୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା

କୋକସରା,୧୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ କିଛି ମାସର ପରେ ଯୋଡିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଜନସାଧାରଣ ନବରଙ୍ଗପୁର ଜିଲା ସହିତ ସିଧାସଳଖ ଯୋଡ଼ିବେ। ଗୁରୁବାର ୨ ଜିଲାର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ପରିଦର୍ଶନ କରିଛନ୍ତି। ଧର୍ମଗଡ଼ ବିଧାୟକ ମୋଷଧି ବାଗ, ଆମପାଣି ଜୋନ ଜିଲା ପରିଷଦ ସଭ୍ୟ ହେମନ୍ତ ମାଝି, କୋକସରା ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର, ନବରଙ୍ଗପୁର ଉମରକୋଟ ଡିଭିଜନ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝି, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ବେହେରା ସେକ୍ସନ ଫରେଷ୍ଟର ଫାଲ୍ଗୁନି ମେହେରଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ। ଗୋତୋମୁଣ୍ଡାଠାରୁ ଡାହିମାଲ ରାସ୍ତା ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ଜିଲା ମଧ୍ୟରେ ସାମାଜିକ ଅର୍ଥନୈତିକ, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ବିକାଶର ନୂତନ ବାଟ ଫିଟିବ। ଜଙ୍ଗଲ ବିଭାଗ ଅନୁମୋଦନ ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ନେଇ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରାସ୍ତା ନିର୍ମାଣ ନେଇ ଦୁଇ ଜିଲାର ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଫଳୁଛି ସେଓ: ପ୍ରେରଣା ସାଜିଛନ୍ତି ଅରୁଣ

ଖୋର୍ଦ୍ଧା ଅଫିସ,୧।୮: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ, ଏବେ ଓଡ଼ିଶା ମାଟିରେ ଫଳୁଛି ସେଓ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଆରିକମା ଗାଁର ଅରୁଣ...

ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି।...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ଆସବାବପତ୍ର

ପାପଡ଼ାହାଣ୍ଡି/ମଇଦଳପୁର,୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହେମନ୍ତ ବିଶୋଇଙ୍କ ଘରେ ଗୁରୁବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର...

ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)- ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼...

ନୋଟ୍‌ ବଦଳ ପାଇଁ କମିଶନ ୨ଲକ୍ଷ ଠକେଇ: ୪ ଗିରଫ

କଟକ ଅଫିସ,୯ା୧୨: ପୁରୀସ୍ଥିତ ଏକ ମଠର କର୍ମଚାରୀ ପରିଚୟ ଦେଇ ନୋଟ୍‌ ଏକ୍ସଚେଞ୍ଜ କରିବା ପାଇଁ କମିଶନ ଦେବାକୁ କହି ୨ଲକ୍ଷ ଟଙ୍କା ଠକି ନେବା...

କରୋନା କାଳରେ ଅସହାୟଙ୍କ ସାହା

ଛତ୍ରପୁର, ୨୮।୫(ଡିଏନଏ): ସାରା ଦେଶରେ ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷକରି ଅସହାୟ ଓ ଖଟିକିଆମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ମାଗଣା ଜମି ପଟ୍ଟା ବଣ୍ଟନ ଗୁଜବ, ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଭିଡ଼

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଗଣା ଜମି ପଟ୍ଟା ପ୍ରଦାନ କରାଯାଉଛି। ଏହି ଖବର ଶୁଣି ଜିଲାର ବିଭିନ୍ନ ବ୍ଲକରୁ ସବୁଜ ପତ୍ରିକାଧାରୀ ମହିଳା ଶୁକ୍ରବାର...

ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରାଙ୍କୁ ଉଚ୍ଚ ପ୍ରଶଂସା

ବାଲିଆ,୮ା୧୨: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନ ବ୍ୟାପୀ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରିଡି ବ୍ଲକ ଅଧୀନ ମଧ୍ୟଶାସନ...

Advertisement
Archives

Model This Week