ମାଓବାଦୀ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ ପାଇଁ ଉଦ୍ୟମ

ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): ସମାଜରେ ଅନେକ ଶିକ୍ଷକ ଅଛନ୍ତି, ଯାହାଙ୍କୁ ଦୁଗର୍ମ ଅଞ୍ଚଳକୁ ଯଦି ବଦଳି କରାଯାଏ ତାହେଲେ ସ୍କୁଲକୁ ଯାଆନ୍ତି ନାହିଁ। ଦିନେ ଚକ ଖଡ଼ି ଧରି ନ ଥିବା ଶିକ୍ଷକ କେବଳ ଦରମା ପାଇବା ଆଶାରେ ମାସକୁ ଥରେ ଯାଇ ଉପସ୍ଥାନ ଖାତାରେ ଦସ୍ତଖତ କରି ଚାଲି ଆସନ୍ତି। କିନ୍ତୁ ଏବେ ବି କିଛି ଦାୟିତ୍ୱବାନ ଶିକ୍ଷକ ଅଛନ୍ତି, ଯାହାଙ୍କ ପାଇଁ ଶିକ୍ଷା ଦାନ ହିଁ ସବୁ କିଛି। ଏମିତି ଜଣେ ଶିକ୍ଷକ ଅଛନ୍ତି ଯିଏକି ଦୀର୍ଘ ୨୦ ବର୍ଷ ହେଲା ନିରନ୍ତର ଭାବେ ଗୋଟିଏ ସ୍କୁଲରେ ପାଠ ପଢ଼ାଉଛନ୍ତି। ସେ ହେଲେ କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାପସରା ଗ୍ରାମର ରାଜାରାମ ଧଙ୍ଗଡାମାଝି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସେ ଲାଗିପଡିଛନ୍ତି। ଜଙ୍ଗଲ ଭିତରେ ଯାଇ ସେ ନଦୀ ପାର କରି ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲରେ ପାଠ ପଢେଇ ପୁଣିଥରେ ଘରେ ଛାଡ଼ି ଆସୁଛନ୍ତି।
୨୦୦୧ ମାର୍ଚ୍ଚ ୧୭ ତାରିଖରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତ ମାଓବାଦୀ ଅଧ୍ୟୁଷିତ ସୁର୍ଲି ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୭ ବର୍ଷ ସେଠାରେ ରହିବା ପରେ ୨୦୦୮ ଅଗଷ୍ଟ ୧ରେ ସେହି ପଞ୍ଚାୟତ ସୁପେଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଗଲେ। ପୁଣିଥରେ ୨୦୦୯ ସେପ୍ଟେମ୍ବର ୨୩ ତାରିଖରେ ସୂର୍ଲି ସ୍କୁଲରେ ଯୋଗଦେଲେ। ଶିକ୍ଷକ ଧଙ୍ଗଡାମାଝି ତାଙ୍କ ଗାଁରୁ ସ୍କୁଲକୁ ଆସିବାକୁ ହେଲେ ଜାତୀୟ ରାଜପଥ ୨୬ ଦେଇ ୧୩ କିମି ଆସିଥାନ୍ତି। ପରେ ପାହାଡିଆ ରାସ୍ତାରେ ୪ କି.ମି. ଯାଇ ଜଙ୍ଗଲ ହରଡାଗୁଡ଼ା ଗ୍ରାମରେ ଥିବା ଏକ ଘରେ ବାଇକ୍‌ ରଖି ଦିଅନ୍ତି। ପରେ ହରଡାଗୁଡା ଗ୍ରାମର ଛାତ୍ରୀଛାତ୍ରଙ୍କୁ ଧରି ୨ କି.ମି. ଜଙ୍ଗଲ ରାସ୍ତାରେ ଚାଲି ଯାଇଥାନ୍ତି। ମଝିରେ ଶଗଡା ନଦୀ ପ୍ରବାହିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କୁ ନଦୀ ପାର କରି ସ୍କୁଲକୁ ଯାଇଥାନ୍ତି। ବର୍ଷା ଋତୁରେ ନଦୀ ଫୁଲିବା ସହିତ ପାଣିର ସ୍ରୋତ ବଢିଥାଏ, ତେଣୁ ଗ୍ରାମବାସୀଙ୍କ ସାହାଯ୍ୟରେ ଛାତ୍ରୀଛାତ୍ରଙ୍କୁ ନଈ ପାର କରି ସ୍କୁଲ ନେଇ ଶିକ୍ଷାଦାନ କରନ୍ତି। ସ୍କୁଲ ଛୁଟି ହେଲେ ପୁଣିଥରେ ଘରକୁ ଆଣି ଛାତ୍ରୀଛାତ୍ରଙ୍କୁ ଛାଡି ଗାଁକୁ ଫେରିଆସନ୍ତି। ଶିକ୍ଷକ ରାଜାରାମଙ୍କ ନା ଅଛି ରାଗ ନା ଅଛି କ୍ରୋଧ କିମ୍ବା କିଛି ପାଇବା ଆଶା। କେବଳ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରୀଛାତ୍ର କିଭଳି ଶିକ୍ଷିତ ହେବେ, ଭଲ ମଣିଷ ହେବେ, ନିଜ ଭବିଷ୍ୟତ ଗଢି ଗାଁରୁ ବାହାରି ସହରରେ ନିଜର ସୁନାମ ଅର୍ଜନ କରିପାରିବେ ସେ ନେଇ ଅହରହ ଉଦ୍ୟମ କରୁଛନ୍ତି। ରାଜାରାମଙ୍କ ଭଳି ଆଉ କିଛି ଶିକ୍ଷକ ବାହାରନ୍ତି ତେବେ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲା ଆହୁର ଆଗକୁ ବଢିପାରିବେ ଓ ଶିକ୍ଷକ ସମାଜରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri