Home

ଆଦିଯୋଗୀ ମୂର୍ତ୍ତି ଉନ୍ମୋଚନକୁ ଅନୁମତି

ବେଙ୍ଗାଲୁରୁ,୧୪।୧: ବିବାଦ ମଧ୍ୟରେ ତାମିଲନାଡ଼ୁର ଚିକ୍କାବଲ୍ଲପୁର ଜିଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀ ମୂର୍ତ୍ତି ଉନ୍ମୋଚନ ଲାଗି କର୍ନାଟକ ହାଇକୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ରବିବାର ୧୧୨ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିକୁ ଉନ୍ମୋଚନ କରାଯିବ। ତେବେ…

ରାଜୌରୀ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ଜମ୍ମୁ,୧୪।୧(ପି.ଟି.): ଜମ୍ମୁ-କଶ୍ମୀରର ରାଜୌରୀରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଥିବା ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଗତ ଦେଢ଼ବର୍ଷ ମଧ୍ୟରେ ଜମ୍ମୁରେ ଯେତେ ଆତଙ୍କବାଦୀ ଆକ୍ରମଣ ଘଟିଛି, ସେଗୁଡ଼ିକର ତଦନ୍ତ ମଧ୍ୟ…

ଦୁର୍ଘଟଣାରେ ୧୦ ଶିରିଡ଼ି ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନାସିକ/ନୂଆଦିଲ୍ଲୀ,୧୪।୧: ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିର ଯାଉଥିବା ତୀର୍ଥଯାତ୍ରୀମାନଙ୍କ ବସ୍‌ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି। ନାସିକ ଜିଲାର ପାଥର୍ଡେ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ…

ଶୁଣାଣିରୁ ଓହରିଲେ ୨ ବିଚାରପତି

ନୂଆଦିଲ୍ଲୀ,୧୪।୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଉକ୍ତ ରାୟର ପୁନର୍ବିଚାର ଲାଗି ହୋଇଥିବା ଆବେଦନର ଶୁଣାଣିରୁ ହାଇକୋର୍ଟ ମୁଖ୍ୟ ବିଚାରପତି ସତୀଶ…

ପ୍ରତ୍ୟର୍ପଣ ବିଳମ୍ବ ଲାଗି ଆଣ୍ଟିଗୁଆ ବିଚାରପତିଙ୍କୁ ଲାଞ୍ଚ ଦେଇଛନ୍ତି ଚୋକ୍‌ସି

ସେଣ୍ଟ ଜନ୍ସ,୧୪।୧: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରେ ନିଜର ସୁରକ୍ଷା ପାଇଁ ପୋଲିସ ଓ ବିଚାରପତିଙ୍କୁ ଲାଞ୍ଚ ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ଜଣାଶୁଣା ଆର୍ଥତ୍କ ଅପରାଧ ତଦନ୍ତକାରୀ କେନିଥ୍‌ ରିଜୋକ୍‌ ଏହି ତଦନ୍ତ କରିଥିଲେ। ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ…

ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭବ

ନୂଆଦିଲ୍ଲୀ,୧୪ ।୧: ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଏହି ସମ୍ପ୍ରାରଣକୁ ନେଇ ବିଚାର ବିମର୍ଶ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ…

ପାକିସ୍ତାନର ପେଶାୱରରେ ପୋଲିସ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ, ଡିଏସପି ସମେତ ୩ ପୋଲିସ ମୃତ

ପେଶାୱର,୧୪ ।୧: ପାକିସ୍ତାନରେ ପୁଣିଥରେ ଆତଙ୍କବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ପାକିସ୍ତାନର ପେଶାୱରରେ ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଡିଏସପି ସମେତ ୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା…

ଘୃଣା ମନ୍ତବ୍ୟ ଏକ ଆତଙ୍କ

ନୂଆଦିଲ୍ଲୀ,୧୪।୧: ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ କରିଛନ୍ତି। ଭାରତୀୟ ଗଣମାଧ୍ୟମ ମୁକ୍ତ ଓ ସନ୍ତୁଳିତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ କେ.ଏମ୍‌.…

ବୈଠକ ମଝିରେ ମନ୍ତ୍ରୀଙ୍କ କ୍ଲାସ ନେଲେ ପୁଟିନ, କହିଲେ ମୋତେ ମୁର୍ଖ ଭାବନନାହିଁ: ଭିଡିଓ ଭାଇରାଲ

ମସ୍କୋ,୧୪ ।୧: ରୁଷିଆର ରାଷ୍ଟ୍ରପତି ଏବେ ଚିନ୍ତାଗ୍ରସ୍ତ ଥିବା କୁହାଯାଉଛି । ଯାହାର ପ୍ରମାଣ ବେଳେ ବେଳେ ଦେଖିବାକୁ ବି ମିଳୁଛି । ନିକଟରେ ଏକ ଭିଡିଓ କନଫରେନ୍ସିଂ ସମୟରେ ସେ ତାଙ୍କ ଉପ ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…

ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି। ଏହା ଉପରେ ମହାରାଷ୍ଟ୍ର ମହିଳା କମିଶନଙ୍କ ଦୃଷ୍ଟି କାହିଁକି ପଡ଼ୁନି?…

ଜି୨୦ ଅଧ୍ୟକ୍ଷତା: ଭାରତଠାରୁ ଅନେକ ଆଶା

ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱର ସମନ୍ବିତ ଅର୍ଥନୀତିକୁ ସୁରକ୍ଷା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୧: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ବେଦା କୃଷ୍ଣମୂର୍ତ୍ତି ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିବଂଗତ ମା’ଙ୍କ ଜନ୍ମ ବାର୍ଷିକୀ ଅବସରରେ ସେ କର୍ନାଟକ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ହାତ ଧରିଛନ୍ତି। ଏହାପରେ ସୋସିଆଲ ମିଡିଆରେ କିଛି ଫଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri