ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ କହିବା ସହ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ ଲାଗି କାମନା କରିଛନ୍ତି। ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଦୁର୍ଭାଗ୍ୟଜନକ। ଏହା ମୋତେ ଚକିତ କରିଛି। ଏହି…
ଥରିଲା ପାକିସ୍ତାନ
ଇସଲାମାବାଦ୍,୨୯।୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।…
ପେଟ୍ର ପାଭେଲ ହେଲେ ଚେକ୍ ରିପବ୍ଲିକର ନୂଆ ରାଷ୍ଟ୍ରପତି
ପ୍ରାଗ୍ୟୁ,୨୯।୧: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମରିକ କମିଟିର ପୂର୍ବତନ ଅଧ୍ୟକ୍ଷ ପେଟ୍ର ପାଭେଲ ଚେକ୍ ରିପବ୍ଲିକର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ପେଟ୍ର ପାଭେଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିବାଦୀୟ ରାଷ୍ଟ୍ରପତି ମିଲୋସ ଜେମାନଙ୍କୁ ସ୍ଥାନ ନେବା ପାଇଁ ରନ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ…
ଗଣତନ୍ତ୍ର ଆମ ଶିରାରେ ଅଛି: ମୋଦି
ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ନ୍ୟୁ ଇଣ୍ଡିଆ’ ବିଷୟରେ କହିଥିଲେ। ଏହା ବ୍ୟତୀତ ଆଦିବାସୀ ସମାଜର ଭୂମିକା ଏବଂ ପଦ୍ମ ପୁରସ୍କାର…
ଏକ ମୂଷା ପାଇଁ ବଞ୍ଚିଗଲା ପୂରା ପରିବାରର ଜୀବନ, ଜାଣନ୍ତୁ ଏହା ପଛର କାରଣ…
ଯେତେବେଳେ ଆପଣ ଛୋଟ ଥିବେ, ସେତେବେଳେ ନିଶ୍ଚିତ ଏକ କାହାଣୀ ପଢ଼ିଥିବେ। ତାହା ଥିଲା ସିଂହ ଏବଂ ମୂଷାର କାହାଣୀ। ଯେଉଁଥିରେ ମୂଷାଟି ଜାଲକୁ ଦାନ୍ତରେ କାଟି ଫସି ରହିଥିବା ସିଂହର ଜୀବନ ରକ୍ଷା କରିଥିଲା। ଠିକ୍ ସେମିତି ଧୋଲପୁର ଜିଲାରେ…
ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୋଦି
ନୂଆଦିଲ୍ଲୀ,୨୯।୧: ଗୁଜରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରିକୁ ନେଇ ସାରା ଦେଶରେ ବିବାଦ ଥମିବାର ହେବାର ନାମ ନେଉନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି। ଦେଶରେ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ…
ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ବଳ ହେଲେ ରାଖୀ: କହିଲେ ‘ ମୋ ପାଖେ ହରାଇବାକୁ ଆଉ କିଛି ନାହିଁ’
ବମ୍ବେ: ଦିନେ ଲୋକଙ୍କୁ ହସାଉଥିବା ରାଖୀ ସାଓ୍ବନ୍ତଙ୍କ ଆଖିରୁ ଲୁହ ଶୁଖୁନି। ଦୀର୍ଘଦିନ ଧରି ବ୍ରେନ୍ ଟ୍ୟୁମର ଏବଂ କ୍ୟାନ୍ସର ସହ ଲଢ଼ିବା ପରେ ମା’ ଜୟା ଆଖି ବୁଜିଛନ୍ତି। ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ରାଖୀ। କାନ୍ଦି କାନ୍ଦି ତାଙ୍କର…
୨୦୨୫ରେ ହେବ ଭାରତ-ଚାଇନା ମଧ୍ୟରେ ମହାଯୁଦ୍ଧ!
ଓ୍ବାଶିଂଟନ୍,୨୯।୧: ଦୁଇ ବର୍ଷ ମଧ୍ୟରେ ଚାଇନା ଏବଂ ଆମେରିକା ମଧ୍ୟରେ ମହାଯୁଦ୍ଧ ହେବାର ସମ୍ଭାବନା ଅଛି। ଆମେରିକାର ବାୟୁସେନାର ବରିଷ୍ଠ ଜେନେରାଲଙ୍କ ଦାବି ପରେ ବିଶ୍ୱ ଚକିତ ହୋଇଯାଇଛି। ଜେନେରାଲ ମାଇକ ମିନିହାନ କହିଛନ୍ତି, ୨୦୨୫ରେ ଆମେରିକା ଏବଂ ଚୀନ ମଧ୍ୟରେ…
ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍କୁ ଗୁୁରୁମନ୍ତ୍ର ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୨୯।୧: ୨୦୨୩ ଦିନିକିଆ ବିଶ୍ୱକପ୍ ଭାରତରେ ଖେଳାଯିବ। ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବା ଉପରେ ଭାରତୀୟ ଟିମ୍ର ନଜର ରହିଛି। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି।…
ଦୁନିଆରୁ ଶୀଘ୍ର ଯିବ ନାହିଁ କରୋନା, ଟିକାକରଣ ଜରୁରୀ
ହଂକଂ,୨୯ା୧: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୭୧ ପ୍ରତିଶତ ଲୋକ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିକି କରୋନା ସଂକ୍ରମିତମାନେ ୬ ମାସରୁ ଅଧିକ ଧରି କାମ କରିବାକୁ ଅସମର୍ଥ ହୋଇଥିଲେ। କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୧୮…
ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍ ଆକ୍ରମଣ, ସିସିଟିଭିରେ କଏଦ ହେଲେ ସନ୍ଦିଗ୍ଧ
ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭିରେ ଘଟଣା କଏଦ ହୋଇଥିବା…
Archives


