ତାଜମହଲକୁ ୨ କୋଟିର ପାଣି ଟିକସ ନୋଟିସ
ଆଗ୍ରା,୨୧।୧୨: ବିଶ୍ୱପ୍ରସିଦ୍ଧ କୀର୍ତ୍ତିରାଜି ତାଜମହଲକୁ ପାଖାପାଖି ୨ କୋଟି ଟଙ୍କାର ପାଣି ବିଲ୍ ସହ ୧.୫ ଲକ୍ଷ ଟଙ୍କା ଖଜଣା ଏବଂ ୫ କୋଟି ଟଙ୍କା ସେବା କର ପୈଠ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ)କୁ ନୋଟିସ୍ ଆସିଛି।…
ଫାଟିଲା ଗ୍ୟାସ୍ ସିଲିଣ୍ଡର : ୧୨ ମୃତ
କରାଚି, ୨୧।୧୨: ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶର ଲେସବେଲା ଜିଲାର ଏକ ଗ୍ୟାସ୍ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୨୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଦୋକାନରେ ଗ୍ୟାସ୍ ସିଲିଣ୍ଡର ଫାଟିବା…
ସୁପର କାର୍ରେ ଆସିଲା କିଡ୍ନୀ
ରୋମ୍, ୨୧।୧୨: ଇଟାଲୀ ପୋଲିସ ମଙ୍ଗଳବାର ଦୁଇଜଣ କିଡ୍ନୀ ରୋଗୀଙ୍କ ଜୀବନ ବଞ୍ଜାଇବାରେ ସକ୍ଷମ ହୋଇଛନ୍ତି। ଘଣ୍ଟା ପ୍ରତି ୩୦୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ କରୁଥିବା ସୁପର୍ କାର୍ ଲମ୍ବୋରଗିନିର ସହାୟତାରେ ଇଟାଲୀୟ ପୋଲିସ କିଡ୍ନୀ ନେଇ ୪୦୦ କି.ମି.…
ଚାଇନା-ଆମେରିକାରେ ବଢ଼ିଲା କରୋନା ସଂକ୍ରମଣ: ସରକାର ସତର୍କ, ଜିନୋମ ସିକ୍ୱେନ୍ସିଂ ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୦।୧୨ : ଚାଇନା ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ସତର୍କ ହୋଇପଡିଛନ୍ତି। କରୋନାର ନୂଆ ଜିନୋମ ସିକ୍ୱେନ୍ସିଂ କରିବାକୁ ସରକାର ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ…
ୟୁନେସ୍କୋର ସମ୍ଭାବିତ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର ୩ ସ୍ଥଳ: ଏଏସଆଇ ସୂଚନା…
ନୂଆଦିଲ୍ଲୀ,୨୦।୧୨ : ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳଗୁଡିକର ସମ୍ଭାବିତ ତାଲିକାରେ ଭାରତର ତିନୋଟି ନୂତନ ସାଂସ୍କୃତିକ ସ୍ଥାନ ଅନ୍ତର୍ଭୁକ୍ତ କରାଯାଇଛି। ଏଥିମଧ୍ୟରେ ମୋଡେରାର ଐ ତିହାସିକ ସୂର୍ଯ୍ୟ ମନ୍ଦିର, ଗୁଜରାଟର ବଡନଗରର…
କଣ୍ଟାବାଞ୍ଚି ସବ୍ଜେଲ୍ ଓ୍ବାର୍ଡର ଅକ୍ଷୟ ମହାନ୍ତି ନିଲମ୍ବିତ
ବଲାଙ୍ଗୀର ଅଫିସ,୨୦।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାପରେ ଜେଲ୍ ଡିଆଇଜି ଅନୁସୟା ଜେନା ମଙ୍ଗଳବାର କଣ୍ଟାବାଞ୍ଜି ସବ୍ଜେଲରେ ପହଞ୍ଚି ଛାନଭିନ ଆରମ୍ଭ…
ବିଚାରପତିଙ୍କୁ ବ୍ଲାକମେଲ କରିବାକୁ ଯାଞ୍ଚ୍ ଏଜେନ୍ସିର ଅପବ୍ୟବହାର କରୁଛନ୍ତି ସରକାର: ପ୍ରଶାନ୍ତ ଭୂଷଣଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୨୦।୧୨ : ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସରକାର ବିଚାରପତିଙ୍କ ତ୍ରୁଟି ଖୋଜି ସେମାନଙ୍କୁ ବ୍ଲାକ୍ମେଲ କରିବା ଲାଗି ଯାଞ୍ଚ୍ ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ଏଭଳି କରି ସରକାର…
ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ପରଦାର ଗ୍ଲାମରର୍ସ ଅଭିନେତ୍ରୀ ଗୌହର ଖାଁ। ଏନେଇ ସେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଏହାପରଠାରୁ ସାଥୀ କଳାକାର ସାଙ୍ଗକୁ ପ୍ରଶଂସକଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ…
ପୃଥିବୀର ୫୦ ଶ୍ରେଷ୍ଠ ଅଭିନେତାଙ୍କ ତାଲିକାରେ କିଙ୍ଗ ଖାନ…
ମୁମ୍ବାଇ,୨୦।୧୨ : ପଠାନ ବିବାଦ ମଧ୍ୟରେ ବଲିଉଡ ଅଭିନେତା ତଥା କିଙ୍ଗ ଖାନ ଶାହରୁଖ ଖାନଙ୍କ ନାମରେ ଆଉ ଏକ ଟାଇଟଲ ପଞ୍ଜିକୃତ ହୋଇଛି। ଇମ୍ପାୟର ମାଗାଜିନ ଦ୍ୱାରା ଶାହାରୁଖ ଖାନ ପୃଥିବୀର ୫୦ ଜଣ ଶ୍ରେଷ୍ଠ ଅଭିନେତା ତାଲିକାରେ ସ୍ଥାନ…
କେନ୍ଦ୍ର ସରକାରଙ୍କୁ ବିଚାରପତି ନିଯୁକ୍ତି ଦାୟିତ୍ୱ ଦେବା ବିପଜ୍ଜନକ: କପିଲ ସିବଲ…
ନୂଆଦିଲ୍ଲୀ,୨୦।୧୨ : ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍ପି ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ କେନ୍ଦ୍ର ସରକାରଙ୍କୁ ସ୍ବାଧୀନତାର ଶେଷ ଭିତ୍ତିଭୂମି ନ୍ୟାୟପାଳିକାକୁ ନିଜ ହାତକୁ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହା ବିରୋଧରେ କୋର୍ଟ ଦୃଢ଼ ଭାବରେ…
ଆସନ୍ତା ୨୩ରେ ମହାଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷୟତ୍ରୀଶିକ୍ଷକ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଦୁଇ ଦଫା ଦାବି ନେଇ ନୂତନ ପେନ୍ସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ୯ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।…
ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…
ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ସହିତ ବନ୍ଧକ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ତାଲିବାନ ଆତଙ୍କବାଦୀମାନେ…
Archives


