Home

ଏନ୍‌ସିବି ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଥିଲା

ମୁମ୍ବାଇ,୧୯ା୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ସମ୍ପୃକ୍ତ ଥିବା କ୍ରୁଜ୍‌ ଜାହାଜ ଡ୍ରାଗ୍ସ ଜବତ ମାମଲାର ତଦନ୍ତରେ ଅନେକ ଅନିୟମିତତା ହୋଇଥବା ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ସିବିର ୭-୮ ଜଣ…

ଦୀପାବଳି ଛୁଟି ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୯ା୧୦: ସୁପ୍ରିମକୋର୍ଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲା ବିଚାରାଧୀନ ଥିବାରୁ ଏ ସମ୍ପର୍କିତ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ ବୋଲି ମଙ୍ଗଳବାର ଓଡ଼ିଶା ଲୋକାୟୁକ୍ତ ଶୀର୍ଷ ଅଦାଲତଙ୍କୁ ଅବଗତ କରାଇଛନ୍ତି। ଲୋକାୟୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ଶ୍ରୀବାସ୍ତବ…

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ ଯେ…

ଭୂପେଶ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯ା୧୦: ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେଶ ବଘେଲ। ସରକାର ବିରୋଧୀ ହାଓ୍ବାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାମ ଶୀର୍ଷରେ ରହିଛି। ଭୂପେଶ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସନ ଅଧିକାର କରିବା…

୩୨ ଏକର ଜମିର ମାଲିକ ମାଙ୍କଡ଼

ମୁମ୍ବାଇ: ମହାରାଷ୍ଟ୍ରର ଓସ୍‌ମାନାବାଦ୍‌ର ଉପଲା ଗ୍ରାମବାସୀ ମାଙ୍କଡ଼ଙ୍କ ନାଁରେ ୩୨ ଏକର ଜମି ରେଜିଷ୍ଟର କରିଛନ୍ତି। ଶତାଧିକ ମାଙ୍କଡ଼ ଏହି ସ୍ଥାନରେ ରହୁଥିବାବେଳେ ଖାଦ୍ୟ ସନ୍ଧାନରେ ସେମାନେ ଗାଁ ଭିତରକୁ ମଧ୍ୟ ଚାଲିଆସିଥାନ୍ତି। ତେବେ ଉପଲା ଗ୍ରାମର ଲୋକେ ସେମାନଙ୍କୁ ନିରାଶ…

ବିଜ୍ଞାପନରେ ଅକ୍ଷୟ ନଂ ୧

ମୁମ୍ବାଇ: ଖାଲି ଚଳଚ୍ଚିତ୍ର ନୁହେଁ, ବିଜ୍ଞାପନ ଜଗତରେ ଅକ୍ଷୟ କୁମାର ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଜୋତାଠାରୁ ଆରମ୍ଭ କରି ଗୁଟଖା ସବୁ ପ୍ରକାର ଆଡ୍‌ରେ ଏବେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତେବେ ଟୋଟାଲ ଆଡ୍ରେସେବୁଲ୍‌ ମାର୍କେଟ୍‌ (ଟିଏଏମ୍‌)…

ଶାହିଦ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନେଇ ଚାଇନା ଦେଲା ବାଧା…

ଜେନେଭା,୧୯।୧୦ : ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୋଏବା ସଦସ୍ୟ ଶାହିଦ ମେହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ଏକ ପ୍ରସ୍ତାବକୁ ଚାଇନା ବାଧା ଦେଇଛି। ଏହା ହେଉଛି ଚତୁର୍ଥ ମାମଲା ଯେଉଁଥିରେ ଚାଇନା ଆତଙ୍କବାଦୀଙ୍କୁ…

ସେନାରେ ସାମିଲ ହେବେ ବ୍ୟାଣ୍ଡ୍‌ ସଦସ୍ୟ

ସେଉଲ୍‌: ବିଶ୍ୱର ଖ୍ୟାତନାମା ସାଉଥ୍‌ କୋରିଆ ମ୍ୟୁଜିକ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍‌ କୋରିଆର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପାନୀ ବିଗ୍‌ ହିଟ୍‌ ମ୍ୟୁଜିକ୍‌ ଏହାର ସୂଚନା ଦେଇଛି। ବିଗ୍‌ ହିଟ୍‌ର ସୂଚନାନୁସାରେ ବିଟିଏସ୍‌ର ଜିଲ୍‌ ପ୍ରଥମେ ସାଉଥ୍‌…

ଭୁବନେଶ୍ୱରରେ ଜିଡିସି କରିବ ସିକ୍ୟୁରଆଇସ୍‌

ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ସାଇବର ସୁରକ୍ଷା ସଂସ୍ଥା (ଏକ ବହୁରାଷ୍ଟ୍ରୀୟ କମ୍ପାନୀ) ସିକ୍ୟୁରଆଇସ୍‌ ଓଡ଼ିଶାର ଭୁବନେଶ୍ୱରଠାରେ ତା’ର ବିଶ୍ୱ ବିତରଣ କେନ୍ଦ୍ର (ଜିଡିସି) ଖୋଲିବାକୁ ଯୋଜନା କରିଛି। ସାଇବର ଅପରାଧ ଅଧିକ ବ୍ୟାପିବାରେ ଲାଗିଛି। ବିଶେଷକରି ଅଗ୍ରଣୀ ଶୀର୍ଷସ୍ତରୀୟ (ସି-ସୁଇଟ) ସଂସ୍ଥାଙ୍କ…

ଆଇଡିଏଫ୍‌ସିର ୨ ଡିବିୟୁ ଶୁଭାରମ୍ଭ

ନୂଆଦିଲ୍ଲୀ,୧୯ା୧୦: ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଓଡ଼ିଶା କ୍ଷେତ୍ରର କେନ୍ଦୁଝର ଏବଂ ନାଗାଲାଣ୍ଡ କ୍ଷେତ୍ରର ଦିମାପୁରର ଗୋଟିଏ ଲେଖାଏ ୟୁନିଟ୍‌ ସାମିଲ ରହିଛି।…

‘ଗ୍ରାହକଙ୍କ ମଧ୍ୟରେ ବଢୁଛି ଜାୱା-ୟେଜଦିର ଚାହିଦା’

ଭୁବନେଶ୍ୱର,୧୯ା୧୦: କ୍ଲାସିକ୍‌ ଲିଜେଣ୍ଡସ୍‌ ପ୍ରା. ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଜାୱା-ୟେଜ୍‌ଦି ମୋଟର ସାଇକେଲର ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭୁବନେଶ୍ୱରର ପଳାଶୁଣୀସ୍ଥିତ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍ସ ଆନୁକୂଲ୍ୟରେ ବ୍ରାଣ୍ଡ୍‌ର ଡିଲର ପଏଣ୍ଟ…

ତାଲିବାନର ବର୍ବରତା, ପଞ୍ଜଶିର ଘାଟିରେ ୨୭ ଜଣଙ୍କୁ ହତ୍ୟା…

କାବୁଲ,୧୯।୧୦ : ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ଏକ ସଂଘର୍ଷରେ ତାଲିବାନ ସଦସ୍ୟ ୨୭ଜଣଙ୍କୁ ବର୍ବରତାର ସହିତ ହତ୍ୟା କରିଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ଗତ ମାସରେ ତାଲିବାନ ଧରିଥିଲା। ପ୍ରକାଶିତ ହୋଇଥିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri