିକାର ହୋଇଥାନ୍ତି। ଅନେକ ଅଭିଜ୍ଞ କ୍ରିକେଟର ମଇଦାନରେ ତାଙ୍କ ବିପକ୍ଷରେ…

କୃଷକ ଆନ୍ଦୋଳନର ୧୭ ମାମଲା ଫେରାଇ ନେବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୧।୩ : ଗତ ବର୍ଷ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ୧୭ ମାମଲାକୁ ଦିଲ୍ଲୀ ସରକାର ଫେରାଇ ନେବେ। ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାଗୁଡ଼ିକୁ ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ମଞ୍ଜୁରୀ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri