ମନ୍ତ୍ରୀଙ୍କ ପିଏ କହି ୧.୫ ଲକ୍ଷ ଠକେଇ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଭଳି ଜଣେ ସାଇବର ଠକ ନିଜକୁ ବଡ଼ ମନ୍ତ୍ରୀଙ୍କ ପିଏ କହି ଜଣେ ବ୍ୟବସାୟୀଙ୍କ ସମେତ ୩ ଜଣଙ୍କଠାରୁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଠକେଇରେ ସମ୍ପୃକ୍ତ ଥିବା ଜଣେ କିନ୍ନରଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବୌଦ୍ଧ ଜିଲାର ଦେବଗଡ଼ରେ ରହୁଥିବା ଅନୁଗୋଳର ଲକି ଓରଫ୍‌ ମନୀଷ ଓରଫ ସୌମ୍ୟରଞ୍ଜନ ପ୍ରଧାନ(କିନ୍ନର) ଏବଂ ତାଙ୍କର ୨ ସହଯୋଗୀ ଗଞ୍ଜାମ ଜିଲାର ସୁନୀଲ୍‌ ସାମନ୍ତରା, ଯାଜପୁରର ସନ୍ତୁ ଓରଫ୍‌ ତୁଷାରକାନ୍ତି ବାଇ। ସେମାନଙ୍କଠାରୁ ୬ ମୋବାଇଲ୍‌ ଓ ୫୦ ହଜାର ଟଙ୍କା ଜବତ ହୋଇଛି। ସୌମ୍ୟଙ୍କ ନାମରେ ପୂର୍ବରୁ ୭ଟି ଆପରାଧିକ ମାମଲା ରହିଛି। ସୂଚନାନୁସାରେ ଗତ ୧୨ ତାରିଖରେ ଭୁବନେଶ୍ୱରର ବ୍ୟବସାୟୀ ବିକାଶ ସେହେଗଲଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ଜଣେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ତାଙ୍କ ସହ କଥା ହୋଇଥିଲେ। ମନ୍ତ୍ରୀ ତାଙ୍କୁ ଜାଣିଥିବା କହିବା ସହ ନାନା କଥା କହି ବିଶ୍ୱାସ ଜନ୍ମାଇଥିଲେ। ପରେ କଳାହାଣ୍ଡି ଜିଲାରେ ମନ୍ତ୍ରୀ ଏକ ଯଜ୍ଞର ଆୟୋଜନ କରିଥିବା ଏବଂ ଜରୁରୀ ଦରକାର ଥିବା କହି ୪୦ହଜାର ଟଙ୍କା ପଠାଇବା ଲାଗି ଅନୁରୋଧ କରିଥିଲେ। ଯୋଗାଯୋଗ ନିମନ୍ତେ ଅନ୍ୟ ଏକ ଫୋନ ନମ୍ବର ଦେଇଥିଲେ, ଯେଉଁ ନମ୍ବରକୁ ମା’ ନାମକ ଜଣେ ପୂଜକ ବ୍ୟବହାର କରୁଥିଲେ। ତେବେ ବିକାଶ ଠକଙ୍କ କଥାରେ ବିଶ୍ୱାସ ଓ ଭରସା କରି ୩୧ ହଜାର ୫୦୦ ଟଙ୍କା ଫୋନ-ପେ କରିଥିଲେ। କିଛି ସମୟ ପରେ ସେ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ତାହା ସୁଇଚ୍‌ ଅଫ୍‌ ଥିଲା। ଫଳରେ ଠକାମିର ଶିକାର ହୋଇଥିବା ଜାଣିପାରି ବିକାଶ ସାଇବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଥାନାରେ ସେହିଭଳି ସମାନ ଢଙ୍ଗରେ ଆଉ ୨ଜଣଙ୍କଠାରୁ ମଧ୍ୟ ପ୍ରାୟ ଲକ୍ଷେ ୨୦ହଜାର ଟଙ୍କା ଠକିଥିବା ତଦନ୍ତ ବେଳେ ଜଣାପଡିଥିଲା। ଅଭିଯୋଗ ପରେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଉକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?