Home

ବାଘ ଲାଞ୍ଜ ଛୁଇଁବା ମହଙ୍ଗା ପଡ଼ିଲା

ଖାର୍‌ଗୋନ୍‌: ବାଘ ପ୍ରତିକ୍ରିୟା ଜାଣିବା ପାଇଁ ଏହାର ଲାଞ୍ଜକୁ ବାଡ଼ିରେ ଛୁଇଁବା ମଧ୍ୟପ୍ରଦେଶ ଖାର୍‌ଗୋନ୍‌ ଜିଲାର ଜଣେ ଚାଷୀଙ୍କ ପାଇଁ ମହଙ୍ଗା ପଡ଼ିଛି। ବାଘ ଆକ୍ରମଣରେ ସନ୍ତୋଷ (୩୫) ନାମକ ଚାଷୀଙ୍କର ମୃତ୍ୟୁ ଘଟିଛି। ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସନ୍ତୋଷ…

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ସାଂଘାଇ: ଚାଇନାର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଠାବ କରାଯାଇଛି। ଏହା ବିରଳରୁ ବିରଳତମ ଘଟଣା, ଯାହାକୁ ଫେଟସ୍‌-ଇନ୍‌-ଫେଟୁ କୁହାଯାଉଛି। ମାତୃଗର୍ଭରେ ଯମଜ ଯୋଡ଼ିହୋଇ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ବିକଶିତ ହୋଇଥିଲା। ନ୍ୟୁରୋଲୋଜି…

ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍‌: ସାମୁଏଲଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୧୧ା୩ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ନାଟକର ରଶିନ୍‌ ସାମୁଏଲ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ତାମିଲନାଡୁର ଭୂପତି ସାକଥିଭେଲ୍‌ଙ୍କୁ ୭-୬…

ଅଙ୍କିତା, ଋତୁଜା ସେମିଫାଇନାଲରେ

ବେଙ୍ଗାଲୁରୁ, ୧୧ା୩ (ପି.ଟି.): ଭାରତ ଅଙ୍କିତା ରାଇନା ଓ ଋତୁଜା ଭୋସେଲ ଏଠାରେ ଚାଲିଥିବା ଆଇଟିଏଫ୍‌ ଓମେନ୍ସ ଓପନ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ ଚତୁର୍ଥ ସିଡ୍‌ ରାଇନା ବୋସନିଆ ହର୍ଜଗୋଭିନାର ଦିଆ ହର୍ଜେଲାସ୍‌ଙ୍କୁ ୬-୧, ୬-୭ (୭), ୭-୫ରେ…

ସୁଖଜିତଙ୍କ ଡବଲ୍‌ରେ ଭାରତ ବିଜୟୀ

ଭୁବନେଶ୍ୱର (ସ୍ପୋଟର୍‌ସ ବ୍ୟୁରୋ)/ରାଉରକେଲା ଅଫିସ୍‌,୧୧ା୩: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତ। ଯୁବ ଖେଳାଳିଙ୍କୁ ନେଇ ଓହ୍ଲାଇଥିବା ଭାରତ ବିଶ୍ୱ ଚାମ୍ପିୟନ୍‌ ଜର୍ମାନୀକୁ…

ୟୁପି ଓ୍ବାରିୟର୍ଜ ୧୦ ଉଇକେଟରେ ଜିତିଲା

ମୁମ୍ବାଇ,୧୧ା୩: ମୁମ୍ବାଇର ବ୍ରାବୋର୍ନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ମ୍ୟାଚ୍‌ ନମ୍ବର ୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୦ ଉଇକେଟରେ ପରାସ୍ତ କରିଛି ୟୁପି ଓ୍ବାରିୟର୍ଜ। ଆରସିବି ୧୯.୩ ଓଭରରେ ୧୩୮ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ୧୩…

ଆଇଟିସି ସହ ଆକ୍ସିସ୍‌ ବ୍ୟାଙ୍କର ସହବନ୍ଧନ

ନୂଆଦିଲ୍ଲୀ,୧୧ା୩: ଆକ୍ସିସ୍‌ ବ୍ୟାଙ୍କ ଏବଂ ଆଇଟିସି ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଯୋଗିତା ସ୍ଥାପନ ହୋଇଥିବା ଜଣାପଡ଼ିଛି। ଏପରିକି ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଚାଷୀଙ୍କ ପାଖରେ ଠିକ୍‌ ଭାବେ ବ୍ୟାଙ୍କ ସେବା ପହଞ୍ଚି ପାରୁନାହିଁ କିମ୍ବା ଆଦୌ…

ବେଦାନ୍ତ ପକ୍ଷରୁ ‘ସର୍ଟିଂ ହାର୍ଡ ହାଟ୍‌’ ଅଭିଯାନ

ଭୁବନେଶ୍ୱର,୧୧ା୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଇନ୍‌ଷ୍ଟାଗ୍ରାମ ଜରିଆରେ ଏକ ଅଭିନବ ଅଭିଯାନ ‘ସର୍ଟିଂ ହାର୍ଡ ହାଟ୍‌’ ନାମକ ଏକ ଅଗ୍‌ମେଣ୍ଟ ରିୟଲିଟି ଲିଡ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି…

ରାଉରକେଲାରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର

ଭୁବନେଶ୍ୱର,୧୧ା୩: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଏପରିକି ରାଉରକେଲା ସହର ନିକଟସ୍ଥ ପ୍ଲୁଟୋନ ମଲ୍‌ଠାରେ ଉକ୍ତ ଷ୍ଟୋର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ୭୦୦୦…

ଟିପିସିଓଡିଏଲ୍‌ ପକ୍ଷରୁ ଲାଇନମ୍ୟାନ୍‌ ଦିବସ

ଭୁବନେଶ୍ୱର,୧୧ା୩: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଲାଇନମ୍ୟାନ୍‌ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଲାଇନମ୍ୟାନ୍‌ମାନଙ୍କ ଗୁରୁତ୍ୱ ଏବଂ ସେମାନଙ୍କ କଠିନ ପରିଶ୍ରମକୁ ସ୍ବୀକୃତି ପ୍ରଦାନ କରିବା ଏବଂ ପ୍ରଶଂସା କରିବା ଲାଗି ଟିପିସିଓଡିଏଲ୍‌ର ସମସ୍ତ କାର୍ଯ୍ୟାଳୟରେ…

ଧାର୍ଯ୍ୟଲକ୍ଷ୍ୟ ପୂରଣରେ ବ୍ୟାଙ୍କଗୁଡ଼ିକର ଉତ୍ତମ ପ୍ରଦର୍ଶନ

ଭୁବନେଶ୍ୱର,୧୧ା୩: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁ କ୍ଷେତ୍ରକୁ ଋଣ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌

କଟକ ଅଫିସ,୧୧ା୩: କଟକ ବାରବାଟୀ ଦୁର୍ଗ ପରିସରସ୍ଥ ମ୍ୟୁଜିୟମ୍‌ ଅଫ୍‌ ଜଷ୍ଟିସ୍‌କୁ ସର୍ବସାଧାରଣଙ୍କ ଲାଗି ଶୁକ୍ରବାରଠାରୁ ଖୋଲାଯାଇଛି। ଏହି ନ୍ୟାୟିକ ସଂଗ୍ରହାଳୟ ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ। ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri