ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେବି ମନରେ ରହିଛି ସତେଜ: ଆମେରିକା
ଓ୍ବାଶିଂଟନ୍,୭।୨: ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ନିର୍ଦ୍ଦୟ ଆକ୍ରମଣର ସ୍ମୃତି ଉଭୟ ଭାରତ ଏବଂ ଆମେରିକାର ମନରେ ଏବେ ବି ସତେଜ ରହିଛି ବୋଲି ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି,…
ସ୍ବାମୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଡ୍ରାମା କୁଇନ୍
ଟିଭି ଅଭିନେତ୍ରୀ ତଥା ଡ୍ରାମା କୁଇନ୍ ଭାବେ ଜଣାଶୁଣା ରାଖୀ ସାୱନ୍ତଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ବିବାଦ ଭିତରକୁ ଆସିଛି। ନିକଟରେ ଅଭିନେତ୍ରୀ ସ୍ବାମୀ ଆଦିଲ ଖାନ ଦୁରାନୀ ଖାନ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ। ତନୁ ଚାନ୍ଦେଲ ନାମକ…
ସନ୍ଧ୍ୟା ସୁଦ୍ଧା ସାରା ବିଶ୍ୱରେ ୭୮ ଭୂକମ୍ପ, ସିରିଆରେ ୪୬
ଅଲେପ୍ପୋ,୭ ।୨: ସୋମବାର ସକାଳେ ଥରି ଉଠିଛି ମଧ୍ୟ-ପୂର୍ବର ୪ଟି ଦେଶ ତୁର୍କୀ, ସିରିଆ, ଲେବାନନ ଓ ଇସ୍ରାଏଲ । ସବୁଠାରୁ ଅଧିକ କ୍ଷୟକ୍ଷତି ତୁର୍କୀ ଓ ଏହାକୁ ଲାଗି ରହିଥିବା ସିରିଆରେ ହୋଇଛି । ତୁର୍କୀରେ ୧୨ ଘଣ୍ଟା ମଧ୍ୟରେ…
ତୁର୍କୀ-ସିରିଆ ଭୂକମ୍ପ: ମୃତ୍ୟୁସଂଖ୍ୟା ୩୮୦୦ ଛୁଇଁଲା, ଭାରତ ପଠାଇଲା ଏନ୍ଡିଆର୍ଏଫ୍ ଟିମ୍
ନୂଆଦିଲ୍ଲୀ,୭।୨: ତୁର୍କୀ ଏବଂ ସିରିଆ ସମେତ ଚାରିଟି ଦେଶରେ ଭୂକମ୍ପ ବ୍ୟାପକ ଧ୍ୱଂସ ଘଟାଇଛି। ତୁର୍କୀର ନୁର୍ଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ସିରିଆ ପର୍ଯ୍ୟନ୍ତ ଥିଲା। ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା…
ସମ୍ବିଧାନର ସୁରକ୍ଷା ପାଇଁ ଶେଷନିଶ୍ୱାସ ପର୍ଯ୍ୟନ୍ତ ଲଢିବି: ମମତା
କୋଲକାତା,୭।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ସେଣ୍ଟ ଜାଭିୟର ବିଶ୍ୱବିଦ୍ୟାଳୟର ଚତୁର୍ଥ ବାର୍ଷିକୀ ସମାରୋହରେ ତାଙ୍କୁ ଏହି ଉପାଧି ଦିଆଯାଇଛି। ସମ୍ବିଧାନର ସୁରକ୍ଷା ପାଇଁ ସେ ଶେଷନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ। ଦେଶର ଏକତା…
ଦିନେ ନା ଦିନେ ସତ ସାମ୍ନାକୁ ଆସିବ: ମୋଦି
ନୂଆଦିଲ୍ଲୀ, ୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ତୁମାକୁରୁ ଜିଲାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ)ର ଦେଶର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ୟୁନିଟର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି…
ହ୍ବାଟ୍ସଆପ୍ରେ ଖାଦ୍ୟ ଅର୍ଡର କରିପାରିବେ ଟ୍ରେନ୍ ଯାତ୍ରୀ
ନୂଆଦିଲ୍ଲୀ,୬।୨: ଟ୍ରେନ୍ ଯାତ୍ରୀମାନେ ଖୁବ୍ଶୀଘ୍ର ଏକ ହ୍ବାଟ୍ସଆପ୍ ନମ୍ବର ଜରିଆରେ ଖାଦ୍ୟ ପାଇଁ ଅର୍ଡର କରିପାରିବେ। ଏକ ଇଣ୍ଟରାକ୍ଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମର୍ଥ ଚାଟବୁଟ୍ ସେମାନଙ୍କ ଅର୍ଡରକୁ ଇ-କ୍ୟାଟରିଂରେ ପରିଚାଳନା କରାଇବା ସହ ଖାଦ୍ୟ ବୁକ୍ କରାଇବ। ଭାରତୀୟ ରେଲଓ୍ବେ କ୍ୟାଟରିଂ…
ଲାଞ୍ଚ ନେଇ ରେଲଓ୍ବେ ଇଞ୍ଜିନିୟର ଗିରଫ
ନୂଆଦିଲ୍ଲୀ,୬।୨: ୨ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ ଜୋନ୍ର ୨ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ସେକ୍ସନ ଇଞ୍ଜିନିୟର ସନ୍ତୋଷ କୁମାର ଏବଂ ତାଙ୍କ ଉପରିସ୍ଥ ଡେପୁଟି ଚିଫ୍ ଇଞ୍ଜିନିୟର ରାମପାଲଙ୍କ…
ତୁର୍କୀ, ସିରିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩୦୦କୁ ବୃଦ୍ଧି
ଇସ୍ତାନବୁଲ୍,୬।୨: ତୁର୍କୀ ଓ ସିରିଆରେ ରବିବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ୨,୩୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇବା ସହ ୧୦ହଜାରରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…
ବିବାହ ବନ୍ଧନରେ ବାନ୍ଧି ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲଳନା: ନାଗୌରର ଏହି ଫୋର୍ଟରେ ନେବେ ସାତ ଫେରା
ନୂଆଦିଲ୍ଲୀ,୬।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶେନେଲ ଇରାନୀ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଫେବୃଆରୀ ୭ରୁ ୯ମଧ୍ୟରେ ରାଜସ୍ଥାନର ଖିମସାର ଫୋର୍ଟ(ନାଗୌର)ରେ ଶେନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେନେଲଙ୍କ ବିବାହ ଅର୍ଜୁନ ଭଲ୍ଲାଙ୍କ…
ମୁମ୍ବାଇର ହାଜି ଅଲି ଛକରେ ହେବ ସୁର ସାମ୍ରାଜ୍ଞୀଙ୍କ ୪୦ ଫୁଟ୍ ମୂର୍ତ୍ତୀ
ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସୋମବାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ମୁମ୍ବାଇର ତାଡଦେବ ସ୍ଥିତ ହାଜି ଅଲି ଛକଠାରେ ବିଏମସି ଲତା ମଙ୍ଗେସକରଙ୍କ ସ୍ମୃତିରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବ।…
ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା କରାଇବେ ଶିବରାଜ
ଭୋପାଳ,୬।୨: ଦିଲ୍ଲୀ ସରକାରଙ୍କ ଟ୍ରେନରେ ତୀର୍ଥଯାତ୍ରା କରାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଯୋଜନା ଅନୁଯାୟୀ ମାର୍ଚ୍ଚରୁ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିମାନ ଯୋଗେ ତୀର୍ଥଯାତ୍ରା ପାଇଁ ପଠାଯିବ। ସୂଚନା ମୁତାବକ,…
Archives


