ଆରଜେଡିରେ ବିଲୟ ହୋଇଯିବ କି ଜେଡିୟୁ: ନୀତୀଶ ଦେଲେ ଉତ୍ତର
ପାଟନା,୧୬।୧୨: ବିହାରର ରାଜନୈତିକ ସର୍କଲରେ ଗତ କିଛି ଦିନ ହେବ ନୀତୀଶ କୁମାର ତାଙ୍କ ଦଳ ଜେଡିୟୁକୁ ଆରଜେଡି ସହିତ ମିଶ୍ରଣ କରିବେ ବୋଲି ବହୁ ଚର୍ଚ୍ଚା ହେଉଛି। ଏହାର ଅର୍ଥ ଉଭୟ ଦଳ ଜେଡିୟୁ ଏବଂ ଆରଜେଡି ଏକ ହୋଇଯିବେ।…
‘ଘରେ ସାପ ପାଳିଲେ ଦଂଶନର ଶିକାର ହେବ’
ୱାଶିଂଟନ ,୧୬ା୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପୁଣି ଥରେ ପାକିସ୍ତାନକୁ ନିନ୍ଦା କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଗ୍ଲୋବାଲ କାଉଣ୍ଟର ଟେରରିଜିମ୍ ଆପ୍ରୋଚ, ଚ୍ୟାଲେଞ୍ଜ ଆଣ୍ଡ୍ ଓ୍ବେ ଫରଓ୍ବାର୍ଡର ଅଧ୍ୟକ୍ଷତା କରୁଥିବାବେଳେ ଜୟଶଙ୍କର…
ଓଲଟିଲା ଯାତ୍ରୀବାହୀ ବସ୍
କୁଳିଅଣା,୧୬ା୧୨(ସ୍ବ.ପ୍ର.): ୧୮ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲା କୁଳିଅଣା ଛକ ନିକଟରେ ଶୁକ୍ରବାର ରାସ୍ତା କଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍। ଗୌରୀ ନାମକ ଏହି ଘରୋଇ ବସ୍ଟି ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ…
‘ମହିଳା ସଂରକ୍ଷଣ ବିଲ୍ ପାରିତ ହେଉ’
ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ନେଇ ବିଜେଡି ଦାବି ଉଠାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଗୁରୁବାର ରାଜ୍ୟ ସଭାରେ ଏକ ସ୍ବତନ୍ତ୍ର ଆଲେଖ୍ୟରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମହିଳା ବିଲ୍ ପାରିତ…
୨ଲକ୍ଷ ସୈନ୍ୟଙ୍କୁ ନେଇ କ୍ୱିଭ୍ ଆକ୍ରମଣ ପାଇଁ ପ୍ରସ୍ତୁତ ପୁଟିନ୍: ନୂଆ କଟକଣା ଲଗାଇଲା ଇୟୁ
କ୍ୱିଭ୍,୧୬।୧୨: ଗତ ୧୦ମାସରୁ ଊର୍ଦ୍ଧ୍ୱ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଅଧିକ ଜୋରଦାର ହେବାର ଆଶଙ୍କା କରାଯାଉଛି। ଏପରିକି ୟୁକ୍ରେନର ସେନା ମୁଖ୍ୟ ଦାବି କରିଛନ୍ତି ଯେ,…
ବାଂଲାଦେଶ ୧୫୦ରେ ଅଲଆଉଟ୍: ଭାରତ ୨୫୧ ରନ୍ରେ ଅଗ୍ରଣୀ
ଚଟ୍ଟଗ୍ରାମ,୧୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୧ ରନ୍ରେ ଅଗ୍ରଣୀ ହାସଲ କରିଛି। ଭାରତର ୪୦୪ର ଜବାବରେ ବାଂଲାଦେଶର ପ୍ରଥମ ଇନିଂସରେ…
ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ
ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିହେବ। ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି। ଏହି ମାସରେ ମହାଲକ୍ଷ୍ମୀ ବାପ ଘରକୁ…
ଯବାନଙ୍କ ଗୁଳିରେ ଟଳିପଡିଲେ ୨ ନାଗରିକ
ଶ୍ରୀନଗର,୧୬।୧୨: ଜମ୍ମୁ ଡିଭିଜନର ରାଜୋରି ଜିଲାରେ ଯବାନଙ୍କ ଗୁଳିରେ ଶୁକ୍ରବାର ୨ ନାଗରିକ ଟଳିପଡିଛନ୍ତି। ସେନା ଶିବିର ନିକଟରେ ସନ୍ଦେହଜନକ ଗତିବିଧି ଦେଖି ଯବାନ ଗୁଳି କରିିଥିଲେ। ଏଥିରେ ଶାଲିନ୍ଦର କୁମାର ଏବଂ କମଲ କିଶୋର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା…
ମାଓବାଦୀ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ ପାଇଁ ଉଦ୍ୟମ
ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): ସମାଜରେ ଅନେକ ଶିକ୍ଷକ ଅଛନ୍ତି, ଯାହାଙ୍କୁ ଦୁଗର୍ମ ଅଞ୍ଚଳକୁ ଯଦି ବଦଳି କରାଯାଏ ତାହେଲେ ସ୍କୁଲକୁ ଯାଆନ୍ତି ନାହିଁ। ଦିନେ ଚକ ଖଡ଼ି ଧରି ନ ଥିବା ଶିକ୍ଷକ କେବଳ ଦରମା ପାଇବା ଆଶାରେ ମାସକୁ ଥରେ ଯାଇ ଉପସ୍ଥାନ…
ତୃତୀୟ ପର୍ଯ୍ୟାୟ ବାୟୁ ସ୍ବାସ୍ଥ୍ୟସେବା ଯୋଜନା
ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ୫ଜଣ ବିଶେଷଜ୍ଞ ଡାକ୍ତର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସିଥିଲେ। ୩ ଦିନ…
୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା
କୋକସରା,୧୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ କିଛି ମାସର ପରେ ଯୋଡିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା…
ଲକର ଚାବି ନ ଦେବାରୁ ସୁନା ଦୋକାନୀଙ୍କୁ ଆକ୍ରମଣ
ଆସିକା, ୧୬ା୧୨ (ଡି.ଏନ.ଏ): ଆସିକା ଏନ୍ଏସି ଅର୍ନ୍ତଗତ ବଜାରସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସର ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ୪ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ସରକାରୀ…

