ମନ୍ତ୍ରୀଙ୍କ ପିଏ କହି ୧.୫ ଲକ୍ଷ ଠକେଇ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଭଳି ଜଣେ ସାଇବର ଠକ ନିଜକୁ ବଡ଼ ମନ୍ତ୍ରୀଙ୍କ ପିଏ କହି ଜଣେ ବ୍ୟବସାୟୀଙ୍କ ସମେତ ୩ ଜଣଙ୍କଠାରୁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଠକେଇରେ ସମ୍ପୃକ୍ତ ଥିବା ଜଣେ କିନ୍ନରଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବୌଦ୍ଧ ଜିଲାର ଦେବଗଡ଼ରେ ରହୁଥିବା ଅନୁଗୋଳର ଲକି ଓରଫ୍‌ ମନୀଷ ଓରଫ ସୌମ୍ୟରଞ୍ଜନ ପ୍ରଧାନ(କିନ୍ନର) ଏବଂ ତାଙ୍କର ୨ ସହଯୋଗୀ ଗଞ୍ଜାମ ଜିଲାର ସୁନୀଲ୍‌ ସାମନ୍ତରା, ଯାଜପୁରର ସନ୍ତୁ ଓରଫ୍‌ ତୁଷାରକାନ୍ତି ବାଇ। ସେମାନଙ୍କଠାରୁ ୬ ମୋବାଇଲ୍‌ ଓ ୫୦ ହଜାର ଟଙ୍କା ଜବତ ହୋଇଛି। ସୌମ୍ୟଙ୍କ ନାମରେ ପୂର୍ବରୁ ୭ଟି ଆପରାଧିକ ମାମଲା ରହିଛି। ସୂଚନାନୁସାରେ ଗତ ୧୨ ତାରିଖରେ ଭୁବନେଶ୍ୱରର ବ୍ୟବସାୟୀ ବିକାଶ ସେହେଗଲଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ଜଣେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ତାଙ୍କ ସହ କଥା ହୋଇଥିଲେ। ମନ୍ତ୍ରୀ ତାଙ୍କୁ ଜାଣିଥିବା କହିବା ସହ ନାନା କଥା କହି ବିଶ୍ୱାସ ଜନ୍ମାଇଥିଲେ। ପରେ କଳାହାଣ୍ଡି ଜିଲାରେ ମନ୍ତ୍ରୀ ଏକ ଯଜ୍ଞର ଆୟୋଜନ କରିଥିବା ଏବଂ ଜରୁରୀ ଦରକାର ଥିବା କହି ୪୦ହଜାର ଟଙ୍କା ପଠାଇବା ଲାଗି ଅନୁରୋଧ କରିଥିଲେ। ଯୋଗାଯୋଗ ନିମନ୍ତେ ଅନ୍ୟ ଏକ ଫୋନ ନମ୍ବର ଦେଇଥିଲେ, ଯେଉଁ ନମ୍ବରକୁ ମା’ ନାମକ ଜଣେ ପୂଜକ ବ୍ୟବହାର କରୁଥିଲେ। ତେବେ ବିକାଶ ଠକଙ୍କ କଥାରେ ବିଶ୍ୱାସ ଓ ଭରସା କରି ୩୧ ହଜାର ୫୦୦ ଟଙ୍କା ଫୋନ-ପେ କରିଥିଲେ। କିଛି ସମୟ ପରେ ସେ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ତାହା ସୁଇଚ୍‌ ଅଫ୍‌ ଥିଲା। ଫଳରେ ଠକାମିର ଶିକାର ହୋଇଥିବା ଜାଣିପାରି ବିକାଶ ସାଇବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଥାନାରେ ସେହିଭଳି ସମାନ ଢଙ୍ଗରେ ଆଉ ୨ଜଣଙ୍କଠାରୁ ମଧ୍ୟ ପ୍ରାୟ ଲକ୍ଷେ ୨୦ହଜାର ଟଙ୍କା ଠକିଥିବା ତଦନ୍ତ ବେଳେ ଜଣାପଡିଥିଲା। ଅଭିଯୋଗ ପରେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଉକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri