Home

ଜେଏମ୍‌ଏମ୍‌ର ସମର୍ଥନକୁ ସ୍ବାଗତ କଲେ ଅର୍ଜୁନ ମୁଣ୍ଡା

ରାଞ୍ଚି,୧୫।୭: ଆସନ୍ତା ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ସରଗରମ ରହିଛି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ନିଜ ପାଇଁ ସମର୍ଥନ ଜୁଟାଇବାରେ…

ବାପା ହେଲେ କ୍ରିକେଟର

ନୂଆଦିଲ୍ଲୀ,୧୫।୭: ଟିମ୍‌ ଇଣ୍ଡିଆ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ରବିନ ଉଥପ୍ପା ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୀତଲ ଗୁରୁବାର କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏନେଇ କ୍ରିକେଟର ସୋସିଆଲ ମିଡିଆ ଜରିଆରେ ଖୁସିଖବର ସମସ୍ତଙ୍କୁ…

ରାଗିଗଲେ କ୍ୟାପ୍‌ଟେନ୍‌: କହିଲେ‘ ଏନେଇ କାହିଁକି ଚର୍ଚ୍ଚା ହେଉଛି ବୁଝିପାରୁନି…’

ଲଣ୍ଡନ,୧୫।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଗୁରୁବାର ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ମାତ୍ର ୧୬ ରନ୍‌ କରି ଉଇକେଟ ହରାଇଥିଲେ। ପ୍ରଥମେ ତାଙ୍କୁ ଦଳରେ ସ୍ଥାନ…

କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ

କଲମ୍ବୋ,୧୫।୭: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଲାଗିରହିଛି। ଗୋଟବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିବେ। ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଡେନା ଗୋଟାବାୟାଙ୍କ ଇସ୍ତଫାକୁ ଗ୍ରହଣ…

ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୫।୭: ଅଲ୍ଟ ନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ପଟିଆଲା କୋର୍ଟ ଏକ ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶରେ ହୋଇଥିବା ଏକ…

ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା

ଭୋପାଳ,୧୫।୭: ମଧ୍ୟପ୍ରଦେଶର ସେହୋରରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଜଣେ ଯୁବକଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋତୱାଲୀ ପୋଲିସ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପଟେ ଏହି ମାମଲା ସର୍ବସମ୍ମୁଖକୁ ଆସିବା…

ମଝି ଆକାଶରେ ଥରିଲା ବିମାନ ଇଞ୍ଜିନ: ଜୟପୁରକୁ ଡାଇଭର୍ଟ, ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫ା୭: ଇଣ୍ଡିଗୋ ବିମାନର ଇଞ୍ଜିନ୍‌ ଏକ ସେକେଣ୍ଡ ପାଇଁ ଥରିବାରୁ ଦିଲ୍ଲୀରୁ-ବଡ଼ଦୋରା ଯାଉଥିବା ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି, ଦିଲ୍ଲୀରୁ ବଡ଼ଦୋରା ଯାଉଥିବା ଇଣ୍ଡିଗୋ ବିମାନ…

ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀନଗର,୧୫।୭: ଜମ୍ମୁକଶ୍ମୀରର ଡୋଡା ଜିଲାରେ ଭଗବାନ ଶିବଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଏକ ମନ୍ଦିରରେ ପ୍ରବେଶ କରି ଭଗବାନ ଶିବଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି। ଜମ୍ମୁକାଶ୍ମୀର…

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଶିନ୍ଦେ: ବଦଳିବନି ଔରଙ୍ଗାବାଦ-ଉସ୍‌ମାନାବାଦର ନାମ

ମୁମ୍ବାଇ,୧୫।୭: ମହାରାଷ୍ଟ୍ରରେ କ୍ଷମତା ଭାର ସମ୍ଭାଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଔରଙ୍ଗାବାଦ ଓ ଉସ୍‌ମାନାବାଦର ନାମ ପରିବର୍ତ୍ତନକୁ ନେଇ ଥିବା ଉଦ୍ଧବଙ୍କ ନିଷ୍ପତ୍ତି ଉପରେ…

୪ଶହ ଏକର ଜମିକୁ ମାଡ଼ିଗଲା ଜୁଆର

ରାଜନଗର,୧୪ା୭(ଡି.ଏନ.ଏ.): ପାଟ୍ଟଶାଳା ନଦୀର ଜୁଆର ଗୁରୁବାର ବନ୍ଧ ଡେଇଁ ଭେଡାକୁ ପଶିଛି। ଉଚ୍ଚ ଜୁଆର ରଙ୍ଗଣୀ ପଞ୍ଚାୟତର ପଟ୍ଟାପାରିଆ ଓ ଭେକ୍ଟାମୌଜାର ପ୍ରାୟ ୪ଶହ ଏକର ଚାଷ ଜମିରେ ମାଡି ଯାଇଛି। ଖରିଫ ଧାନ ଚାଷ ପାଇଁ ଚାଷୀମାନେ ତଳି ପକାଇଥିବା…

ଜୁଲାଇ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୧୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ଜୁଲାଇ ୨୩ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ବିଦାୟକାଳୀନ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତର ଉପରାଷ୍ଚ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା,…

ମୁମ୍ବାଇରେ ପହଞ୍ଚିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହା ତାଙ୍କର ପ୍ରଥମ ସନ୍ତାନ ହେବ। ଯେଉଁଥିପାଇଁ ସୋନମଙ୍କ ପୂରା ପରିବାରରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ନିକଟରେ ଲଣ୍ଡନରେ ସୋନମଙ୍କ ପାଇଁ ଏକ ଚମତ୍କାର ବେବି ସାଓ୍ବାର ପାର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?