ସମ୍ବଲପୁରରେ ଆକାଶ ବାଇଜୁସ୍‌ର ସେଣ୍ଟର

ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍‌ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍‌ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆକାଶ ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆକାଶ ବାଇଜୁସ୍‌ର ଇଷ୍ଟ ରିଜିଓନାଲ ଅପରେଶନ ମୁଖ୍ୟ ଜୟଦୀପ ମୁଖାର୍ଜୀ, ଓଡ଼ିଶା ରିଜିଓନାଲ ସେଲ୍ସ ଏବଂ ଗ୍ରୋଥ୍‌ ମୁଖ୍ୟ ବିକାଶ ଦାସ, ଇଷ୍ଟ ଡେପୁଟି ଡାଇରେକ୍ଟର ସୂର୍ଯ୍ୟଭାନୁ ସିଂ, ଓଡ଼ିଶା ଆସିଷ୍ଟାଣ୍ଟ ଡାଇରେକ୍ଟର ରାଜୀବ ନୟନ ଏବଂ ରିଜିଓନାଲ ଏଚ୍‌ଆର୍‌ ମୁଖ୍ୟ ସାଗର ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ା ୫୯୬୮ ବର୍ଗଫୁଟ୍‌ ପରିମିତ ଜମିରେ ଗଢ଼ି ଉଠିଥିବା ଉକ୍ତ ସେଣ୍ଟରରେ ୮ଟି ଶ୍ରେଣୀଗୃହ ରହିଛି। ଏଠାରେ ୧୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟକ୍ଷ ଭାବେ କ୍ଲାସ୍‌ ପ୍ରଦାନ କରିପାରିବ। ଏପରିକି କନେକ୍ଟେଡ ଓ ସ୍ମାର୍ଟ କ୍ଲାସ୍‌ରୁମ୍‌ ଥିବା ଉକ୍ତ ସେଣ୍ଟର ହାଇବ୍ରିଡ୍‌ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କୁ ଏକ ବାଧାମୁକ୍ତ ଶିକ୍ଷା ଅନୁଭୂତି ପ୍ରଦାନ କରିପାରିବ।
ଏ ସମ୍ପର୍କରେ ଆକାଶ ବାଇଜୁସ୍‌ର ସିଇଓ ଅଭିଷେକ ମାହେଶ୍ୱରୀ କହିଛନ୍ତି, ଆମେ ଛାତ୍ରୀଛାତ୍ର କୈନ୍ଦ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖିଥାଉ। ସେହିପରି ଆକାଶ ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ କହିଛନ୍ତି,ସମ୍ବଲପୁରରେ ଆମର ପ୍ରଥମ ସେଣ୍ଟରର ଶୁଭାରମ୍ଭ କରି ବେଶ ଖୁସି ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

ପିଜି ନାମଲେଖା: ପ୍ରଥମ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର,୮ା୮(ସୁଚିସ୍ମିତା ସାହୁ): ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର (ପି.ଜି.) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଶୁକ୍ରବାର ପ୍ରକାଶ…

ଦାୟିତ୍ୱରେ ଅବହେଳା ପଡ଼ିଲା ମହଙ୍ଗା:ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର…

ଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮ା୮(ସୌମ୍ୟରଞ୍ଜନ ରାଉତ): ନୂଆଦିଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେଇ…

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri