Home

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିଲା।…

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଟି-୨୦ ବିଶ୍ୱକପରେ ୨୩୯ ରନ ସ୍କୋର କରିଥିବା ସୂର୍ଯ୍ୟକୁମାର ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ…

ବାଲାଂଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ନୂଆଦିଲ୍ଲୀ,୨୩।୧୧: ଟିମ୍‌ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ନିକଟରେ ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ ଶେଷ ହୋଇଥିବା ବେଳେ ଦିନିକିଆ ସିରିଜ ଖେଳିବା ବାକି ରହିଛି। ଏହି ସିରିଜ ପରେ ଭାରତୀୟ କ୍ରିକେଟ ଟିମ୍‌ ବାଲାଂଦେଶ ଗସ୍ତ କରିବ।…

୧୦ ମିନିଟ୍‌ ପରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ଆରଡ଼ି,୨୩ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କିଷାନନଗର ପି.ସି. ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜେନା ବୁଧବାର ନିକଟସ୍ଥ ବାପୁଜୀ ହାଇସ୍କୁଲକୁ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ପରୀକ୍ଷା ଦେବାକୁ ଆସୁଥିବା ବେଳେ ରଇପୁର ନିକଟରେ ସାଇକେଲରୁ ପଡ଼ିଯାଇଥିଲେ। ସେଠାରେ ତାଙ୍କର…

‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’

ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪ ଓଭରରେ ୧୬୦ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲେ। ବର୍ଷା ହେତୁ ୯ ଓଭର…

ଆନନ୍ଦପୁର ଅଞ୍ଚଳରେ କମ୍ପନ ସହ ଭୀଷଣ ଶବ୍ଦ, ଲୋକେ ଆତଙ୍କିତ

କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୁଧବାର ପୂର୍ବାହ୍ନରେ କମ୍ପନ ସହିତ ଭୀଷଣ ଶବ୍ଦ ହେବା ଚର୍ଚ୍ଚାର ବିଷୟ ହୋଇଛି। ଶବ୍ଦ ଶୁଣି କେତେକ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଦୁଇ ଥର କମ୍ପନ ଅନୁଭବ କରିବା ସହିତ ଏହି…

ବାଂଲାଦେଶୀ ଶରଣାର୍ଥୀ ଭାରତର ନାଗରିକ : ମମତା…

କୋଲକାତା,୨୩।୧୧ : ଦେଶରେ ସିଏଏ ଲାଗୁ ହେବା ନେଇ ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀମାନେ ଭାରତର ନାଗରିକ। ସିଏଏ ନାମରେ ଲୋକଙ୍କୁ…

କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର କମିଶନରଙ୍କ ନିକଟରେ ହାଜର ହେବାକୁ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଲେଖିଛି, ତୁମକୁ…

ବରିଷ୍ଠତା ଆଧାରରେ ହୋଇଥାଏ ସିଇସିଙ୍କ ନିଯୁକ୍ତି : ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୨୩।୧୧ : ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରତ୍ୟେକ ଥର ବରିଷ୍ଠତା ଆଧାରରେ ଏହି ନିଯୁକ୍ତି କରାଯାଇଥାଏ। ଆମକୁ କେବଳ ସିଇସି…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁୁଲ୍ଲା

ନୂଆଦିଲ୍ଲୀ,୨୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା। ଯେତେବେଳେ ଏହି ଯାତ୍ରା ଲଖନପୁର ଅର୍ଥାତ୍‌ ଯେଉଁଠି ଜମ୍ମୁ-କଶ୍ମୀର ଆରମ୍ଭ ହେଉଛି ସେଠାରେ ପହଞ୍ଚିବା…

ବିବାହ କରିଦେଲେ କି ବିଜୟ-ରଶ୍ମିକା! ଫଟୋ ଭାଇରାଲ

ବମ୍ବେ: ବିବାହ କରିଦେଲେ କି ତେଲୁଗୁ ଫିଲ୍ମଜଗତର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋରେ ଉଭୟ ଧଳା ରଙ୍ଗର ପୋଷାକ…

ସିଭି ଆନନ୍ଦ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନେଲେ ଶପଥ…

କୋଲକାତା,୨୩।୧୧ : ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ସିଭି ଆନନ୍ଦ ବୋଷ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ମଧ୍ୟ ସିଏମ ମମତାଙ୍କୁ ଭେଟିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri