ସମ୍ବଲପୁରରେ ଆକାଶ ବାଇଜୁସ୍ର ସେଣ୍ଟର
ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍ର ପ୍ରଥମ କ୍ଲାସ୍ରୁମ୍ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି…
‘ଇନ୍ଭେଷ୍ଟିଂ ଇନ୍ ଇଣ୍ଡିଆ ଡିକେଡ୍’
ନୂଆଦିଲ୍ଲୀ,୧୩।୪: ଦେଶର ପ୍ରମୁଖ ଶିଳ୍ପ ସଂଘ ଫିକି ଏବଂ ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ଫୋରମ ଦ୍ୱାରା ଆୟୋଜିତ ଗୋଲ ଟେବୁଲ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ‘ଇନ୍ଭେଷ୍ଟିଂ ଇନ୍ ଇଣ୍ଡିଆ ଡିକେଡ୍’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ଫିକି…
ବେଦାନ୍ତ ବାଲ୍କୋ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’
ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲ୍କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ପ୍ରଦର୍ଶନ, ସଫଳତା ଏବଂ ବାଣିଜ୍ୟ(ପ୍ୟାଟ୍) ଯୋଜନା ଅନ୍ତର୍ଗତ ଶକ୍ତି ଅଧୀନ ତଥା…
ଗାଡ଼ି ବିକ୍ରିରେ ୧୨% ଅଭିବୃଦ୍ଧି
ଭୁବନେଶ୍ୱର,୧୩।୪: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍ ଗାଡ଼ି ରାଜ୍ୟରେ ବିକ୍ରି ହୋଇଥିବା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର…
ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୬%
ନୂଆଦିଲ୍ଲୀ,୧୩।୪: ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ପରିବର୍ତ୍ତନ ଘଟୁଛି। ଏପରିକି ୨୦୨୩ ମାର୍ଚ୍ଚରେ ମଧ୍ୟ ଖୁଚୁରା ମୁଦ୍ରାସ୍ପୀତି ହାର ହ୍ରାସ ପାଇ ୫.୬୬% ରେ ରହିଛି। ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଗତ ୧୫ ମାସର ସର୍ବନିମ୍ନ…
୧ ବିଲିୟନ୍ ଡଲାର ଠକେଇ ମାମଲାରେ ୨ ଭାରତୀୟ ବଂଶୋଦ୍ଭବ ଦୋଷୀ
ନ୍ୟୁୟର୍କ, ୧୩।୪: ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍ଜିକ୍ୟୁଟିଭ୍ ୧ ବିଲିୟନ୍ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠକେଇ ସ୍କିମ୍ରେ କମ୍ପାନୀର ଗ୍ରାହକ, ନିବେଶକଙ୍କଠାରୁ ଏହି ଅର୍ଥ ନିଆଯାଇଥିବା ଆମେରିକାର ଫେଡେରାଲ୍ ଜ୍ୟୁରି…
ସମ୍ପୂର୍ଣ୍ଣ ରାୟ ନ ଲେଖି ଚୂଡ଼ାନ୍ତ ଭାଗ ଶୁଣାଇବା ମନା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩ା୪: ଜଣେ ବିଚାରପତି କୌଣସି ମାମଲାର ସମ୍ପୂର୍ଣ୍ଣ ରାୟ ପ୍ରସ୍ତୁତ ନ କରି କୋର୍ଟରେ ଚୂଡ଼ାନ୍ତ ଭାଗ ଶୁଣାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କର୍ନାଟକ ହାଇକୋର୍ଟ ଡିଭିଜନ୍ ବେଞ୍ଚର ଜଣେ ବିଚାରପତି ଶୁଣାଇଥିବା ଏକ ରାୟକୁ ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ…
ଠିକ୍ ଲୋକ ମିଳିଲେ ଟୁଇଟର ବିକିଦେବି: ମସ୍କ
ଓ୍ବାଶିଂଟନ୍, ୧୩।୪: ୪୪ ବିଲିୟନ୍ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍ ଟୁଇଟର୍ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି ବୈଦ୍ୟୁତିକ କମ୍ପାନୀ ଟେସ୍ଲା ମାଲିକ ଏଲନ୍ ମସ୍କ କହିଛନ୍ତି। ଏଥିସହ ଉପଯୁକ୍ତ ବ୍ୟକ୍ତି ମିଳିଲେ ସେ ଟୁଇଟର୍କୁ ବିକିବେ ବୋଲି…
‘ସବୁ ମୋଦି ଚୋର’ ମନ୍ତବ୍ୟ: ରାହୁଲଙ୍କୁ ପାଟନା କୋର୍ଟ ନୋଟିସ
ପାଟନା,୧୩ା୪: ମୋଦି ଉପନାମଧାରୀ ସମସ୍ତ ବ୍ୟକ୍ତି ଚୋର ବୋଲି ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଟନାର ଏକ କୋର୍ଟ ନୋଟିସ କରିଛନ୍ତି। ଭାଜପାର ରାଜ୍ୟ ସଭା ସଦସ୍ୟ…
ନଦୀ ଭିତରେ ଗଡ଼ିଲା ମେଟ୍ରୋ
କୋଲକାତା, ୧୩।୪: କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଦେଶରେ ପ୍ରଥମଥର ଲାଗି ନଦୀ ତଳେ ନିର୍ମାଣ ଟନେଲ୍ରେ ମେଟ୍ରୋ ଟ୍ରେନ୍ ଗଡ଼ିଛି। ଏଥିରେ ବସି ବିଭାଗୀୟ ଅଫିସର ଏବଂ ଇଞ୍ଜିନିୟର ଜଗଳିରୁ କୋଲକାତା ହାଓଡା ଯାଇଥିଲେ। ମେଟ୍ରୋ ରେଳବାଇ ଜେନେରାଲ…
ଅତି ବାଇଗଣି ରଶ୍ମି ଦ୍ୱାରା ବାଇବେଲ ରହସ୍ୟ ତଥ୍ୟ ଠାବ
ଭିଏନା, ୧୩।୪: ନିକଟରେ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିବା ବାଇବେଲର ଏକ ଲୁକ୍କାୟିତ ଅଧ୍ୟାୟର ଠାବ କରିଛନ୍ତି। ସେହି ପୃଷ୍ଠାରେ ମେଥ୍ୟୁର ୧୧ରୁ ୧୨ ଅଧ୍ୟାୟ ରହିଛି। ଯେଉଁଥିରେ ଏବେର ଲେଖାଠାରୁ ଅଧିକ ତଥ୍ୟ ରହିଛି। ଭାଟିକାନ ଲାଇବ୍ରେରିରେ ରଖାଯାଇଥିବା…
ବେଦାନ୍ତ ବିଶ୍ୱବିଦ୍ୟାଳୟ ଭୂମି ଅଧିଗ୍ରହଣ ଅବୈଧ
ନୂଆଦିଲ୍ଲୀ,୧୩ା୪ : ଓଡ଼ିଶା ସରକାର ଓ ବେଦାନ୍ତ ଫାଉଣ୍ଡେଶନ୍କୁ ବୁଧବାର ବଡ଼ ଝଟକା ଲାଗିଛି। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ସମ୍ପୂର୍ଣ୍ଣ ଭୂମି ଅଧିଗ୍ରହଣକୁ ଓଡ଼ିଶା ହାଇକୋର୍ଟ ବୈଧ ନୁହେଁ ବୋଲି ଦର୍ଶାଇ ରଦ୍ଦ କରିଦେଇଥିଲେ। ଉକ୍ତ ରାୟକୁ…

