ହନୁମାନଙ୍କ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ପୁଣି ଏକ ମନ୍ଦିରରୁ ଚୋରି। ରେଲଓ୍ବେ ଷ୍ଟେଶନ ନିକଟସ୍ଥ ସିଦ୍ଧ ମହାବୀର ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ହନୁମାନ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ମନ୍ଦିରର ପ୍ରାୟ ୧୮ କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ହନୁମାନ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଶୁକ୍ରବାର ସକାଳୁ ପୂଜକ ମନ୍ଦିର ଭିତରେ ପ୍ରବେଶ କରି ମୂର୍ତ୍ତି ନ ଥିବା ଦେଖି ମନ୍ଦିର କମିଟି ଓ ଅନ୍ୟମାନଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ରାତିରେ ମନ୍ଦିର ପରିସରର ଏକ କୋଠରିରେ ଜଣେ ସନ୍ନ୍ୟାସୀ ଓ ତିନି ଜଣ ଛାତ୍ର ରହୁଥିବା ସତ୍ତ୍ବେ ଅତି ସତର୍କତାର ସହ ଚୋର ମୂର୍ତ୍ତିକୁ ଚୋରି କରି ନେଇଥିବା ଜଣାପଡ଼ିଛି। ପୂର୍ବରୁ ସାଇ ମନ୍ଦିରର ବିପୁଳ ପରିମାଣର ରୁପା ଅଳଙ୍କାର ଚୋରି ଘଟଣାରେ ଚୋର ଧରା ପଡ଼ି ନ ଥିବା ବେଳେ ଆଜି ପୁଣି ଏକ ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସହରରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ଆସୁଛି। ବିଶେଷକରି ମନ୍ଦିରଗୁଡ଼ିକୁ ଟାର୍ଗେଟ କରି ଚୋରି କରୁଥିବା ଜଣାପଡ଼ୁଛି। ତେବେ ସହରରେ ଚୋରର କିଛି ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ୁଛି। ଯାହା ପାରଳାଖେମୁଣ୍ଡି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ାରେ ଗଡ଼ିଲା ୪ଫୁଟ ଉଚ୍ଚର ରଥ

ସଜନାଗଡ,୨୧।୭(ଡି.ଏନ.ଏ.): ଜଗନ୍ନାଥଙ୍କର ସ୍ବପ୍ନାଦେଶ ପାଇ ୧୯ବର୍ଷର ଦିବ୍ୟାଙ୍ଗ ଯୁବକ ତିଆରି କରିଛନ୍ତି ୪ଫୁଟ ଉଚ୍ଚର ସୁସଜ୍ଜିତ ରଥ। ସେଥିରେ ବଳଭଦ୍ର, ଜଗନ୍ନାଥ, ଓ ମା’ ସୁଭଦ୍ରାଙ୍କ...

ଏଲ୍‌ଆଇ ପଏଣ୍ଟରେ ପାଣି ଉଠାଇ ବିକ୍ରି ଅଭିଯୋଗ

ଜୁନାଗଡ,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁା ଗ୍ରାମରେ ଥିବା ବାଗଡିସର ନାଳର ପାଣିକୁ କେତେକ ମୁଷ୍ଟିମେୟ ଲୋକ ଏଲ୍‌ଆଇ ପଏଣ୍ଟ ସାହାଯ୍ୟରେ ପାଣି...

ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ: ହୋମଗାର୍ଡଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା

କୋରୁକୋଣ୍ଡା,୬।୯(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀ ଜଣେ ପୋଲିସ ହୋମଗାର୍ଡ ବନବାସୀ ମହାରଣାଙ୍କୁ ହତ୍ୟା...

ବିଏ ପାସ୍‌ ନ କରି ଅଧ୍ୟାପକ

କଣାସ,୨୯ା୯(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅଧୀନ ଗଡ଼ସାନପୁଟ ପଞ୍ଚାୟତର ଚଉଦମୌଜା ବିଦ୍ୟୁତ୍‌ ସ୍ନାତକ ମହାବିଦ୍ୟାଳୟରେ ଜଣେ ଓଡ଼ିଆ ଅଧ୍ୟାପକ ସ୍ନାତକ (ବି.ଏ.) ପାସ୍‌ ନ...

ରାମଲୀଳା ଯାତ୍ରା : ସୀତାରାମଙ୍କ ବିବାହ ସୃଷ୍ଟି କଲା ଭକ୍ତିମୟ ପରିବେଶ

ବୋଲଗଡ଼,୨୦ା୫(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମରେ ଆୟୋଜିତ ହେଉଛି ରାମଲୀଳା ଯାତ୍ରା ଉତ୍ସବ। ଏହା ୯ଦିନ ଧରି ଏଠାରେ ଚାଲିଛି। ପ୍ରତିବର୍ଷ ଗ୍ରାମବାସୀମାନଙ୍କ ପକ୍ଷରୁ ରାମଲୀଳା ଯାତ୍ରା...

ଧାମନଗର ସମବାୟ ସମିତିରେ ଅଚଳାବସ୍ଥା

ଭଦ୍ରକ ଅଫିସ, ୧୯ା୪ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିରେ ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସମିତିରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି...

ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌...

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର: ଲିକ୍‌ ହୋଇ ରାସ୍ତାରେ ପ୍ରବାହିତ

ଜୟପୁର,୧୭।୧୨ (ଡି.ଏନ୍‌.ଏ ): କୋରାପୁଟ-ଜୟପୁର ଘାଟି ୨୬ ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ପେଟ୍ରୋଲ୍‌ ଲିକ୍‌ ହୋଇ...

Advertisement
Archives

Model This Week