ଟ୍ରାପ୍‌ କ୍ୟାମେରା ଲେନ୍ସରେ ବନ୍ୟଜନ୍ତୁ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଟଣା ଓ ଘଟଗାଁ ରେଞ୍ଜରେ ଥିବା ଅଟେଇ ଜଙ୍ଗଲ ଏବେ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷାସ୍ଥଳୀ। ଅଟେଇ ଜଙ୍ଗଲରେ ବାଘ ସହିତ ବିଭିନ୍ନ ଜୀବଜନ୍ତୁ ଥିବା ବନ ବିଭାଗ ଟ୍ରାପ କ୍ୟାମେରାରେ ରେକର୍ଡ କରିଛି। ଗଧିଆ, ଗୟଳ ଭଳି ଲୋପ ପାଇ ଯାଉଥିବା ବନ୍ୟଜନ୍ତୁ ଜଙ୍ଗଲରେ ଥିବା ଜଣା ପଡିଛି। ସେହିପରି ଭାଲୁ, ବାରହା, ହରିଣ, କୁଟୁରା, ଶିଆଳ, ବଜ୍ରକାପ୍ତା ଆଦି ଜୀବଜନ୍ତୁ ଚିହ୍ନଟ ହେଉଥିବା ଡିଏଫ୍‌ଓ ଧନରାଜ ଏଚ୍‌ ଡି ସୂଚନା ଦେଇଛନ୍ତି। ପ୍ରାୟ ୧୬ ଶହ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଟେଇ ସଂରକ୍ଷିତ ଜଙ୍ଗଲଟି ଶିମିଳିପାଳ, ହଦଗଡ଼, ସାତକୋଶିଆ, ରେବଣା ଆଦି ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ପରିବେଷ୍ଟିତ ହୋଇ ରହିଥିବାରୁ ବନ୍ୟ ପ୍ରାଣୀମାନେ ଅବାଧରେ ଯାତାୟାତ କରିଥାନ୍ତି। ତେବେ ଅନେକ ସମୟରେ ଏହି ଜଙ୍ଗଲ ମଧ୍ୟରେ ଯାଇଥିବା ବ୍ୟସ୍ତ ବହୁଳ ଜାତୀୟ ରାଜପଥ ୨୦ ଓ ଅନ୍ୟାନ୍ୟ ରାଜପଥ ସେମାନଙ୍କ ଅବାଧ ବିଚରଣରେ ବାଧକ ସୃଷ୍ଟି କରିଥାଏ। ପ୍ରଶସ୍ତ ରାସ୍ତା ଓ ଏଥିରେ ଦ୍ରୁତଗତିରେ ଚଳ ପ୍ରଚଳ କରୁଥିବା ଲୁହାପଥର ବୋଝେଇ ଟ୍ରକ୍‌, ବସ୍‌ ଆଦି ସେମାନଙ୍କ ପାଇଁ ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାନ୍ତି। ଅନେକ ସମୟ ରେ ଦୁର୍ଘଟଣାରେ ମୃତାହତ ହୋଇଥାନ୍ତି।

ସେହିପରି ଅନେକ ସମୟରେ ଶିକାରୀମାନଙ୍କ କବଳରେ ପଡନ୍ତି ବୋଲି ମତ ପ୍ରକାଶ ପାଇଛି। ଏତେ ବଡ଼ ଅଞ୍ଚଳରେ ନିରୀକ୍ଷଣ କରିବା ସୁବିଧା ଜନକ ନୁହେଁ। ଏଣୁ ସଚେତନତା ସୃଷ୍ଟି କରିବା ସହ ଶିକାରୀମାନଙ୍କୁ ଧରିବା ପାଇଁ ଜଙ୍ଗଲ ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଲୋକଙ୍କ ସହାୟତାରେ ଧରପଗଡ କରାଗଲେ ସେମାନଙ୍କ ସୁରକ୍ଷା ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ସେହିପରି ଖରାଦିନରେ ଜଙ୍ଗଲରେ ନିଆଁ ଏହି ପଶୁ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଜଙ୍ଗଲରେ ଖାଦ୍ୟାଭାବ, ଜଳ ସମସ୍ୟା ଯୋଗୁ ଅନେକ ସମୟରେ ଗାଁମୁହାଁ ହୋଇ ବିପଦରେ ପଡ଼ନ୍ତି। ଇଣ୍ଡିଆନ ସିଭେଟ, କମନ ପାଲମ ସିଭେଟ, ରୁଡ଼ି ମଙ୍ଗୁଜ, ଗ୍ରେ ମଙ୍ଗୁଜ, କୋକି ଶିଆଳି, ବିଲୁଆ, ଚିତଲ, ବାର୍କିଂ ଡିଆର, ପର୍କୁପାଇନ, ଠେକୁଆ, ବାର୍‌ହା, ରିଶସ ମକକ୍ୱିଇ ଇଣ୍ଡିଆନ ଗୌର, ଇଣ୍ଡିଆନ ଗ୍ରେ ଓଲ୍‌୍‌ଫ, ଚଉଶିଙ୍ଗା ଆଦି ବନ୍ୟଜନ୍ତୁ କ୍ୟାମେରାରେ କଏଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?