Posted inଖେଳ

ଆଜିଠୁ ଫିଫା ଯୁବ ବିଶ୍ୱକପ୍‌

ଫିଫା ଯୁବ ବିଶ୍ୱକପ୍‌(୨୦ ବର୍ଷରୁ କମ୍‌)ର ୨୩ତମ ସଂସ୍କରଣ ଶନିବାରଠାରୁ ଆର୍ଜେଣ୍ଟିନାରେ ଆରମ୍ଭ ହେବାକୁ ଯାଉଛି। ଫିଫା ସହ ଅନୁବନ୍ଧିତ ବିଶ୍ୱର ୨୪ଟି ଯୁବ ଦଳ ଏଥିରେ ଅଂଶଗ୍ରହଣ କରିବେ। ୧୯୭୭ରେ ଏହା ଆରମ୍ଭ ହୋଇଥିଲା ା ସେବେଠାରୁ ଏହା ଫିଫା ଓ୍ବାଲର୍‌ଡ ୟୁଥ୍‌ ଚାମ୍ପିୟନଶିପ୍‌ଭାବେ ପରିଗଣିତ ହୋଇଆସୁଛି। ଟୁର୍ନାମେଣ୍ଟର ଆୟୋଜନ ଅଧିକାର ପ୍ରକୃତରେ ଇଣ୍ଡୋନେସିଆ ପାଇଥିଲା। ଏହି ଦେଶ ପ୍ରଥମଥର ପାଇଁ ୨୦୨୧ରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରିବା କଥା। ମାତ୍ର କୋଭିଡ୍‌-୧୯ ମହାମାରୀ ପାଇଁ ଟୁର୍ନାମେଣ୍ଟକୁ ବାତିଲ କରାଗଲା ଏବଂ ୨୦୨୩ରେ ଏହାକୁ ଆୟୋଜନ କରିବାକୁ ଇଣ୍ଡୋନେସିଆକୁ ଅଧିକାର ପ୍ରଦାନ କରାଗଲା। ଇଣ୍ଡୋନେସିଆ କିନ୍ତୁ ଇସ୍ରାଏଲ୍‌ର ଅଂଶଗ୍ରହଣକୁ ବିରୋଧ କରିବାରୁ ୨୦୨୩ ମାର୍ଚ୍ଚ ୨୯ରେ ଏହାଠାରୁ ଆୟୋଜନ ଅଧିକାର ପ୍ରତ୍ୟାହାର କରି ନିଆଗଲା। ୨୦୨୩ ଏପ୍ରିଲ ୧୭ରେ ଫିଫା ଆନୁଷ୍ଠାନିକ ଭାବେ ଏହାର ଆୟୋଜନ ଅଧିକାର ଆର୍ଜେଣ୍ଟିନାକୁ ପ୍ରଦାନ କଲା। ତେଣୁ ଅଧିକାର ପାଇବାର ଏକମାସ ପରେ ଆର୍ଜେଣ୍ଟିନା ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ମେ’ ୨୦ରୁ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ଜୁନ୍‌ ୧୧ ପର୍ଯ୍ୟନ୍ତ ଚାଲିବ।
ଭାଗନେବେ ୨୪ ଦଳ
୨୦ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ୬ଟି କନ୍‌ଫେଡେରେଶନର ୨୪ଟି ଦଳ ଅଂଶଗ୍ରହଣ କରିବେ। ତଦନୁସାରେ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)ରୁ ଇରାକ, ଜାପାନ, ଦକ୍ଷିଣ କୋରିଆ ଓ ଉଜବେକିସ୍ତାନ, କନ୍‌ଫେଡେରେଶନ୍‌ ଅଫ୍‌ ଆଫ୍ରିକାନ୍‌ ଫୁଟବଲ (ସିଏଏଫ୍‌)ରୁ ଗାମ୍ବିଆ, ନାଇଜେରିଆ, ସେନେଗାଲ ଓ ଟ୍ୟୁନିସିଆ, କନ୍‌ଫେଡେରେଶନ୍‌ ଅଫ୍‌ ନର୍ଥ, ସେଣ୍ଟ୍ରାଲ ଆମେରିକା ଆଣ୍ଡ କାରିବିୟନ ଆସୋସିଏଶନ ଫୁଟବଲ (ସିଓଏନ୍‌ସିଏସିଏଏଫ୍‌)ରୁ ଡୋମିନିକାନ୍‌ ରିପବ୍ଲିକ୍‌, ଗୁଏଟେମାଲା, ହଣ୍ଡୁରାସ ଓ ଆମେରିକା ଦଳ ଭାଗନେବେ। ସେହିପରି ସାଉଥ୍‌ ଆମେରିକାନ୍‌ ଫୁଟବଲ କନ୍‌ଫେଡେରେଶନ୍‌ରୁ ଆର୍ଜେଣ୍ଟିନା, ବ୍ରାଜିଲ, କଲମ୍ବିଆ, ଇକ୍ୱେଡର ଓ ଉରୁଗୁଏ, ଓସେନିଆ ଫୁଟବଲ କନ୍‌ଫେଡେରେଶନ (ଓସିଏଫ୍‌)ରୁ ଫଇଜି ଓ ନ୍ୟୁଜିଲାଣ୍ଡ ଏବଂ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନନ୍ସ (ୟୁଇଏଫ୍‌ଏ)ରୁ ଇଂଲଣ୍ଡ, ଫ୍ରାନ୍ସ, ଇଟାଲି, ଇସ୍ରାଏଲ୍‌ ଓ ସ୍ଲୋଭାକିଆ ଦଳ ଅଂଶଗ୍ରହଣ କରିବେ। ଭାଗ ନେବାକୁ ଯାଉଥିବା ୨୪ ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏ ଦଳ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପ୍‌ର ଶୀର୍ଷରେ ରହିଥିବା ୨ ଦଳ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ୪ଟି ଶ୍ରେଷ୍ଠ ଦଳକୁ ନେଇ ରାଉଣ୍ଡ ଅଫ୍‌-୧୬ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏଥିରୁ ଶ୍ରେଷ୍ଠ ୮ଟି ଦଳ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। କ୍ୱାର୍ଟର ଫାଇନାଲ ୪ଟି ଜୁନ୍‌ ୩ ଓ ୪, ସେମିଫାଇନାଲ ଜୁନ୍‌ ୮ ଏବଂ ଫାଇନାଲ ୧୧ ତାରିଖରେ ଅନୁଷ୍ଠିତ ହେବ।
୪ ଭେନ୍ୟୁ
ଏଥର ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ଆର୍ଜେଣ୍ଟିନାର ୪ଟି ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଲା ପ୍ଲାଟା (ଇଷ୍ଟାଡିଓ ୟୁନିକୋ ଡିଏଗୋ ଆର୍ମାଣ୍ଡୋ ମାରାଡୋନା) ଷ୍ଟାଡିୟମର ଦର୍ଶକ କ୍ଷମତା ସର୍ବାଧିକ ୫୩,୦୦୦। ମେଣ୍ଡୋଜା (ଇଷ୍ଟାଡିଓ ମାଲ୍‌ଭିନାସ ଆର୍ଜେଣ୍ଟିନାଜ୍‌)ର କ୍ଷମତା ୪୨,୦୦୦ ଥିବାବେଳେ ସାଣ୍ଟିଆଗୋ ଡେଲ୍‌ ଇଷ୍ଟେରୋ (ଇଷ୍ଟାଡିଓ ୟୁନିକୋ ମାଡ୍ରି ଡି’ ସିଉଡାଡେସ)ର ୩୦,୦୦୦ ଓ ସାନ୍‌ ଜୁଆନ (ଇଷ୍ଟାଡିଓ ସାନ୍‌ ଜୁଆନ୍‌ ଡେଲ୍‌ ବିସେନ୍‌ଟେନାରିଓ)ର ଦର୍ଶକ କ୍ଷମତା ୨୫,୨୮୬। ସେମିଫାଇନାଲ ଓ ଫାଇନାଲ ଲା ପ୍ଲାଟା ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଆର୍ଜେଣ୍ଟିନା ସବୁଠାରୁ ସଫଳ ଦଳ

ଟୁର୍ନାମେଣ୍ଟର ଇତିହାସ ଅବଲୋକନ କଲେ ଆୟୋଜକ ଆର୍ଜେଣ୍ଟିନା ହିଁ ସବୁଠାରୁ ସଫଳ ଦଳ ଭାବେ ଉଭାହୁଏ। ଏହି ଦଳ ସର୍ବାଧିକ ୬ଥର ୧୯୭୯, ୧୯୯୫, ୧୯୯୭, ୨୦୦୨, ୨୦୦୫ ଓ ୨୦୦୭ରେ ଚାମ୍ପିୟନ ହୋଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଏହି ଦଳ ୧୯୮୩, ୧୯୮୫, ୧୯୯୩, ୨୦୦୩ ଓ ୨୦୧୧ରେ ଟାଇଟଲ ହାସଲ କରିଛି। ପର୍ତ୍ତୁଗାଲ (୧୯୮୯, ୧୯୯୧) ଓ ସର୍ବିୟା (୧୯୮୭, ୨୦୧୫)ରେ ୨ ଥର ଲେଖାଏ ଚାମ୍ପିୟନ ହୋଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ୨୦୦୯ରେ ଘାନା, ୧୯୯୯ରେ ସ୍ପେନ୍‌, ୧୯୭୭ରେ ରୁଷିଆ, ୧୯୮୧ରେ ଜର୍ମାନୀ, ୨୦୧୭ରେ ଇଂଲଣ୍ଡ, ୨୦୧୩ରେ ଫ୍ରାନ୍ସ ଓ ୨୦୧୯ରେ ୟୁକ୍ରେନ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଅତୀତରେ ନାଇଜେରିଆ, ଉରୁଗୁଏ, ମେକ୍ସିକୋ, ଦକ୍ଷିଣ କୋରିଆ, କାତାର, ଜାପାନ, ଚେକ୍‌ ରିପବ୍ଲିକ୍‌ ଓ ଭେନେଜୁଏଲା ଫାଇନାଲ ଖେଳିଥିଲେ ମଧ୍ୟ ଟାଇଟଲ ବିଜୟର ସ୍ବାଦ ପାଇନାହାନ୍ତି। ୨୦୧୯ରେ ପୋଲାଣ୍ଡରେ ଅନୁଷ୍ଠିତ ଗତ ସଂସ୍କରଣର ଫାଇନାଲରେ ୟୁକ୍ରେନ ୩-୧ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ ହୋଇଥିଲା।

ପ୍ରଥମ ଦିବସରେ ୪ ମ୍ୟାଚ୍‌

ଫିଫା ଯୁବ ବିଶ୍ୱକପ୍‌ର ପ୍ରଥମ ଦିବସରେ ଶନିବାର ୪ଟି ମ୍ୟାଚ ଅନୁଷ୍ଠିତ ହେବ। ଏହାର ପ୍ରଥମ ମ୍ୟାଚ ଗୁଏଟେମାଲା-ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ ଆର୍ଜେଣ୍ଟିନା-ଉଜ୍‌ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ମ୍ୟାଚ ଆମେରିକା-ଇକ୍ୱେଡର ଓ ୪ର୍ଥ ମ୍ୟାଚ ଫିଜି-ସ୍ଲୋଭାକିଆ ମଧ୍ୟରେ ଖେଳାଯିବ। ଗତଥରର ଚାମ୍ପିୟନ ତଥା ଯୁଦ୍ଧଗ୍ରସ୍ତ ୟୁକ୍ରେନ ଏଥର ଯୋଗ୍ୟତା ଅର୍ଜନ କରିନାହିଁ। ତେଣୁ କଣ୍ଟିନେଣ୍ଟାଲ ଚାମ୍ପିୟନ ଇଂଲଣ୍ଡ, ବ୍ରାଜିଲ ଓ ସେନେଗାଲ ପରି ଦଳ ଟାଇଟଲ ପାଇଁ ଫେଭରାଇଟ ରହିବେ। ରେକର୍ଡ ୬ ଥର ଚାମ୍ପିୟନ ଏଥର ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ ହେଁ ଆୟୋଜକ ଦଳଭାବେ ଖେଳିବା ସୁଯୋଗ ପାଇଛି। ଗତ ୪ ସଂସ୍କରଣରେ ୟୁରୋପିଆନ ଦଳଗୁଡ଼ିକ ଚାମ୍ପିୟନ ହୋଇଛନ୍ତି। ତେଣୁ ଏଥରର ପ୍ରତିଯୋଗିତା କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri