ବି.ଲାଇଭ୍ର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୫।୧: ମଲ୍ଟି ବ୍ରାଣ୍ଡ୍ ବୈଦ୍ୟୁତିକ ଯାନ (ଇଭି) ପ୍ଲାଟ୍ଫର୍ମ ବି.ଲାଇଭ୍ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏପରିକି ରାଉରକେଲା ସହରରେ ବ୍ରାଣ୍ଡ୍ର ପ୍ରଥମ ମଲ୍ଟିବ୍ରାଣ୍ଡ୍ ଷ୍ଟୋର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ବିଧାୟକ…
ଜବରଦଖଲ ଉଚ୍ଛେଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି
ହଲଦ୍ୱାନି/ନୂଆଦିଲ୍ଲୀ,୫।୧: ଉତ୍ତରାଖଣ୍ଡର ହଲ୍ଦ୍ୱାନିଠାରେ ୨୯ ଏକର ରେଲଓ୍ବେ ଜମିରୁ ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ଗୁରୁବାର ଉକ୍ତ ଆବେଦନର ଶୁଣାଣି କରିବେ। ଉଚ୍ଛେଦ ବନ୍ଦ କରିବା ଲାଗି ସେଠାରେ ଥିବା…
ଜାତୀୟ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ ଜାମ୍ବୋରିକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି
ପାଲି,୫।୧: ରାଜସ୍ଥାନର ପାଲି ଜିଲା ଅନ୍ତର୍ଗତ ନିମ୍ବଲି ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ୧୮ତମ ଜାତୀୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଜାମ୍ବୋରିକୁ ଉଦ୍ଘାଟନ କରିଛନ୍ତି। ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସର୍ବବୃହତ୍ ସ୍ବେଚ୍ଛାସେବୀ, ଅଣରାଜନୈତିକ ଯୁବ ସଂଗଠନ ଏବଂ…
୨୦୨୪ ପାଇଁ ବିହାରରୁ ବିଗୁଲ ବଜାଇଲା ଭାଜପା
ନୂଆଦିଲ୍ଲୀ,୫।୧: ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନ ଲାଗି ଭଜାପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିହାର ମୁଜାଫରପୁର ଜିଲାରୁ ବିଗୁଲ ବଜାଇଛନ୍ତି। ବୈଶାଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିହାର ବଡ଼…
ଗୁଜରାଟ ଏଏପିରେ ପରିବର୍ତ୍ତନ
ଅହମ୍ମଦାବାଦ,୫।୧: ଗୁଜରାଟ ବିଧାନସଭା ନିର୍ବାଚନ ପରାଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ଏକ ବଡ ପରିବର୍ତ୍ତନ କରିଛି। ଏଏପିର ରାଜ୍ୟ ସଭାପତି ଗୋପାଳ ଇଟାଲିୟାଙ୍କୁ ଜାତୀୟ ଯୁଗ୍ମ ସଚିବ ଏବଂ ମହାରାଷ୍ଟ୍ରରେ ଏଏପିର ସହ-ପ୍ରଭାରୀ କରାଯାଇଛି। ଗୁଜରାଟ ବିଧାନସଭା ନିର୍ବାଚନରେ…
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ, ୫।୧: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଛି। ଦେଶର ଯେ କୌଣସି ସ୍ଥାନକୁ ଯାତ୍ରା କରିବାବେଳେ ବୋଷଙ୍କ ସୁରକ୍ଷାରେ ୨୫ରୁ ୩୦ ଆର୍ମଡ୍ ଫୋର୍ସ ତାଙ୍କ…
ଏମ୍ପି ସରକାରଙ୍କ ବିରୋଧରେ ୧୦ ହଜାର କୋଟିର ମାମଲା
ଇନ୍ଦୋର,୫।୧: ମଧ୍ୟପ୍ରଦେଶର ପଟଲମ୍ ଅଞ୍ଚଳର ଜଣେ ଆଦିବାସୀଙ୍କୁ ମିଛ ଅଭିଯୋଗରେ ୬୬୬ ଦିନ ଜେଲରେ ରଖାଯାଇଥିଲା। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗଣବଳାତ୍କାର ମାମଲାରେ ଦୋଷମୁକ୍ତ କରାଯାଇଥିଲା। ଏହି ବ୍ୟକ୍ତି ଜଣକ ବିନା ଦୋଷରେ ଜେଲ ଯାଇଥିବାରୁ ମଧ୍ୟପ୍ରଦେଶ ସରକାର ତାଙ୍କୁ ୧୦,୦୦୬…
୬ ଭାରତୀୟ ବଂଶୋଦ୍ଭବଙ୍କୁ ପୁନଃ ମନୋନୀତ କଲେ ବାଇଡେନ୍
ଓ୍ବାଶିଂଟନ,୫।୧: ଆମେରିକା ପ୍ରଶାସନର କେତେକ ଶୀର୍ଷ ପଦବୀକୁ ଅନୂ୍ୟନ ୬ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ ପୁନଃ ମନୋନୀତ କରିଛନ୍ତି। ସେଗୁଡ଼ିକୁ ସିନେଟ ଅନୁମୋଦନ ନିମନ୍ତେ ପଠାଯାଇଛି। ରିଚାର୍ଡ ବର୍ମା (୫୪)ଙ୍କୁ ପରରାଷ୍ଟ୍ର ବିଭାଗର ପରିଚାଳନା ଓ ସମ୍ବଳ…
ଆଲ୍ଲାହାବାଦ ହାଇକୋର୍ଟ ରାୟ ଉପରେ ସ୍ଥଗିତାଦେଶ
ନୂଆଦିଲ୍ଲୀ,୫।୧: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ବିନା ପୌର ନିର୍ବାଚନ କରାଇବାକୁ ଆଲ୍ଲାହାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବୁଧବାର ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ…
ନୂଆ ଦଲାଇ ଲାମା ଚୟନରେ ହସ୍ତକ୍ଷେପ କରିବ ଚାଇନା
କୋଲକାତା,୫।୧: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚାଇନା ହସ୍ତକ୍ଷେପ କରିବ। ଏଥିପାଇଁ ବେଜିଂ ୧୫ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିବା ତିବ୍ବତ ନିର୍ବାସିତ ସରକାରର ମୁଖ୍ୟ ପେନ୍ପା ସେରିଙ୍ଗ କହିଛନ୍ତି। ଗଣତାନ୍ତ୍ରିକ ଉପାୟରେ ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଉ…
ହାଇପରସୋନିକ୍ ମିଶାଇଲ ପ୍ରସ୍ତୁତ
ମସ୍କୋ,୫ା୧: ୟୁକ୍ରେନ୍ ଆକ୍ରମଣର ୩୧୫ ଦିନ ପରେ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଯୁଦ୍ଧଖୋର ମନୋଭାବ ଯାଇନାହିଁ। ସେ ହାଇପରସୋନିକ୍ କ୍ରୁଜ୍ ମିଶାଇଲ ବୋଝେଇ ଯୁଦ୍ଧଜାହାଜ ଆଡ୍ମିରାଲ ଗୋର୍ଶକୋଭ୍କୁ ଆଟ୍ଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ମୁତୟନ କରିଛନ୍ତି। ରୁଷୀୟ ସୈନ୍ୟଙ୍କୁ…
ଗର୍ଭାଶୟ କର୍କଟ ଚିହ୍ନଟ କରିବ ସର୍ଜିକାଲ ନାଇଫ୍
ଲଣ୍ଡନ,୫।୧: ଏଣିକି ଗର୍ଭାଶୟ କର୍କଟ ଚିହ୍ନଟ କରିବା ହେବ ଆହୁରି ସହଜ। ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର ସର୍ଜିକାଲ ନାଇଫ୍ (ଛୁରି) ତିଆରି କରିଛନ୍ତି, ଯାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗର୍ଭାଶୟ କର୍କଟ ବା ଟ୍ୟୁମର…
Archives


