ଅତି ବାଇଗଣି ରଶ୍ମି ଦ୍ୱାରା ବାଇବେଲ ରହସ୍ୟ ତଥ୍ୟ ଠାବ

ଭିଏନା, ୧୩।୪: ନିକଟରେ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିବା ବାଇବେଲର ଏକ ଲୁକ୍କାୟିତ ଅଧ୍ୟାୟର ଠାବ କରିଛନ୍ତି। ସେହି ପୃଷ୍ଠାରେ ମେଥ୍ୟୁର ୧୧ରୁ ୧୨ ଅଧ୍ୟାୟ ରହିଛି। ଯେଉଁଥିରେ ଏବେର ଲେଖାଠାରୁ ଅଧିକ ତଥ୍ୟ ରହିଛି। ଭାଟିକାନ ଲାଇବ୍ରେରିରେ ରଖାଯାଇଥିବା ଏହି ବାଇବେଲରେ ଅତିବାଇଗଣି ରଶ୍ମି ପକାଇବାରୁ ବୈଜ୍ଞାନିକଙ୍କୁ ଏହି ଅଧ୍ୟାୟ ବିଷୟରେ ଜଣାପଡିଥିଲା। ଏଥିରେ ଲେଖିଥିବା ସିରିଆଇ ଭାଷାର ଅନୁବାଦ ସମ୍ପୂର୍ଣ୍ଣ କରାଯାଇନାହିଁ। ହେଲେ କିଛି ତଥ୍ୟ ସର୍ବସମ୍ମୁଖକୁ ଅଣାଯାଇଛି। ମେଥ୍ୟୁର ଅଧ୍ୟାୟ ୧୨ରେ ତଥ୍ୟକୁ ଗ୍ରୀକ୍‌ ଭାଷାରେ ଲେଖାଯାଇଛି। ସେଥିରେ ଏକ ତଥ୍ୟ ରହିଛି, ଯିଶୁ ଦିନେ ତାଙ୍କ ଶିଷ୍ୟଙ୍କ ସହ ଏକ ଧାନକ୍ଷେତ ଦେଇ ଯାଉଥିଲେ। ସେତେବେଳେ ତାଙ୍କ ଶିଷ୍ୟଙ୍କୁ ଭୋକ ଲାଗିଲା। ଯିଶୁ ସେହି କ୍ଷେତରୁ ଧାନ ଗଛ ଭାଙ୍ଗିଲେ ଏବଂ ଶିଷ୍ୟଙ୍କୁ ଦେବା ସହ ନିଜେ ଖାଇଥିଲେ। ହେଲେ ସିରିଆଇ ଅନୁବାଦରେ, ଧାନ ଗଛର ଧାନକୁ ଭାଙ୍ଗିଲେ, ତାକୁ ହାତରେ ଦଳି ଶିଷ୍ୟ ଏବଂ ନିଜେ ଖାଇଥିଲେ ବୋଲି ଉଲ୍ଲେଖ ରହିଛି। ଏହି ପ୍ରଥମ ଲେଖା ତୃତୀୟ ଶତାବ୍ଦୀ ସମୟରେ ଲେଖାଯାଇଥିଲା। ପରେ ସେହି ଲେଖାକୁ ଲିଭାଇ ଦିଆଯାଇଥିଲା। ସେତେବେଳେ ପଶୁ ଚମଡ଼ାରୁ ପ୍ରସ୍ତୁତ କାଗଜ ବହୁତ ମହଙ୍ଗା ଥିଲା। ସେଥିପାଇଁ ତାକୁ ପୁନଃ ବ୍ୟବହାର କରିବାକୁ ଏପରି କରାଯାଉଥିଲା। ଏହାକୁ ଠାବ କରିଥିବା ଅଷ୍ଟ୍ରିଆନ ଏକାଡେମିକ ଅଫ୍‌ ସାଇନ୍ସର ବୈଜ୍ଞାନିକ ଗ୍ରିଗୋରି କେସେଲ କହିଛନ୍ତି, ପୁନଃ ବ୍ୟବହାର କରାଯାଇଥିବା ଏହି ପାଣ୍ଡୁଲିପିରେ ଲେଖାଯାଇଥିବା ସମସ୍ତ ତଥ୍ୟ ପୁରୁଣା ସିରିଆଇ ଭାଷା ସହିତ ସାମିଲ ଅଛି। ଏହି ସିରିଆଇ ଅନୁବାଦ ପ୍ରମାଣ କରୁଛି କି ଆଜିର ଶାସ୍ତ୍ର (ଯିଶୁଖ୍ରୀଷ୍ଟଙ୍କ ଧର୍ମବାଣୀ)ର ଲେଖାଠାରୁ ବହୁତ ଅଲଗା। ଅତିବାଇଗଣି ରଶ୍ମି ଦ୍ୱାରା କାଗଜରେ ଲୁଚି ରହିଥିବା ଲେଖା ନୀଳ ରଙ୍ଗ ହୋଇଉଠେ। ଏହା ବୈଜ୍ଞାନିକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ । ସେହି କାଗଜକୁ ଯେତେ ଥର ପୁନଃ ବ୍ୟବହାର କରାଯାଇଥିଲେ ମଧ୍ୟ ଅତିବାଇଗଣି ରଶ୍ମିରେ ତାହା ଦେଖାଯାଇଥାଏ। ସର୍ବ ପ୍ରଥମରେ ଲେଖା ଯାଇଥିବା ଲେଖାକୁ ମଧ୍ୟ ଏହି ରଶ୍ମି ସାହାଯ୍ୟରେ ପଢାଯାଇପାରିବ। ଶାସ୍ତ୍ରରେ ଲେଖିଥିବା ପୁରୁଣା ସିରିଆଇ ଅନୁବାଦକୁ ‘ପୋଶିଟା’ ବୋଲି କୁହାଯାଉଥିଲା। ପରେ ୫ମ ଶତାବ୍ଦୀରେ ସିରିଆଇ ଚର୍ଚ୍ଚରେ ଏହାକୁ ବହୁଳ ଭାବେ ବ୍ୟବହାର କରାଗଲା।

 


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri