Posted inଫୁରସତ

ବିବାହ ଶୋଭାଯାତ୍ରାରେ ବାଜୁଥିଲା ‘ପତଲି କମରିଆଁ ମୋରି’, ସମ୍ଭାଳି ରହିପାରିଲେନି କୁନିକୁନି ପିଲା…

ପିଲାମାନଙ୍କର ମନ ଅତ୍ୟନ୍ତ ସରଳ ଆଉ ନିଷ୍କପଟ। ଏମାନଙ୍କ ଭିତରେ କୌଣସି ଛଳନା ନ ଥାଏ। ଶିଶୁ ଚପଳ ମନରେ ସେମାନେ କେବେ ଭାବନ୍ତିନି ଆମେ କ’ଣ କଲେ କିଏ କ’ଣ ଭାବିବ। ସେମାନେ ଯାହା ପାରନ୍ତି କରି ବସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସ୍କୁଲ ବସ୍‌ରେ ଯାଉଥିବା ପିଲାମାନେ ଏପରି ଡ୍ୟାନ୍ସ ପ୍ରଦର୍ଶନ କଲେ ଯେ, ସମସ୍ତେ ସେମାନଙ୍କର ପିଲାଦିନକୁ ଫେରିଗଲେ।

@darshanvpathak ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓ ଦେଖି ଆପଣ ମଧ୍ୟ କିଛି ସମୟ ପାଇଁ ନିଜର ପିଲାଦିନକୁ ଫେରିଯିବେ। ସ୍କୁଲ ବସ୍‌ ରାସ୍ତାରେ ଠିଆ ହୋଇଥିଲା। ଏହି ସମୟରେ ଏକ ବିବାହ ଶୋଭାଯାତ୍ରା ଯାଉଥିଲା। ଏଥିରେ ‘ପତଲି କମରିଆଁ ମୋରି’ ଗୀତ ବାଜୁଥିଲା। ଯାହା ଶୁଣି ବସ୍‌ରେ ଥିବା ପିଲାମାନେ ନିଜକୁ ଅଟକାଇ ପାରି ନ ଥିଲେ। ସମସ୍ତେ ଏହି ଗୀତରେ ନାଚିବା ଆରମ୍ଭ କରିଥିଲେ। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। । ଭିଡିଓଟ ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

ଏହି ଦୃଶ୍ୟ ଯେତେବେଳେ ବରଯାତ୍ରୀମାନେ ଦେଖିଲେ ସେମାନେ ନିଜ ନାଚ ଛାଡ଼ି ପିଲାଙ୍କ ନାଚକୁ ଉପଭୋଗ କଲେ। ୟୁଜରମାନେ ଏହି ଭିଡିଓ ଦେଖି ନାନା ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ୟାକୁ ହିଁ କୁହନ୍ତି ପିଲାଦିନ। ସେହିପରି ଆଉ କିଛି ୟୁଜର, ସେମାନଙ୍କର ପିଲାଦିନରେ ଏପରି ଜୀବନ ବିତାଇ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଜୀବନର ସବୁଠାରୁ ସୁବର୍ଣ୍ଣ ସମୟ,‘ ବାଲ୍ୟକାଳ’। ଆଉ ଜଣେ ଲେଖିଛନ୍ତି – ‘ଏହି ଯୁଗର ଆନନ୍ଦ ଅଲଗା’। ପିଲାଙ୍କ ଏହି ଡ୍ୟାନ୍ସ ଭିଡିଓ ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri