କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ
ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳର ନୁହନ୍ତି ବୋଲି କହି କଥାର ଗୁରୁତ୍ୱକୁ ହ୍ରାସ କରିବାକୁ ଚେଷ୍ଟା କରୁଛି।…
ମୋହନ ମାଝି ହେଲେ ପିଏସି ଅଧ୍ୟକ୍ଷ
ଭୁବନେଶ୍ବର,୨୪।୮(ବ୍ୟୁରୋ): ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ପିଏସି(ପବ୍ଲିକ ଆକାଉଣ୍ଟସ୍ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ…
ଗୁଜରାଟରେ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ
ରାଜକୋଟ,୨୪।୮: ଗୁଜରାଟରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ସରକାର ଗଢ଼ିଲେ ରାଜ୍ୟର ୧୦ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ପ୍ରତିଶ୍ରୁତି ଦେଇଛନ୍ତି। ଭାବନଗର ଟାଉନହଲ୍ରେ ଏକ ସଭାକୁ ସମ୍ବୋଧିତ କରି ଏଏପି…
ନୁପୂରଙ୍କୁ ରାଜ୍ ଠାକ୍ରେଙ୍କ ସମର୍ଥନ
ମୁମ୍ବାଇ,୨୪।୮: ଏକ ନ୍ୟୁଜ୍ ଚ୍ୟାନେଲରେ ବିତର୍କ ବେଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୂର ଶର୍ମାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକ୍ରେ ସମର୍ଥନ ଜଣାଇଛନ୍ତି। ନୁପୂର ତାଙ୍କ ମନରୁ…
ଗଡ଼କରୀଙ୍କ କଡ଼ା ସମାଲୋଚନା, ସରକାର ଠିକ ସମୟରେ ନେଉ ନାହାନ୍ତି ନିଷ୍ପତ୍ତି…
ମୁମ୍ବାଇ, ୨୩।୮ : କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପୁଣିଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ ସରକାର ଠିକ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି ଏବଂ ଏହା ଏକ…
ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ
ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍ଫୋସିଟି ଗ୍ରୀନ୍ ଆପାର୍ଟମେଣ୍ଟରୁ ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାକୁ ମଙ୍ଗଳବାର ୬ଦିନ ପୂରିଛି। ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବାବେଳେ ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା…
ସିଦ୍ଧାରମୈୟାଙ୍କ ବିରୋଧରେ ଅଭିଯୋଗ ଆଣିଲେ ୟେଦୁରପ୍ପା…
ବେଙ୍ଗାଲୁରୁ, ୨୩।୮ : କର୍ନାଟକରେ ଭାଜପାର ବରିଷ୍ଠ ନେତା ବି.ଏସ୍. ୟେଦୁରପ୍ପା ମଙ୍ଗଳବାର ମହୀଶୁରରେ ସାବରକର ରଥାଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିନାୟକ ଦାମୋଦର ସବରକରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ରଥଯାତ୍ରାର ଉଦ୍ଦେଶ୍ୟ।…
ବିଲ୍କିସ ବାନୋ ମାମଲାର ଅପରାଧୀଙ୍କୁ ଫୁଲମାଳରେ ସ୍ବାଗତ, ଫଡ଼ନଭିସ କହିଲେ ଏହା ଠିକ ନୁହେଁ…
ମୁମ୍ବାଇ, ୨୩।୮ : ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗା ସମୟରେ ବିଲ୍କିସ ବାନୋଙ୍କୁ ଗଣ ବଳାତ୍କାର କରିଥିବା ଅପରାଧୀଙ୍କୁୂ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯିବା ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟଙ୍କ…
ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ବି ମାରିଦେଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ: ଶାସ୍ତ୍ରୀ
ନୂଆଦିଲ୍ଲୀ,୨୩।୮: ଦୀର୍ଘଦିନ ଧରି ବ୍ୟାଟ୍ରେ କମାଲ ଦେଖାଇପାରୁନାହାନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ ବିରାଟ କୋହଲି। ନଭେମ୍ବର ୨୦୧୯ରେ ସେ ଶେଷ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ଏହାପରଠାରୁ ସେ ସଂଘର୍ଷ କରିଆସୁଛନ୍ତି। ସେ ପୁଣିଥରେ ଫର୍ମକୁ ଫେରି ବଡ଼…
ମନୀଷ ସିସୋଡିଆଙ୍କ ଅଡୁଆ ଆହୁରି ବଢ଼ିଲା: ମନିଂ ଲଣ୍ଡରିଂ ମାମଲା ରୁଜୁ କଲା ଇଡି
ନୂଆଦିଲ୍ଲୀ,୨୩।୮: ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ଅଡ଼ୁଆ। ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ହୋଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ପୂର୍ବରୁ ଏହି ଘଟଣାରେ ସିବିଆଇ ମାମଲା ରୁଜୁ କରି ସିସୋଦିଆଙ୍କ ଘରେ…
ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କଲେ ବିଜୟ ସିହ୍ନା…
ପାଟନା, ୨୩।୮ : ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଏହି ପଦରୁ ଇସ୍ତଫା ଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ଯୋଗୁ ଯଦି ସେ ଇସ୍ତଫା…
ଏଲୋପାଥିକୁ ସମାଲୋଚନା ନେଇ ରାମଦେବଙ୍କୁ ତାଗିଦ୍ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୩।୮ : ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଏଲୋପାଥି ଏବଂ ଏଲୋପାଥିକ ଡାକ୍ତରଙ୍କୁ ସମାଲୋଚନା କରିଥିବାରୁ ସୁପ୍ରିମକୋର୍ଟ ରାମଦେବଙ୍କୁ କହିଛନ୍ତି ଯେ ସେ ଡାକ୍ତର ଏବଂ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀକୁ ଦାୟୀ କରିବା ଉଚିତ ନୁହେଁ। ଟିକାକରଣ…
Archives


