ମାଲକାନଗିରିରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୨: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ଏକ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀ ଓଡ଼ିଶା ବଜାରର ମାଲକାନଗିରି ସହରଠାରେ ଉକ୍ତ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି ୧୩,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ନବନିର୍ମିତ ଅତ୍ୟାଧୁନିକ ଷ୍ଟୋରରେ ଗ୍ରାହକମାନେ ବର୍ତ୍ତମାନ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ବତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ। ସେହିଭଳି ଉକ୍ତ ଷ୍ଟୋରର ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ଯେପରିକି ୩୯୯୯ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଅପରପକ୍ଷରେ ମାଲକାନଗିରି ସହର ତଥା ନିକଟବର୍ତ୍ତୀ ଅଞ୍ଚଳର ଗ୍ରାହକମାନେ ଏହାର ଫାଇଦା ଉଠାଇବାକୁ ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ସେବା ‘ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

୪୫ ଦିନରେ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌

ଭୁବନେଶ୍ୱର,୧୫ା୭: ସନ୍ଧ୍ୟା ହେଲେ ସ୍ମାର୍ଟସିଟିବାସୀ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌-୨୦୨୪ ପ୍ରଦର୍ଶନୀ(ମେଳା)’ରେ ଭିଡ଼ ଜମାଉଛନ୍ତି। ଏପରିକି ଏହି ମେଳା...

ଓଇଜିର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ (ଓଇଜି) ନିକଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ନୂଆ ମାଇଲଷ୍ଟୋନ୍‌...

ବିଓଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶେଷ କରି...

ସୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ବ୍ରାଭିଆ ୭ ମିନି ଏଲ୍‌ଇଡି ସିରିଜ୍‌’ ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉନ୍ନତ ସୁବିଧା...

ମ୍ୟୁଚୁଆଲ ଫଣ୍ଡ୍‌ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଘରୋଇ ମ୍ୟୁଚୁଆଲ ପଣ୍ଡ ଶିଳ୍ପରେ ମହିଳାମାନଙ୍କର ସହଭାଗୀ ବଢୁଥିବାବେଳେ ଉଭୟ ଦେଶ ଓ ରାଜ୍ୟର ମହିଳାଙ୍କ ସଂଖ୍ୟା ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି।...

ୟୁଟ୍ୟୁବ୍‌ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି

ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍‌(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍‌ସ୍କ୍ରାଇବରଙ୍କ...

ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ

ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri