Posted inଜାତୀୟ

ଖାର୍ଗେଙ୍କ ନିମନ୍ତ୍ରଣକୁ ରଖିଲେ ନାହିଁ ଉଦ୍ଧବ, ଯୋଗ ଦେବେନାହିଁ ସିଦ୍ଦାରାମାୟାଙ୍କ ଶପଥ ଗ୍ରହଣ ସମାରୋହରେ

ବେଙ୍ଗାଲୁରୁ,୨୦।୫: କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଗଲାଣି। ଆଉ କିଛି ସମୟ ପରେ ଏହି ଉତ୍ସବ ଅନୁଷ୍ଠିତ ହେବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ବେଙ୍ଗାଲୁରୁ ପହଞ୍ଚି ସାରିଛନ୍ତି। ସେହିପରି ରାହୁଲ ଗାନ୍ଧୀ ଓ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରିବାକୁ ନବ ନିର୍ବାଚିତ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପହଞ୍ଚିଥିଲେ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର, ଆରଜେଡି ନେତା ତେଜସ୍ବୀ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ଏନସିପି ନେତା ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ସମେତ ୧୯ ଟି ବିରୋଧୀ ଦଳକୁ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ପଠାଇଛନ୍ତି। ହେଲେ ଏବେ ଜଣାପଡିଛି କି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଏହି ଉତ୍ସବରେ ଯୋଗ ଦେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୯୦ ସେକେଣ୍ଡର ଭାଷଣ କଂଗ୍ରେସ ଦଳ ଏବଂ ଇଣ୍ଡିଆ ମେଣ୍ଟରେ ଆତଙ୍କ ସୃଷ୍ଟି କରିଛ: ମୋଦି

ଜୟପୁର,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜସ୍ଥାନର ଟୋଙ୍କାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ମୋର ୯୦ ସେକେଣ୍ଡର ଭାଷଣ କଂଗ୍ରେସ...

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri