Posted inଜାତୀୟ

ଆଜିର ଦିନରେ ହିଁ ହୋଇଥିଲା ମୁମ୍ବାଇରେ ସିରିଏଲ ବ୍ଲାଷ୍ଟ, ଡନ ଦାଉଦ ଇବ୍ରାହିମ ଥିଲେ ସାମିଲ, ଫସିଯାଇଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ,୧୨ ।୩: ମାର୍ଚ୍ଚ ୧୨, ୧୯୯୩ ମୁମ୍ବାଇ ପାଇଁ ଥିଲା କଳା ଶୁକ୍ରବାର ବା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରତିଦିନ ଭଳି ସାଧାରଣ ଭାବେ କାମ ଚାଲିଥିଲା, ହେଲେ ଦିନ ପ୍ରାୟ ୧ଟା ୩୦ରେ ଏକ୍ସଚେଞ୍ଜର ୨୮ ମହଳା ବିଲଡିଂର ବେସମେଣ୍ଟରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସମ୍ପୂର୍ଣ୍ଣ ବିଲଡିଂଟି ଦୋହଲି ଯାଇଥିଲା । ଏଥିରେ ୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏହା କେବଳ ଆରମ୍ଭ ମାତ୍ର ଥିଲା । ଏହାର ଅଧଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ ଖୁବଜୋରରେ ଏକ କାରରେ ହୋଇଥିଲା । ଆଉ ଏହା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା । ସମ୍ପୂର୍ଣ୍ଣ ମୁମ୍ବାଇରେ ୧୨ଟି ସ୍ଥାନରେ ୧୩ ବିସ୍ଫୋରଣ ହୋଇଥିଲା ।
ଏହି ସିରିଏଲ ବୋମା ବିସ୍ଫୋରଣରେ ୨୫୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୧୩ ଆହତ ହୋଇଥିଲେ । ଆଜିବି ମୁମ୍ବାଇବାସୀଙ୍କ ମନରେ ସେଦିନର ସେହି ବିସ୍ଫୋରଣର ଚିତ୍ର ତାଜା ହୋଇ ରହିଛି ।
ଏହି ବିସ୍ଫୋରଣ ମୁମ୍ବାଇରେ ହୋଇଥିବା ଦଙ୍ଗାର କିଛି ସମୟ ପରେ ହୋଇଥିବାରୁ ଏହା ଦଙ୍ଗାର ପ୍ରତିଶୋଧ ବୋଲି କୁହାଯାଇଥିଲା । ଏହି ସିରିଏଲ ବିସ୍ଫୋରଣରେ ମୁମ୍ବାଇ ସମ୍ପୂର୍ଣ୍ଣ ଭାବେ ଦୋହଲି ଯାଇଥିଲା । ପୋଲିସ କହିଥିଲା ଏହି ବିସ୍ଫୋରଣ ଭାରତ ବାହାରେ ଥିବା ଆତଙ୍କବାଦୀ ଦାଉଦ ଇବ୍ରାହିମ କରାଇଥିଲେ । ବ୍ଲାଷ୍ଟର ପ୍ଲାନ ଟାଇଗର ମେମନ କରିଥିଲେ, ହେଲେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଧରା ଯାଇନାହିଁ । ଏହି ମାମଲାରେ ତଳ କୋର୍ଟ ୧୨ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଏଥିରେ ୟାକୁବ ମେମନ ବି ଥିଲେ, ଯାହାଙ୍କୁ ୨୦୧୫ରେ ଫାଶି ଦିଆଯାଇଥିଲା । ୟାକୁବ ମେମନ ମୁଖ୍ୟ ଅଭିଯୁକ୍ତ ଟାଇଗରର ଭାଇ ଥିଲେ ।
ଏହି ବିସ୍ଫୋରଣରେ ଯେତେବେଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ନାମ ସାମ୍ନାକୁ ଆସିଥିଲା, ସେତେବେଳେ ଲୋକେ ବିଶ୍ୱାସ କରିପାରି ନ ଥିଲେ । ସଞ୍ଜୟ ଦତ୍ତଙ୍କୁ ୨୦୦୬ରେ ମୁ୍‌ମ୍ବାଇର ଟାଡା କୋର୍ଟ ଏକେ-୫୬ ରଖିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ, ହେଲେ ଅନ୍ୟ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri