ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା

ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି, ଯାହାକି ଅଧିକାରୀଙ୍କ ଆନ୍ଧ୍ର ପ୍ରୀତି ପଦାରେ ପଡ଼ିଛି। ଆନ୍ଧ୍ରରୁ ନଡ଼ିଆ ଚାରାଗୁଡ଼ିକ ଟ୍ରକ୍‌ ଯୋଗେ ଅଣାଯାଇ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟ ପରିସରରେ ନାମକୁ ମାତ୍ର ଲଗାଇବା ପରେ ଲୋକଙ୍କୁ ବିକ୍ରି କରାଯାଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନ ହେଲା ଏପରି କାର୍ଯ୍ୟ ଚାଲୁଛି ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡି ଅଭିଯୋଗ କରିଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ତଦନ୍ତ କଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି । ଏଠାରେ ନଡ଼ିଆ ଚାରା ହେଉଛି ବୋଲି କହି ଚାଷୀମାନଙ୍କୁ ଦିଆଯାଉଛି। ମାତ୍ର ଏହିସବୁ ନଡ଼ିଆ ଚାରା ଅନ୍ୟ ରାଜ୍ୟରୁ ଅଣାଯାଉଛି। ପୂର୍ବରୁ ଏଠାରେ ନଡ଼ିଆ ଗଛ ଯାହାଥିଲା ସ୍ଥାନୀୟ ଲୋକେ ଲିଜ ସୂତ୍ରରେ ନେଇ ଅର୍ଥ ଉପାର୍ଜନ କରୁଥିଲେ । କିନ୍ତୁ ଏବେ ଲୋକମାନଙ୍କୁ ଲିଜ୍‌ ଦିଆ ନ ଯାଇ ଅଫିସ୍‌ ସବୁ ବୁଝାଶୁଝା କରୁଛି। କେବଳ ନଡ଼ିଆ ଚାରା ଦୁର୍ନୀତିରେ ସୀମିତ ନୁହେଁ, ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଦୁର୍ନୀତି ହେଉଥିବା ଭିକାରୀପଲ୍ଲୀ ପୂର୍ବତନ ସମିତିସଭ୍ୟ ମଥୁରା ସୁବୁଦ୍ଧି ଅଭିଯୋଗ କରିଛନ୍ତି। ରାତିରେ ଆନ୍ଧ୍ରରୁ ଚାରା ଆଣି ଏଠାରେ ରୋପଣ କରାଯାଉଛି। ପରବର୍ତ୍ତୀ ସମୟରେ ଅଧିକ ଦରରେ ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ବୁଧବାର ଟ୍ରକ ଦ୍ୱାରା ଆସିଥିବା ହଜାର ହଜାର ନଡ଼ିଆ ଚାରାକୁ ଓହ୍ଲାଯାଇ ତରବରିଆ ଭାବେ ପୋତାଯାଉଥିଲା । ଏପରିକି ଅଫିସ୍‌ର ମୁଖ୍ୟ ଫାଟକରେ ତାଲା ପକାଇ ଏହିସବୁ କାର୍ଯ୍ୟ କରାଯାଉଥିଲା। ଉକ୍ତ ଟ୍ରକର ଚାଳକ ମଧ୍ୟ ଗଣମାଧ୍ୟମ ଆଗରେ ଏହାସବୁ ଆନ୍ଧ୍ରରୁ ଆସିଥିବା ସ୍ବୀକାର କରିଥିଲେ। ସ୍ଥାନୀୟ ଚାଷୀମାନଙ୍କ ଠାରୁ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚତ୍ବା ପରେ ଅଫିସ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା । କିଛି କର୍ମଚାରୀ ତାଲା ଖୋଲିବାକୁ ଅମଙ୍ଗ ହୋଇଥିଲେ । ବହୁ ସମୟ ପରେ ତାଲା ଖୋଲାଯାଇଥିଲା। ଏ ନେଇ ସହକାରୀ ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ କେଉଁଠୁ ଚାରା ଆସୁଛି, ଏହାର ଟେଣ୍ଡର ହୋଇଛି କି ନାହିଁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ଫାଟକ ବନ୍ଦ କରିଦେଇଥିଲେ। ଜିଲା ଉଦ୍ୟାନ ଉପନିର୍ଦ୍ଦେଶକ ସୁବାସ ପଣ୍ଡାକୁ ପଚାରିବାରେ ଅଫିସ ମୁଖ୍ୟ ଫାଟକ ତାଲା ପକାଇ ରଖିବା ନିୟମ ନାହିଁ ବୋଲି କହିଛନ୍ତି । ଚାରା ସବର୍ଦା ପୁରୀ ଜିଲା କିମ୍ବା ଗଜପତିରୁ ହିଁ ଆସିଥାଏ ଏବଂ ଆନ୍ଧ୍ରରୁ ଆସୁଥିବା ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?