୧୮ ମାସରେ ୨୦୦ କୋଟି ଟିକା, ଭାରତର ରେକର୍ଡ…
ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ୧୮ ମାସରେ ୨୦୦ କୋଟି ଟିକା ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ଭାରତ ଏହି ଟିକାକରଣ ଲକ୍ଷ୍ୟ ହାସଲ…
ଭଗବାନ ରାମଙ୍କ ଶରଣ ପଶିଲେ କୋହଲି !
ନୂଆଦିଲ୍ଲୀ,୧୬।୭: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି। ଆଇପିଏଲ୍ ପରେ ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲି ନିରାଶ କରିଛନ୍ତି। ତେବେ ଏହି ଗସ୍ତର ଶେଷ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ…
ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…
ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା ଏନଇଇଟି ୟୁଜି ୧୭ ଜୁଲାଇ, ରବିବାର ଅପରାହ୍ନ ୨ ଟାରୁ ୫ଟା ୨୦ ମଧ୍ୟରେ…
ଅଖିଳେଶଙ୍କୁ ଶିବପାଳଙ୍କ ଚିଠି, ମୁଲାୟମଙ୍କୁ ଆଇଏସ୍ଆଇ ଏଜେଣ୍ଟ କହିଥିବା ଯଶଓ୍ବନ୍ତଙ୍କୁ କାହିଁକି ସମର୍ଥନ…
ଲକ୍ଷ୍ନୌ, ୧୬।୭ : ସମାଜବାଦୀ ପାର୍ଟିର ବିଧାୟକ ଶିବପାଲ ସିଂ ଯାଦବ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ରାଜନୈତିକ ଉଷ୍ଣତା ବୃଦ୍ଧି କରିଛନ୍ତି। ସେ ଲେଖିଛନ୍ତି ଯେ ଯିଏ ଏସପି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା
କୋକସରା,୧୬ା୭(ଡି.ଏନ୍.ଏ.): କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡ଼ା ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ। ମାସକ ତଳେ ପ୍ରେମ ବିବାହ କରି ଯୁବକଙ୍କ ଘରେ ରହୁଥିବା ବେଳେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ବାପଘର…
ଭାଜପା-ଏଏପି ବାକ୍ଯୁଦ୍ଧ ଜାରି, ମୋଦି -କ୍ରେଜିଓ୍ବାଲ ମୁହାଁମୁହିଁ..
ନୂଆଦିଲ୍ଲୀ, ୧୬।୭ : ଭାଜପା ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସରକାରଙ୍କ ଦ୍ୱାରା ମାଗଣା ରାବିଡ଼ି…
ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮ ଶ୍ରେଣୀ ଛାତ୍ରୀଙ୍କର ଶୁକ୍ରବାର ରାତିରେ ହଷ୍ଟେଲରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…
କେନ୍ଦ୍ର ସରକାରଙ୍କୁ ସିଜେଆଇଙ୍କ କଟାକ୍ଷ, ବିଚାରାଧିନ ମାମଲାର ସଂଖ୍ୟା ବୃଦ୍ଧିର କାରଣ କମ୍ ନ୍ୟାୟିକ ନିଯୁକ୍ତି …
ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନା ନ୍ୟାୟପାଳିକାରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ କରିବା ଯୋଗୁ ବିଚାରାଧିନ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୫୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
କୋଣାର୍କ ଏକ୍ସପ୍ରେସରେ ଲାଗିଲା ନିଆଁ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସୂଚନାନୁଯାୟୀ, ଭୁବନେଶ୍ୱର ଷ୍ଟେଶନରୁ ଅପରାହ୍ନ ୩ଟା ୨୦ରେ କୋଣାର୍କ ଏକ୍ସପ୍ରେସ ଛାଡ଼ିଥିଲା। କିଛି ବାଟ ଯିବା ପରେ ଏସି ବଗିର ତଳେ ଥିବା ବ୍ୟାଟେରୀରେ…
ବିଶ୍ୱ ଚାମ୍ପିୟନଶିପ୍: ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଫାଇନାଲ ଖେଳିବେ ଶ୍ରୀଶଙ୍କର
ନୂଆଦିଲ୍ଲୀ,୧୬।୭: ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଆଥଲେଟ୍ ମୁରଲୀ ଶ୍ରୀଶଙ୍କର। ଆଥଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ…
ଝିଅ କହି ନ ଥିଲେ, ଗଣମାଧ୍ୟମରୁ ଜାଣିଲି: ସୁସ୍ମିତାଙ୍କ ବାପା
ବମ୍ବେ: ବ୍ୟବସାୟୀ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ସୁସ୍ମିତା ସେନ। ଏନେଇ ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଖୁଲାସା ଅନେକ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ସୁସ୍ମିତାଙ୍କ ବାପା ଏବଂ ଭାଇ ମଧ୍ୟ ଅଛନ୍ତି।…

