ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି
ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ ମିଳିଛି। ସେ ସୋନି ଏଣ୍ଟରଟେନ୍ମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୂଆ ଶୋ’ ‘ହମ୍…
ୟୁକ୍ରେନ ପରେ ଆଉ ଏକ ପଡ଼ୋଶୀ ଦେଶ ଉପରେ ରୁଷିଆର ନଜର
ଓ୍ବାଶିଂଟନ,୧୧ା୩: ଆମେରିକାର ଗୁପ୍ତଚର ଅଧିକାରୀ କହିଛନ୍ତି, ରୁଷିଆର ଗୁପ୍ତଚର ସଂସ୍ଥାର ଲୋକମାନେ ମୋଲଡୋଭାନ ସରକାରକୁ ଟପିଯିବା ଉଦ୍ଦେଶ୍ୟରେ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି। ହ୍ବାଇଟ୍ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ କିର୍ବି କହିଛନ୍ତି, ଗୁପ୍ତଚର ସହ ଲିଙ୍କ୍ ଥିବା…
ବୁଲିଲା ବୁଲ୍ଡୋଜର, ମାଟିରେ ମିଶିଲା ଟିମନଙ୍କ କଳା ସାମ୍ରାଜ୍ୟ
ବଲାଙ୍ଗୀର ଅଫିସ,୧୧ା୩: ବଲାଙ୍ଗୀର ସହର ଲର୍କିପାଲି ଓ ପଥରଚେପାଠାରେ ଶନିବାର ପୋଲିସ ଏବଂ ପ୍ରଶାସନିକ ଟିମ୍ ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମ୍ଭାରଙ୍କ ଘର ଓ ଆଡ୍ଡାରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ବାରମ୍ବାର ଜେଲ୍ ଯାଇ…
୧୦ ବର୍ଷ ପରେ ବଦଳିଲେ ଚାଇନା ପ୍ରଧାନମନ୍ତ୍ରୀ, ଲି କିଆଙ୍ଗଙ୍କ ହାତରେ ଡୋର…
ବେଜିଂ,୧୧।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ଚାଇନା ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି। କିଆଙ୍ଗ ଗତ ଦଶ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନ ନେବେ। ଗତ…
ତୁମେ ମୋତେ ପ୍ଲଟ ଦିଅ, ମୁଁ ତୁମକୁ ଚାକିରି ଦେବି ଥିଲା ଲାଲୁଙ୍କ ସ୍ଲୋଗାନ: ଭାଜପାର କଟାକ୍ଷ…
ନୂଆଦିଲ୍ଲୀ,୧୧।୩ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ କଟାକ୍ଷ କରିଛନ୍ତି। ଠାକୁର କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କର କେବଳ ଗୋଟିଏ ସ୍ଲୋଗାନ ଥିଲା ତାହା ହେଉଛି ତୁମେ ମୋତେ…
ସବୁ ଦୁର୍ନୀତିଗ୍ରସ୍ତ ଧରାପଡ଼ିବେ: ଭାଜପା…
ନୂଆଦିଲ୍ଲୀ,୧୧।୩ : ଇଡିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ଜନତା ପାର୍ଟି ଏହାର ପାଲଟା ଜବାବ ଦେଇଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଦୁର୍ନୀତି ସହ ଜଡିତ ସମସ୍ତ ଆଞ୍ଚଳିକ ଦଳର ନେତାଙ୍କୁ ଧରାଯିବ।…
ନାସାର ଚେତାବନୀ: ୩ ଦିନ ପରେ ପୃଥିବୀ ସହ ମାଡ଼ ହେବ ବିଶାଳକାୟ ଗ୍ରହ, ୧୦ ମହଲାଠାରୁ ବି ବଡ଼
ଓ୍ବାଶିଂଟନ,୧୧ା୩: ଅନେକ ଥର ଏମିତି ଖବର ସାମ୍ନାକୁ ଆସିଥାଏ, ଯେଉଁଥିରେ ସୃଷ୍ଟି ଧ୍ୱଂସ ହେବାର ସମ୍ଭାବନା ପ୍ରକାଶ ପାଇଥାଏ। କୁହାଯାଏ, ବିଶ୍ୱ ଏପରି ଦିନେ ନା ଦିନେ ଶେଷ ହେବ। ପୁଣି ସେମିତି ଏକ ଖବର ସାମ୍ନାକୁ ଆସିଛି। ନାସା ଅନୁଯାୟୀ,…
୩ ଦିନ ହେଲା ଅନ୍ଧାରରେ ଛାତ୍ରୀନିବାସ
କୋରୁକୋଣ୍ଡା,୧୧ା୩(ଡି.ଏନ୍.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଦ୍ୟୁତ୍ ବିଭାଗକୁ ଘରୋଇକରଣ କରି ଟାଟା ପାଓ୍ବାରକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସୁବିଧା ବଦଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ସମୟରେ ଜିଲାର ଅନେକ ଅଞ୍ଚଳରୁ ନାନା ଖବର ଆସୁଥିବାର…
ମଜାର-ଇ-ଶରିଫରେ ବିସ୍ଫୋରଣ, ଜଣେ ମୃତ-୫ ଆହତ…
କାବୁଲ,୧୧।୩ : ଦୁଇ ଦିନ ପରେ ଆଫଗାନିସ୍ତାନର ମଜାର-ଇ-ଶରିଫ ସହରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସହରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପୁରସ୍କାର କାର୍ଯ୍ୟକ୍ରମରେ ଶନିବାର ବୋମା ବିସ୍ଫୋରଣ ହୋଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ…
ନେପାଳରେ ବଢୁଛି ଚାଇନା ଅପରାଧୀଙ୍କ ସଂଖ୍ୟା, ସର୍ବାଧିକ ୨୭ ଜଣ ଭାରତୀୟ ଗିରଫ…
କାଠମାଣ୍ଡୁ,୧୧।୩ : ନେପାଳରେ ଅପରାଧ ସହ ଜଡିତ ଚାଇନା ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ୟାଙ୍ଗ ଲିମ୍ପିଙ୍ଗ ନାମକ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ…
ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଲେ ଜିନା-ରୁଦ୍ର
ବାଲେଶ୍ୱର ଅଫିସ,୧୧।୩: ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ଅଭିନେତ୍ରୀ ସ୍ବାତୀ ସାମଲ(ଜିନା) ଏବଂ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସହରସ୍ଥିତ ହୋଟେଲ ରୟାଲ କୁଇନ୍ଠାରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର…
୨୬ରେ ଓଡ଼ିଶା ଆସିବେ ଶାହା
ଭୁବନେଶ୍ୱର,୧୧ା୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚଳିତମାସ ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ଆସି ଶାହା ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ଶନିବାର ଏକ ଖବରଦାତା ସମ୍ମିଳନୀରେ…
Archives


