୨୦୩୦ ସୁଦ୍ଧା ଭାରତରେ ସର୍ବାଧିକ ହୃଦ୍‌ଘାତ ଜନିତ ମୃତ୍ୟୁ ହେବ, ଏହାର କାରଣ କହିଲେ ବିଶେଷଜ୍ଞ

ବେଙ୍ଗାଲୁରୁ,୨୨ା୫: ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ସିଏନ ମଞ୍ଜୁନାଥ ଚେତାବନୀ ଦେଇଛନ୍ତି ଯେ, ଭାରତରେ ୨୦୩୦ ସୁଦ୍ଧା ବିଶ୍ୱରେ ସର୍ବାଧିକ ହୃଦ୍‌ଘାତ ଜନିତ ମୃତ୍ୟୁ ରେକର୍ଡ କରିବ। ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କାର୍ଡିଓ ଭାସ୍କୁଲାର୍‌ ସାଇନ୍ସ ଏବଂ ରିସର୍ଚ୍ଚ ହେଲ୍‌ଥ ମେଡିକନ ୨୦୨୨’ ବିଷୟବସ୍ତୁ ଉପରେ ଡାକ୍ତରଙ୍କ ପାଇଁ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଏହା ପ୍ରକାଶ କରିଛନ୍ତି। ଚାପକୁ ପରିଚାଳନା କରିବା ସହିତ ଏହି ବିପଦ ପ୍ରତିହତ ପାଇଁ ସେ ଏକ ସମନ୍ବିତ ଆଭିମୁଖ୍ୟ ଆହ୍ବାନ ଦେଇଛନ୍ତି। ଏଥିରେ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ବିକାଶ ନିହାତି ଜରୁରୀ ବୋଲି କହିଛନ୍ତି।

ସେ କହିଛନ୍ତି, ଯୁବକ ଏବଂ ମଧ୍ୟବିତ୍ତ ଲୋକଙ୍କ ମଧ୍ୟରେ ହୃଦ୍‌ଘାତ ସମସ୍ୟା ବଢୁଛି। ଯାହାକି ଚିନ୍ତାଜନକ ଅଟେ। ଦୁଇ ଦିନିଆ ସମ୍ମିଳନୀ (ମେ ୨୧-୨୨) ହାଲ୍‌ର ଡାକ୍ତରମାନଙ୍କୁ ପୁନର୍ଗଠନ, ଧାରଣା ବିନିମୟ ଏବଂ ଗଭୀର ଅନୁସନ୍ଧାନର ଏକ୍ସପୋଜର୍‌ କରିବାକୁ ସକ୍ଷମ କରିଥିଲା। ଯାହା ହାଲ୍‌ର ସିଏମ୍‌ଡି ଆର୍‌ ମାଧବନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା।
ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ମଧ୍ୟ ହୃଦ୍‌ଘାତର କାରଣ ହୋଇପାରେ ବୋଲି ସେ କହିଛନ୍ତି।

ଦେଶର ଅନେକ ସହରରେ ବାୟୁ ଗୁଣବତ୍ତା ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକୀୟ ହାର୍ଟ ଆସୋସିଏଶନର ଜର୍ନାଲ ସର୍କୁଲେସନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣର ଶିକାର ହେବା ପରେ ଜଣେ ବ୍ୟକ୍ତି ଏକ ଘଣ୍ଟା ମଧ୍ୟରେ ହୃଦ୍‌ଘାତର ଶିକାର ହୋଇପାରନ୍ତି। ଚାରୋଟି ସାଧାରଣ ବାୟୁ ପ୍ରଦୂଷଣକାରୀଙ୍କ ଉପସ୍ଥିତି, ଯଥା ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର୍‌ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ ଶୀଘ୍ର ତୀବ୍ର କରୋନାରୀ ସିଣ୍ଡ୍ରୋମ (ଏସିଏସ୍‌) ସୃଷ୍ଟି କରିପାରେ। ଅଧ୍ୟୟନ ଅନୁଯାୟୀ, ବାୟୁ, ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ରାସ୍ତା, ବୈଦ୍ୟୁତିକ ଉପକରଣ ଏବଂ ନିର୍ମାଣ ସ୍ଥାନ ଉପରେ ଯାଉଥିବା ଗାଡ଼ରୁ ଧୂଳି ଉଡ଼ିିବା। ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ, ବାୟୁ ପ୍ରଦୂଷଣ ହେତୁ ସାରା ବିଶ୍ୱରେ ୪୨ ଲକ୍ଷ ଲୋକଙ୍କର ମୃତୁ ହୋଇଛି।

ମହିଳାମାନେ ପୁରୁଷଙ୍କ ଅପେକ୍ଷା ରାତିରେ ହୃଦ୍‌ଘାତର ଆଶଙ୍କା ଅଧିକ ଥାଏ। ମହିଳାମାନେ ଶୋଇବା ସମୟରେ ହୃଦ୍‌ଘାତ ହେତୁ ରାତିରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ।
ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି, ରୋଗୀମାନେ ବିଳମ୍ବିତ ରାତିରେ ଆରାମଦାୟକ ଅବସ୍ଥାରେ ରୁହନ୍ତି। ଏହି ସମୟରେ ମେଟାବୋଲଜିିମ୍‌, ହୃଦ୍‌ସ୍ପନ୍ଦନ ଏବଂ ରକ୍ତଚାପ କମିଯାଏ। ଫଳରେ ରାତିରେ ହଠାତ୍‌ ହୃଦ୍‌ଘାତ ହେତୁ ରୋଗୀର ମୃତ୍ୟୁ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୯ା୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ଅଧିବେଶନକୁ ନେଇ...

ସେପ୍ଟେମ୍ବର ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ଲକ୍ଷ୍ନୌ,୮ ।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ଏହି...

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ...

ସଂକ୍ରମଣ କମୁଛି

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪୯ ଜଣ ନୂଆ...

ରମନା ନୂଆ ପ୍ରଧାନ ବିଚାରପତି: ୨୪ ଏପ୍ରିଲ୍‌ରେ ନେବେ ଶପଥ

ନୂଆଦିଲ୍ଲୀ,୬।୪: ସୁପ୍ରିମ୍‌କୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍‌.ଭି. ରମନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି। ରମନା ଏପ୍ରିଲ୍‌ ୨୪ରେ ୪୮ ତମ...

ଜେଏସ୍‌ପିଏଲ୍‌କୁ ଗୋଲ୍‌ଡେନ ପିକକ୍‌ ସମ୍ମାନ

ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍‌ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ...

୨୯ ଫୁଟ୍‌ ମୋବାଇଲ ଟାଓ୍ବାର ଚୋରି

ପାଟନା,୨୧।୧: ବିହାରର ପାଟନାରେ ଏକ ଡକାୟତ ଗ୍ୟାଙ୍ଗ୍‌ ନିଜକୁ ଟେଲିକମ୍‌ କମ୍ପାନୀର କର୍ମଚାରୀ ପରିଚୟ ଦେଇ ୨୯ ଫୁଟ୍‌ ଉଚ୍ଚତାର ଏକ ମୋବାଇଲ ଟାଓ୍ବାରକୁ ଚୋରିକରି...

ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌

ନୂଆଦିଲ୍ଲୀ,୧୧।୧: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି। ଫେବୃୟାରୀରେ ହେବାକୁଥିବା ବଜେଟ ଅଧିବେଶନରେ...

Advertisement
Archives

Model This Week