Posted inଜାତୀୟ

ଗଣ୍ଡା ସଂଖ୍ୟା ବଢ଼ାଇ ଦର୍ଶାଯାଇଥିବା ଅଭିଯୋଗ…

ଗୁଆହାଟୀ,୧୩।୪ : ଆସାମ ବନ ବିଭାଗ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛି। ଚିଠିରେ ବନ ବିଭାଗ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାର୍ଯ୍ୟକର୍ତ୍ତା କାଜିରଙ୍ଗା ଜାତୀୟ ଉଦ୍ୟାନକୁ ବଦନାମ କରିବା ପାଇଁ ପାର୍କରେ ଥିବା ଗଣ୍ଡାଙ୍କର ସଂଖ୍ୟାକୁ ଅତ୍ୟଧିକ ମାତ୍ରାରେ ବଢ଼ାଇଥିବାର ଅଭିଯୋଗ କରିଛନ୍ତି। ଆସାମ ଜଙ୍ଗଲ ମୁଖ୍ୟ ତଥା ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଏମ.କେ ଯାଦବ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଆରଟିଆଇ କାର୍ଯ୍ୟକର୍ତ୍ତା ରୋହିତ ଚୌଧୁରୀ ଗଣ୍ଡାସଂଖ୍ୟା ସହ ଜଡିତ ଏସଓପିକୁ ଭୁଲ ବୋଲି ଅଭିଯୋଗ କରିଛନ୍ତି।

ବାସ୍ତବରେ, ଚୌଧୁରୀ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କହିଛନ୍ତି, ବନ ବିଭାଗ ୨୦୨୨ ଜନଗଣନାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଣ୍ଡାର ଜନସଂଖ୍ୟାକୁ ୨,୬୩୪ ପ୍ରଦାନ କରିଥିବାବେଳେ ପ୍ରକୃତ ସଂଖ୍ୟା ୨,୦୪୨ । ଅଭିଯୋଗ ଉପରେ ମନ୍ତ୍ରଣାଳୟ ଜଙ୍ଗଲ ବିଭାଗରୁ ସ୍ପଷ୍ଟୀକରଣ ମାଗିଛି। ଆସାମ ଜଙ୍ଗଲ ମୁଖ୍ୟ ଯାଦବ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କହିଛନ୍ତି ଚୌଧୁରୀ ପାର୍କକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଅନୁମାନ କରିବାର ପ୍ରକ୍ରିୟା ଏବଂ ପଦ୍ଧତି ବୁଝିି ନ ପାରି ସେ ଏଭଳି ଅଭିଯୋଗ କରିଛନ୍ତି। ସେ ଜାତୀୟ ଉଦ୍ୟାନର ଗଣନାକୁ ଅଜବ ବୋଲି କହିଛନ୍ତି। ଏହା ସହିତ ସେ ତାଙ୍କର ଉଦ୍ଦେଶ୍ୟ ଦେଖାଉଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ।

ଚୌଧୁରୀ ମନ୍ତ୍ରଣାଳୟକୁ ଲେଖିଥିବା ଅଭିଯୋଗରେ ଦର୍ଶାଯାଇଛି ଗତ ବର୍ଷ ମାର୍ଚ୍ଚ ୧୬-୧୭ ରେ ଜାତୀୟ ଉଦ୍ୟାନର ୨୨ ଟି ବ୍ଲକରେ ଏକ ସର୍ଭେ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୦୬୪ ଗଣ୍ଡା ଥିବା ଦେଖାଯାଇଥିଲା, କିନ୍ତୁ ବାସ୍ତବରେ ଏହି ସଂଖ୍ୟା ୪୭୨ ଗଣ୍ଡ ଥିଲା। ଅନ୍ତିମ ଗଣନାରେ ୨୨ ଟି ବ୍ଲକର ମୂଳ ତଥ୍ୟ ହଟାଯାଇଛି। ସମସ୍ତ ୮୦ଟି ବ୍ଲକରେ ଗଣ୍ଡା ଜନସଂଖ୍ୟା ୨୬୩୪ ବୋଲି କୁହାଯାଇଛି। ଯେତେବେଳେ କିପ୍ରକୃତ ସଂଖ୍ୟା ହେଉଛି ୨୦୪୨।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?