ପୁଅର ଏନକାଉଣ୍ଟର ଖବର ଶୁଣି କୋର୍ଟ ରୁମରେ ଭୋ ଭୋ ହୋଇ କାନ୍ଦିଲେ ଅତିକ
ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅସଦ ଅହମଦଙ୍କୁ ଗୁରୁବାର ଝାନ୍ସିରେ ଏନକାଉଣ୍ଟର କରାଯାଉଛି। ଏପଟେ ପୁଅର ଏନକାଉଣ୍ଟର ଖବର ପାଇବା ପରେ ଅତିକ ଅହମଦ ପ୍ରୟାଗରାଜ ସ୍ଥିତ କୋର୍ଟ ରୁମରେ ଦୀର୍ଘ ନିଶ୍ୱାସ ପକାଇ ବସିପଡିଥିଲେ। ତାଙ୍କ ମୁଣ୍ଡ…
ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ
ଛତ୍ରପୁର,୧୩ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍ଇ କମ୍ପାନୀ ପରିସରରେ ଥିବା ରିପ୍ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ…
ୟୁପି ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ଅତିକଙ୍କ ପୁଅ ଅସଦ ମୃତ
ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମଦଙ୍କ ପୁଅ ଅସଦ ଅହମ୍ମଦ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହାସହ ତାଙ୍କ ସହଯୋଗୀ ଗୁଲାମ ମହମ୍ମଦ ବି ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଥିବା ସୂଚନା…
ଛାତ୍ରୀଙ୍କୁ ଅପହରଣ ସହ ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଭାତ କୁମାର ରାଜଗୁରୁ ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ସଦର ଥାନା ଅନ୍ତର୍ଗତ…
ଏନଡିଏରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ: ଶାହାଙ୍କୁ ଭେଟିବା ପରେ କହିଲେ ମାଝିଂ…
ନୂଆଦିଲ୍ଲୀ,୧୩।୪ : ବିହାର ରାଜନୀତିରେ ଉତ୍ତେଜନା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବିହାରର ପୂର୍ବତନ ସିଏମ ଜିତନ ରାମ ମାଝିିଂ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବୈଠକ ପରେ ମାଝିଂ କହିଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ…
ଗଣ୍ଡା ସଂଖ୍ୟା ବଢ଼ାଇ ଦର୍ଶାଯାଇଥିବା ଅଭିଯୋଗ…
ଗୁଆହାଟୀ,୧୩।୪ : ଆସାମ ବନ ବିଭାଗ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛି। ଚିଠିରେ ବନ ବିଭାଗ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାର୍ଯ୍ୟକର୍ତ୍ତା କାଜିରଙ୍ଗା ଜାତୀୟ ଉଦ୍ୟାନକୁ ବଦନାମ କରିବା ପାଇଁ ପାର୍କରେ ଥିବା…
ଭାରତୀୟ ରାଜନୀତିର ନଟଓ୍ବରଲାଲ ଲାଲୁ-ରାହୁଲଙ୍କୁ ଅନୁସରଣ କରୁଛନ୍ତି: କେଜରିଓ୍ବାଲଙ୍କୁ ନେଇ ଭାଜପାର କଟାକ୍ଷ…
ନୂଆଦିଲ୍ଲୀ,୧୩।୪ : ଭାରତୀୟ ରାଜନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନଟଓ୍ବରଲାଲ ସାଜିଛନ୍ତି। ସେ ଲାଲୁ ପ୍ରସାଦ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିବା ନେଇ ଭାଜପା ଜାତୀୟ ପ୍ରବକ୍ତା ଶେହଜାଦ ପୁନାଓ୍ବାଲା କଟାକ୍ଷ କରିଛନ୍ତି। ନିଜ ଆଦର୍ଶରୁ ହଟି…
ସୁପ୍ରିମ୍କୋର୍ଟରେ କର୍ନାଟକ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ଓବିସି ସଂରକ୍ଷଣ ରଦ୍ଦ କରିବା ମାମଲା…
ନୂଆଦିଲ୍ଲୀ,୧୩।୪ : କର୍ନାଟକ ସରକାରଙ୍କ ଦ୍ୱାରା ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏକ ମୁସଲମାନ ସଂଗଠନ ସୁପ୍ରିମକୋର୍ଟରେ ମାମଲାର ଶୀଘ୍ର ଶୁଣାଣି ପାଇଁ ଏକ ପିଟିଶନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ…
ବିବିସି ବିରୋଧରେ ଫେମା ମାମଲା ରୁଜୁ କଲା ଇଡି…
ନୂଆଦିଲ୍ଲୀ,୧୩।୪ : ଖବର ପ୍ରସାରଣକାରୀ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି। ବିଦେଶୀ ପାଣ୍ଠି ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ଅନୁଯାୟୀ ଇଡି ବିବିସି ଇଣ୍ଡିଆ…
ବେଆଇନ କୋଇଲା ଖନନ ରୋକିବା ପାଇଁ ୧୦ କମ୍ପାନୀ ସିଆଇଏସଏଫ ମୁତୟନ କରନ୍ତୁ କେନ୍ଦ୍ର ସରକାର: ହାଇକୋର୍ଟ…
ଶିଲଂ,୧୩।୪ : ବେଆଇନ ଖଣି ଖନନ ଏବଂ କୋଇଲା ପରିବହନକୁ ନେଇ ମେଘାଳୟ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ବେଆଇନ ଖଣି ଖନନ ଏବଂ କୋଇଲା ପରିବହନ ଉପରେ କଟକଣା ଲଗାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ…
ନିଜର ପୂର୍ବ ଆଇନଜୀବୀଙ୍କ ବିରୋଧରେ ୫୦ କୋଟି ଡଲାରର ମାମଲା ରୁଜୁ କଲେ ଟ୍ରମ୍ପ୍…
ଓ୍ବାଶିଂଟନ,୧୩।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପୂର୍ବ ଆଇନଜୀବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଖବର ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ଆଇନଜୀବୀ ମାଇକେଲ କୋହେନଙ୍କ ବିରୋଧରେ ୫୦ କୋଟି ଡଲାର କ୍ଷତିପୂରଣ ମକଦ୍ଦମା ଦାଏର…
ଭାରତୀୟ ସେନା ହେବେ ଆତ୍ମନିର୍ଭରଶୀଳ, ଦେଶରେ ତିଆରି ହେବ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର: ମୋଦି
ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୭୧,୦୦୦କର୍ମଚାରୀଙ୍କୁ ନୂଆ ନିଯୁକ୍ତ ଆଧାରରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଏକ ବିକଶିତ ଭାରତର ଦୂରଦୃଷ୍ଟି…

