Home

ପୁଅ ଧର୍ମ ପରିବର୍ତ୍ତନ କରିଥିବାରୁ ବାପା ମୃତଦେହକୁ ଶ୍ମଶାନ ମନା

ଉମରକୋଟ,୧୭ା୬(ସନ୍ତୋଷ ଶତପଥୀ)ପୁଅ କରିଥିଲା ଧର୍ମ ପରିବର୍ତ୍ତନ। ତେଣୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ହିନ୍ଦୁ ଶ୍ମଶାନରେ ସତ୍କାର କରିବାକୁ ମିଳିଲାନି ଅନୁମତି। ଏପରି ଏକ ସମ୍ବେଦନଶୀଳ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବେହେଡ଼ା ପଞ୍ଚାୟତ ସିଉନାଗୁଡ଼ା ଗ୍ରାମରେ ଶୁକ୍ରବାର…

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଧିକାରୀ

ଆସିକା,୧୭ା୬(ସୁରେନ୍ଦ୍ର ନାଥ ସାହୁ) ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମୋବାଇଲ ଭେଟେରିନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର ପ୍ରସ୍ତୁତ କରିବା…

ଶୋଇଥିବା ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ଖମାର,୧୭ା୬ (ରଜନୀକାନ୍ତ ମହାରଣା) ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବାରଣ୍ଡାରେ ଖଟ ପକାଇ ଶୋଇଥିବା ଜଣେ ଯୁବକଙ୍କୁ ଦଳିଦେଇଛି ହିଂସ୍ର ଦନ୍ତା। ଅନୁଗୋଳ ଜିଲା ପାଲଲହଡ଼ା ବନାଞ୍ଚଳ ଅଧୀନ ପେଚାମୁଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ…

ଭିଜିଲାନ୍ସ ଜାଲରେ କୋଟିପତି ନିଲମ୍ବିତ ଯୋଗାଣ ଅଧିକାରୀ

ଭୁବନେଶ୍ୱର(ସତ୍ୟଜିତ୍‌ ରାଉତ)/ନିମାପଡ଼ା(ବିଚିତ୍ରାନନ୍ଦ ସାହୁ), ୧୭ା୬: ସରକାରୀ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ବ୍ରଜେନ୍ଦ୍ର କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସର ୮ଟି ଟିମ୍‌…

ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ,୧୭ା୬(ଅଜିତ୍‌ ମହାନ୍ତି) ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଚଳିତ ମାସ ୨୪ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ବୋଲି ସୋସିଆଲ ମିଡିଆରେ ଖବର ଘୂରିବୁଲୁଛି। ଏହି ଅଦିନିଆ ରଥଯାତ୍ରାକୁ ଓଡ଼ିଶାର ଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର ସେବାୟତଙ୍କ…

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ସାନଭାଇ ଗୁରୁତର

ଗୁଣପୁର,୧୭ା୬(ପ୍ରଦୀପ କୁମାର ପାଢ଼ୀ) ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନନ୍ଦରାମପୁର ଅଞ୍ଚଳର ୨ ଭାଇ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବାବେଳେ ସେଠାରେ କେତେଜଣ ଅଟୋ ଚାଳକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଅଟୋ ଚାଳକଙ୍କ ଆକ୍ରମଣରେ…

ବିଦ୍ୟୁତ୍‌ ବିଭ୍ରାଟ: ଉପଭୋକ୍ତା ଉତ୍ତେଜିତ

ଭୁବନେଶ୍ୱର,୧୭ା୬(ଅନିଲ ଦାସ) ଅସମ୍ଭାଳ ହେଉଛି ଗରମ ଓ ଗୁଳୁଗୁଳି। ଏଭଳି ସ୍ଥଳେ ବିଦ୍ୟୁତ୍‌ କାଟ ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକେ। ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଓ ଲୋ-ଭୋଲ୍‌ଟେଜକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ୍‌ ବିଭ୍ରାଟକୁ…

ପୂର୍ବତନ ଏମ୍‌ପି ଅନାଦି ଦାସଙ୍କ ପରଲୋକ

ଯାଜପୁର,୧୭ା୬(ହର୍ଷବର୍ଦ୍ଧନ ବେହେରା) ଯାଜପୁର ଲୋକ ସଭା କ୍ଷେତ୍ରର ପୂର୍ବତନ ସଦସ୍ୟ ତଥା ପ୍ରବୀଣ ରାଜନୀତିଜ୍ଞ ଅନାଦି ଚରଣ ଦାସଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅପରାହ୍ନ ପ୍ରାୟ ୫ଟା୨୦ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ବୟସ ହେଉଥିଲା। ସେ…

ନକଲି ମହାପ୍ରସାଦକୁ ନେଇ ଚିନ୍ତା

ମହାପ୍ରଭୁଙ୍କ ଅବଢ଼ା ନାଁ ଶୁଣିଦେଲେ ମନରେ ଭରିଯାଏ ଭକ୍ତି। ଟିକେ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯିବା ଭଳି ମନେ ହୁଏ। ହେଲେ ମହାପ୍ରସାଦ ବି ନକଲି ପ୍ରସ୍ତୁତ ହେବା ସହ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଶ୍ରୀମନ୍ଦିରରେ ଯେପରି ଅନ୍ନ,…

ଆମେରିକାର ପ୍ରଥମ ମହିଳା ମୁସଲିମ ଫେଡେରାଲ ବିଚାରପତି ହେଲେ ନୁସରତ ଜାହାନ ଚୌଧୁରୀ

ଓ୍ବାଶିଂଟନ୍‌,୧୬।୬: ଆମେରିକାର ସିନେଟ ଫେଡେରାଲ ବିଚାରପତି ଭାବରେ ପ୍ରଥମ ମୁସଲମାନ ମହିଳା ନୁସରତ ଜାହାନ ଚୌଧୁରୀଙ୍କ ନାମାଙ୍କନକୁ ଅନୁମୋଦନ କରାଯାଇଛି। ୪୬ ବର୍ଷିୟ ନୁସରତ ନ୍ୟୁୟର୍କର ପୂର୍ବ ଜିଲ୍ଲାରେ ୟୁଏଫ୍‌ଏସ୍‌ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିବେ। ସେ ଆମେରିକାର ପ୍ରଥମ…

ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଇମ୍ରାନ ଖାନ୍‌, କହିଲେ ମୋ ମୁଖ୍ୟ ସଚିବ ନିଖୋଜ ଅଛନ୍ତି…

ଇସଲାମବାଦ,୧୬।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁଖ୍ୟ ସଚିବ ଆଜାମ ଖାନ ଗୁରୁବାର ସାରୁ ନିଖୋଜ ଅଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ ଟୁଇଟ…

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଇମ୍ଫାଲ,୧୬।୬: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ତେବେ ଗୁରୁବାର ବିଳମ୍ବିତ ରାତିରେ ଉଗ୍ରବାଦୀମାନେ ଇମ୍ଫାଲରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ବାସଭବନରେ ପେଟ୍ରୋଲ ବୋମା ପକାଇ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?