Posted inଜାତୀୟ

କୁତବ ମିନାର ଖନନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୫: କୁତବ ମିନାର କମ୍ପ୍ଲେକ୍ସରେ ଖନନ କରିବାକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସ୍‌ଆଇ)କୁ ଆଦେଶ ଦିଆଯାଇ ନ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କେ ରେଡ୍ଡୀ କହିଛନ୍ତି। ସେ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରି ସେପରି କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା କହିଛନ୍ତି।
ଜ୍ଞାନବାପି ପ୍ରସଙ୍ଗ ମଧ୍ୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, କୁତବ ମିନାର କମ୍ପ୍ଲେକ୍ସ ଖନନ କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା, କୁତବ ମିନାରରେ ଥିବା ମୂର୍ତ୍ତିକୁ ଅଧ୍ୟୟନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ନିକଟରେ କୁତବ ମିନାରର ନାଁ ବଦଳାଇବା ପାଇଁ ମଧ୍ୟ ଦାବି ହୋଇଥିଲା। ଏହାପରେ କିଛି ହିନ୍ଦୁ ସଙ୍ଗଠନର କର୍ମୀ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ। ହିନ୍ଦୁ ସଙ୍ଗଠନ କୁତବ ମିନାରର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ପାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଶନିବାର ଗୋଟିଏ ଦିନରେ ସର୍ବାଧିକ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୩ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଏହା ଗୋଟିଏ...

ବୃଦ୍ଧା ମାଲିକାଣୀଙ୍କୁ ଅନ୍ଧ କରି ଚୋରି

ହାଇଦ୍ରାବାଦ,୫ା୩: ଚୋରି ପାଇଁ ମଣିଷ କେତେ ନିମ୍ନସ୍ତରକୁ ଖସିପାରେ ଏବଂ ଜଘନ୍ୟକାଣ୍ଡ ଘଟାଇପାରେ ତାହା ଦେଖିବାକୁ ମିଳିଛି ସିକନ୍ଦରାବାଦର ନାଚରମରେ। ହାଇଦ୍ରାବାଦ ପୋଲିସ ପି. ଭାର୍ଗବୀ...

ଅନ୍ୟ କାର୍ଯ୍ୟରେ ନିୟୋଜିତ ହେବେନି ଶିକ୍ଷକ

ନୂଆଦିଲ୍ଲୀ,୧୨।୨: ପଞ୍ଜାବର ଶିକ୍ଷକମାନେ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ପ୍ରିନ୍ସିପାଲମାନଙ୍କ ଏକ ସମ୍ମିଳନୀରେ କହିଛନ୍ତି। କାର୍ଯ୍ୟକ୍ରମରେ...

ଆବେଦନର ୩୦ ଦିନ ମଧ୍ୟରେ ୫୦ ହଜାର ଟଙ୍କା କରୋନା ମୃତ୍ୟୁ ସହାୟତାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୦: କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ...

ଜାଲିଆନାୱାଲାବାଗ: ଐତିହାସିକ ଶହୀଦ କୂଅରେ ଆଉ ପର୍ଯ୍ୟଟକ ପକାଇ ପାରିବେ ନାହିଁ ମୁଦ୍ରା

ଅମୃତସର,୨୬ ।୭: ପଞ୍ଜାବର ଅମୃତସରରେ ଥିବା ଐତିହାସିକ ଜାଲିଆନାୱାଲାବାଗକୁ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାଆନ୍ତି । ଏଠାରେ ଥିବା କୂଅରେ ପର୍ଯ୍ୟଟକମାନେ କଏନ ପକାଇ...

ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୭।୨: ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି କଂଗ୍ରେସ ନେତା ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଫେବୃଆରୀ ୨୩ରେ ତାଙ୍କୁ...

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି...

ଆଦିବାସୀ କାର୍ଡ ଖେଳିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨।୧୧: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସରକାର ଏକ...

Advertisement
Archives

Model This Week