୧୮ ମାସରେ ୨୦୦ କୋଟି ଟିକା, ଭାରତର ରେକର୍ଡ…

ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ୧୮ ମାସରେ ୨୦୦ କୋଟି ଟିକା ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ଭାରତ ଏହି ଟିକାକରଣ ଲକ୍ଷ୍ୟ ହାସଲ କରିଛି। ୧୮ ମାସ ମଧ୍ୟରେ ଭାରତ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି।

ସେଥିମଧ୍ୟରୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ୬୪,୦୯୪,୨୯୫ ଟିକା ଦିଆଯାଇଥିବାବେଳେ ୧୫ରୁ ୧୭ ବର୍ଷ ବୟସ୍କଙ୍କୁ ୧୧୦,୯୧୩, ୫୬୨ ଟିକା, ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ୧,୧୧୩,୭୮୩,୬୮୮ ଟିକା, ୪୫ରୁ ୬୦ ବର୍ଷ ବୟସ୍କଙ୍କୁ ୪୧୫,୬୮୭, ୬୬୨ ଟିକା ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୨୭୮, ୯୨୮,୭୧୯ ଟିକା ପ୍ରଦାନ କରାଯାଇଛି।

ଦେଶର ମୋଟ ଟିକା ଡୋଜରେ ଅଧିକାଂଶ ଲୋକଙ୍କୁ କୋଭିଡଶିଲ୍ଡ ଟିକା ଦିଆଯାଇଛି। ୨୦୦ କୋଟି ଟିକା ଡୋଜ ମଧ୍ୟରୁ ୧୫୯ କୋଟି ଟିକା ଡୋଜ କୋଭିଶିଲ୍ଡ ରହିଛି। ସେହିପରି ୩୩ କୋଟିରୁ ଅଧିକ ଡୋଜ କୋଭାକ୍ସିନ ଦିଆଯାଇଛି। କାର୍ବୋଭାକ୍ସର ୬.୪୧ କୋଟିରୁ ଅଧିକ ଡୋଜ ଦିଆଯାଇଛି। ଏହି ତିନୋଟି ଟିକା ବ୍ୟତୀତ ସ୍ପୁଟନିକ-ଭି ଏବଂ କୋଭାଭାକ୍ସ ଟିକା ମଧ୍ୟ ଦେଶର ଲୋକଙ୍କୁ ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ଟିକାକରଣ ଚାଇନାରେ ହୋଇଛି। ସମଗ୍ର ବିଶ୍ୱର ଟିକାରକରଣ ତଥ୍ୟ ଅନୁଯାୟୀ, ଚାଇନାରେ ୩.୪୧ ବିଲିୟନରୁ ଅଧିକ ଟିକା ଡୋଜ ଦିଆଯାଇଛି। ଏଥି ସହିତ ଆମେରିକାରେ ପ୍ରାୟ ୬୦ କୋଟି ଡୋଜ ଟିକା ଦିଆଯାଇଛି। ାଜିଲରେ ମୋଟ ୪୬ କୋଟି ଟିକା ଡୋଜ ପ୍ରୟୋଗ କରାଯାଇଛି। ଏଥି ସହିତ ବ୍ରିଟେନରେ ଏପର୍ଯ୍ୟନ୍ତ ପ୍ରାୟ ୧୫ କୋଟି ଡୋଜ ଦିଆଯାଇଛି।

ଭାରତରେ କୋଭିଡ ଟିକାକରଣ ୧୬ ଜାନୁୟାରୀ ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଭାରତ ଭଳି ଦେଶରେ, ଯେଉଁଠାରେ ବିଶ୍ୱର ପ୍ରାୟ ୧୭.୫ ପ୍ରତିଶତ ଲୋକ ବାସ କରନ୍ତି, ସାଧାରଣ ଲୋକଙ୍କୁ ଏହି ଟିକା ପ୍ରଦାନ କରିବା ସହଜ ନ ଥିଲା। ଏହା ଏକ ଦୀର୍ଘ ଦିନର ଯାତ୍ରାରେ ସମ୍ଭବ ହୋଇ ଧୀରେ ଧୀରେ ୨୦୦ କୋଟିର ଲକ୍ଷ୍ୟରେ ପହଞ୍ଚିଛି ।

ମହାମାରୀର ପ୍ରାରମ୍ଭିକ ଲକ୍ଷଣଗୁଡିକ ୩୧ ଡିସେମ୍ବର ୨୦୧୯ ରେ ଚାଇନାର ଉହାନରେ ଚିହ୍ନଟ ହୋଇଥିଲା। ଏହା ପରେ, ୩୦ ଜାନୁଆରୀ ୨୦୨୦ ରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନା ମହାମାରୀ ନେଇ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।

୧୧ ମାର୍ଚ୍ଚ ୨୦୨୦ ରେ,ବିଶ୍ୱସ୍ବାସ୍ଥ୍ୟ ସଂଗଠନ କରୋନାଭାଇରସ ସଂକ୍ରମଣକୁ ମହାମାରୀ ଘୋଷଣା କରିଥିଲା। ଭାରତରେ କରୋନା ଆକ୍ରାନ୍ତର ପ୍ରଥମ ମାମଲା ୩୦ ଜାନୁୟାରୀ ୨୦୨୦ ରେ ଚିହ୍ନଟ କରାଯାଇଥିଲା। ଦେଶର ପ୍ରଥମ କରୋନା ରୋଗୀଙ୍କୁ କେରଳର ଥ୍ରୀସୁରରେ ଚିହ୍ନଟ କରାଯାଇଥିଲା।

କରୋନା ମହାମାରୀ ଯୋଗୁୁ ପ୍ରଥମ ମୃତ୍ୟୁ ୧୨ ମାର୍ଚ୍ଚ ୨୦୨୦ ରେ ଭାରତରେ ରେକର୍ଡ କରାଯାଇଥିଲା। ୧୯ ଏପ୍ରିଲ ୨୦୨୦ ରେ ଭାରତ ସରକାର ଏକ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ। ୨୦ ଜୁନ ୨୦୨୦ ରେ, ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁମୋଦନ କରାଯାଇଥିଲା। ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ୨୯ ନଭେମ୍ବର ୨୦୨୦ରେ ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ୯୦୦ କୋଟିର ଏକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?