ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଇମ୍ରାନ ଖାନ୍‌, କହିଲେ ମୋ ମୁଖ୍ୟ ସଚିବ ନିଖୋଜ ଅଛନ୍ତି…

ଇସଲାମବାଦ,୧୬।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁଖ୍ୟ ସଚିବ ଆଜାମ ଖାନ ଗୁରୁବାର ସାରୁ ନିଖୋଜ ଅଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି।

ଇମ୍ରାନ ଶୁକ୍ରବାର ଟୁଇଟ୍‌ କରି କହିଛନ୍ତି, ମୋର ଘନିଷ୍ଠ ଲୋକଙ୍କୁ ଟାର୍ଗେଟ କରାଯାଉଛି। ଗୁରୁବାର ରାତିରେ ପୂର୍ବତନ ରାଜ୍ୟପାଳ ଲତିଫ ଖୋସାଙ୍କ ଘରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି। ତାଙ୍କ ଘରେ ଆକ୍ରମଣ ହେବାର କାରଣ ସେ ଆମ ଦେଶରେ ବ୍ୟାପିଥିବା ଫାସିବାଦକୁ ସମାଲୋଚନା କରିଥିଲେ।

ଆଜାମ ଖାନଙ୍କ ନୀଖୋଜ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରଥିବା ସେ କହିିଛନ୍ତି। ଇମ୍ରାନ ଖାନ ତାଙ୍କ ଟ୍ବିଟ୍‌ିରେ ଏକ ଦରଖାସ୍ତ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଅପହରଣ ଅଭିଯୋଗ ଆଣିଛନ୍ତି। ଆବେଦନରେ ଲେଖାଯାଇଛି ଯେ, ଆଜମ ଖାନଙ୍କ କୌଣସି ଖବର ମିଳୁନାହିଁ। ତାଙ୍କ ଫୋନ ମଧ୍ୟ ବନ୍ଦ ରହିଛି ଏବଂ ତାଙ୍କୁ ଯୋଗାଯୋଗ କରାଯାଇପାରୁ ନାହିଁ ।

ସୂଚନାଯୋଗ୍ୟ, ଶୁକ୍ରବାର ଇମ୍ରାନ ଟୁଇଟ କରି ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପଞ୍ଜାବ ପୋଲିସ ପିଟିଆଇ ସଦସ୍ୟଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରୁଛି। ପଞ୍ଜାବ ପୋଲିସ ମୋ ସହକର୍ମୀଙ୍କ ଘର ଲୁଟ୍‌ କରିବା ସହ ତାଙ୍କ ଘରେ ପଶି ଭଙ୍ଗାରୁଜା କରୁଛି ବୋଲି ସେ ଦାବି କରିଛନ୍ତି।

ଏହାପୂର୍ବରୁ ଇମ୍ରାନ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଉଥିବାର ଦାବି କରିଥିଲେ। ସେ କହିଥିଲେ ଯେ, ମୋ ପତ୍ନୀ ଏବଂ ଭଉଣୀମାନଙ୍କୁ ମଧ୍ୟ ମକଦ୍ଦମା ଏବଂ ଗିରଫ ୱାରେଣ୍ଟ ମାଧ୍ୟମରେ ଧମକ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?