ନୂଆ ଯୁଦ୍ଧର ପଦଧ୍ୱନୀ: ଇରାନ ବିରୋଧରେ ଇସ୍ରାଏଲକୁ ଆମେରିକାର ସମର୍ଥନ…

ଓ୍ବାଶିଂଟନ,୫।୧୨ : ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏକ ନୂଆ ଯୁଦ୍ଧ ମଧ୍ୟ ହେବାର ଆଶଙ୍କା ରହିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି। ଇରାନ ବିରୋଧରେ ଆମେରିକା ଇସ୍ରାଏଲକୁ ସମର୍ଥନ ଘୋଷଣା କରି ସାରିଛି।
ଫଳରେ ଦୁଇ ଦେଶ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମତଭେଦ ଥିଲେ ମଧ୍ୟ ଆମେରିକା ଇସ୍ରାଏଲକୁ ସମର୍ଥନ କରିବାରେ ପଛକୁ ହଟିବ ନାହିଁ। ବାମପନ୍ଥୀ ଗୋଷ୍ଠୀ ସହ କଥା ହୋଇଥିବା ବ୍ଲିଙ୍କେନ କହିଛନ୍ତି ଯେ କେତେକ ଦକ୍ଷିଣପନ୍ଥୀ ତାଙ୍କୁ ପାଲେଷ୍ଟାଇନ ଏବଂ ଇରାନ ପ୍ରତି ଅତ୍ୟଧିକ ସହାନୁଭୂତିଶୀଳଥିବା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଆମେରିକା ଇସ୍ରାଏଲର ଜଣେ ବନ୍ଧୁ ହୋଇ ରହିବ। ଯେପରିକି ଆମେ ନେତାନ୍ୟାହୁ ବିରୋଧ କରିଥିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ ଯେପରିକି ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସମାଧାନ ଏବଂ ୨୦୧୫ ଇରାନ ଆଣବିକ ଚୁକ୍ତିନାମାକୁ ପୁନଃସ୍ଥାପିତ କରିବା ଲାଗି ପ୍ରୟାସ କରୁଛୁ।”

ସେ କହିଛନ୍ତି, ଆମେରିକା-ଇସ୍ରାଏଲ ସହଭାଗୀତା ଏବଂ ଆମ ଦେଶ ତଥା ବିଶ୍ୱର ବିଭିନ୍ନ ଦେଶ ନେଇଥିବା ପ୍ରତ୍ୟେକ ପଦକ୍ଷେପ ମାଧ୍ୟମରେ ଆମେରିକା ସର୍ବଦା ଇସ୍ରାଏଲର ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଛି। ବ୍ଲିଙ୍କେନ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ନେତାନ୍ୟାହୁଙ୍କ ସରକାରଙ୍କ ସହ ବ୍ୟକ୍ତିଗତ ଆଧାରରେ ନୁହେଁ ବରଂ ତାଙ୍କ ନୀତି ଆଧାରରେ ଆଲୋଚନା କରିବ।

ଆରମ୍ଭରୁ ଆମେରିକା ଇସ୍ରାଏଲକୁ ସମର୍ଥନ କରିଆସୁଛି। ବାସ୍ତବରେ ଇରାନ ଏବଂ ଇସ୍ରାଏଲ ହେଉଛି ଶତ୍ରୁ। ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଆମେରିକା ଇସ୍ରାଏଲକୁ ପ୍ରତ୍ୟେକ କ୍ଷେତ୍ରରେ ସମର୍ଥନ କରେ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଗୋଟିଏ ପଟେ ଇରାନ ରୁଷିଆକୁ ସାହାଯ୍ୟ କରୁଛି ଏବଂ ମାରାତ୍ମକ ଡ୍ରୋନ ଯୋଗାଉଛି। ତେଣୁ ଅନ୍ୟ ପଟେ ଇସ୍ରାଏଲ ଏହି ଡ୍ରୋନଗୁଡିକର ମୁକାବିଲା ପାଇଁ ୟୁକ୍ରେନକୁ ସାମରିକ ଯନ୍ତ୍ରପାତି ଯୋଗାଉଛି। ଇରାନର ଅସ୍ତ୍ରଶସ୍ତ୍ରକୁ କିପରି ମୁକାବିଲା କରାଯିବ ତାହା ଇସ୍ରାଏଲ କହିଛି।

ଏହି ବିବାଦର ତିନୋଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଉଛି ପରମାଣୁ ଚୁକ୍ତିରେ ବିଫଳତା। ଅନ୍ୟ ଏକ କାରଣ ହେଉଛି ରୁଷିଆର ସେନାକୁ ଇରାନ ଡ୍ରୋନ ଯୋଗାଣ। ଏହାକୁ ବ୍ୟବହାର କରି ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ତୃତୀୟ କାରଣ ହେଉଛି ହିଜାବକୁ ନେଇ ଇରାନ ସରକାରଙ୍କ ବିରୋଧରେ ବିରୋଧ ସ୍ବର। ଏହି ଆନ୍ଦୋଳନରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଇରାନ ମଧ୍ୟ ଏହି ଆନ୍ଦୋଳନ ପାଇଁ ଆମେରିକାକୁ ଦାୟୀ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri