ଦିଲ୍ଲୀରେ ପ୍ରତିଦିନ ୧୬ ହଜାର ଇ-ଚାଲାଣ: ୨୦୨୨ରେ ସର୍ବାଧିକ ଜରିମାନା ଆଦାୟ…

ନୂଆଦିଲ୍ଲୀ,୨୦।୩ : ଭାରତର ୧୧୫ ଟି ସହର ମଧ୍ୟରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) ମାଧ୍ୟମରେ ଜାରି କରାଯାଇଥିବା ଇ-ଚାଲାଣ ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି। ସଡକ ଏବଂ ପରିବହନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଦିଲ୍ଲୀ ମଧ୍ୟ ଇ-ଚାଲାଣ ମାଧ୍ୟମରେ ସାରା ଦେଶରେ ସର୍ବାଧିକ ଜରିମାନା ସଂଗ୍ରହ କରିଛି। ଦିଲ୍ଲୀରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ହାରାହାରି ପ୍ରତିଦିନ ୧୬ ହଜାର ଇ-ଚାଲାଣ ଜାରି କରାଯାଉଛି। ଏହା ମାଧ୍ୟମରେ ପ୍ରତିଦିନ ହାରାହାରି ୬ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ସଂଗ୍ରହ କରାଯାଉଛି। ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶର ବିଭିନ୍ନ ସହରର ଆଇଟିଏମଏସ ମାଧ୍ୟମରେ ରାଜ୍ୟସଭାରେ ଇ-ଚାଲାଣ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ।

୨୦୨୨ ମସିହାରେ ଜାତୀୟ ରାଜଧାନୀର ସମସ୍ତ ଜିଲାରେ ପ୍ରାୟ ୫୯.୪୦ ଲକ୍ଷ ଇ-ଚାଲାଣ ଜାରି କରାଯାଇଥିଲା। ଏହା ସହିତ ୨୨.୧୫ କୋଟି ଟଙ୍କା ଆୟ ସଂଗ୍ରହ କରାଯାଇଥିଲା। ସଂଗୃହିତ ରାଜସ୍ବ ଦୃଷ୍ଟିରୁ ଚଣ୍ଡିଗଡ଼ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗୁରୁଗ୍ରାମ ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ଚାଲାଣ ଜାରି କରିଥିଲା। ଚଣ୍ଡିଗଡ଼ ୨୦୨୨ ମସିହାରେ ୪.୮୦ ଲକ୍ଷ ଇ-ଚାଲାଣ ଜାରି କରି ୮.୫୬ କୋଟି ଟଙ୍କା ଆୟ କରିଥିବାବେଳେ ଗୁରୁଗ୍ରାମ ୬.୭୯ ଲକ୍ଷ ଇ-ଚାଲାଣ ଜାରି କରି ୪.୦୩ କୋଟି ଟଙ୍କା ଆୟ କରିଥିଲା।

ଦିଲ୍ଲୀର ଇ-ଚାଲାଣ ରାଜସ୍ବ ଚାରିଟି ବୃହତ ଏନସିଆର ଜିଲା ତୁଳନାରେ ଦୁଇଗୁଣା ଅଧିକ। ଦିଲ୍ଲୀର ଏନସିଆର ଜିଲାଗୁଡ଼ିକରେ ଗୁରୁଗ୍ରାମ ୪.୦୩ କୋଟି ଟଙ୍କା, ଜିବି ନଗର ୩.୧୭ କୋଟି ଟଙ୍କା, ଫରିଦାବାଦ ୨.୧୧ କୋଟି ଟଙ୍କା ଏବଂ ଗାଜିଆବାଦ ୧.୦୯ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିଲେ। ଉନ୍ନାଓ ୩.୧୩ କୋଟି ଟଙ୍କା ଆୟ କରି ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଇ-ଚାଲାଣ ମାଧ୍ୟମରେ ୨ କୋଟିରୁ ଅଧିକ ରାଜସ୍ବ ଅର୍ଜନ କରୁଥିବା ସହର ମଧ୍ୟରେ ଭୁବନେଶ୍ୱର ୨.୫୦ କୋଟି ଟଙ୍କା, ଆଗ୍ରା ୨.୪୨ କୋଟି ଟଙ୍କା, ଲକ୍ଷ୍ନୌ ୨.୨୯ କୋଟି ଟଙ୍କା, ରାୟପୁର ୨.୨୩ କୋଟି ଟଙ୍କା, ଫରିଦାବାଦ ୨.୧୧ କୋଟି ଏବଂ କାନପୁର ନଗର ୨.୦୩ କୋଟି ଟଙ୍କା ଆଦାୟ କରିଛନ୍ତି।

ସରକାରୀ ତଥ୍ୟରୁ ଜଣାପଡ଼ିଛି ଜାତୀୟ ରାଜଧାନୀରେ ଜାରି କରାଯାଇଥିବା ଇ-ଚାଲାଣ ସଂଖ୍ୟାରେ ୨୦୧୮ ରୁ ୨୦୨୨ ମଧ୍ୟରେ ପ୍ରାୟ ୧୬ ଗୁଣା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?